ଦେଶ

୫୦୦ କିଲୋମିଟର ଲମ୍ବା ସୁଡ଼ଙ୍ଗର ନେଟୱାର୍କ – ହମାସର ସବୁଠାରୁ ବଡ ଶକ୍ତି ! : ଇସ୍ରାଏଲ କେମିତି କରିବ ସାମନା ? – Ibnodisha

[ad_1]

ନୂଆଦିଲ୍ଲୀ: ଇସ୍ରାଏଲ୍ ହାମାସ୍ ଯୁଦ୍ଧ: ଅସ୍ତ୍ରଶସ୍ତ୍ର, କମାଣ୍ଡ ସୁବିଧା ଏବଂ ଯୁଦ୍ଧବିମାନ ଲୁଚାଇବା ପାଇଁ ହମାସ ବର୍ଷ ବର୍ଷ ଧରି ଜନବହୁଳ ଗାଜା ତଳେ ଟନେଲ ବ୍ୟବହାର କରିଆସୁଛି। ସମୟ ଗଡ଼ିବା ସହିତ ଭେଣ୍ଟିଲେସନ୍ ଶାଫ୍ଟ ଏବଂ ବିଦ୍ୟୁତ୍ ସହିତ ଭୂତଳ ରାସ୍ତାଗୁଡିକ ଅଧିକ ଅତ୍ୟାଧୁନିକ ହୋଇସାରିଛି । ହମାସର ଟନେଲ୍ ନେଟୱାର୍କ: ଗାଜା ଉପରେ ଏକ ବଡ଼ ଗ୍ରାଉଣ୍ଡ ଆକ୍ରମଣ କରିବାକୁ ଇସ୍ରାଏଲ୍ ସେନା ପ୍ରସ୍ତୁତ ହେଇସାରିଛି । ଗାଜା ସୀମାରେ ଇସ୍ରାଏଲ ସୈନିକ ଠୁଳ ହେଇ କ୍ୟାମ୍ପ କରିଅଛନ୍ତି । ଯେ କୌଣସି ମୁହୂର୍ତ୍ତରେ ଗାଜା ଉପରେ ଆକ୍ରମଣ କରିପାରନ୍ତି ଇସ୍ରାଏଲ ସେନା ।
ଅକ୍ଟୋବର ୭ ରେ ହମାସ ୟିହୁଦୀ ରାଷ୍ଟ୍ର ଇସ୍ରାଏଲ ଉପରେ ସବୁଠାରୁ ବଡ ଆକ୍ରମଣ କରିଥିଲା । ଯେଉଁଥିରେ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ଇସ୍ରାଏଲ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଇସାରିଲେଣି । ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଇସ୍ରାଏଲ୍ ସେନା ସହ ହମାସ୍ କୌଣସି ଭାବରେ ସରି ହେବନାହିଁ । କିନ୍ତୁ ହମାସର ଏମିତି ଏକ ଶକ୍ତି ଅଛି ଯାହା ଇସ୍ରାଏଲ ପାଇଁ ଅତୀତରେ ଘାତକ ସାବ୍ୟସ୍ତ ହେଇଥିଲା ଏବଂ ଏବେ ମଧ୍ୟ ତାକୁ ଏତେ ସହଜରେ ପରାଜିତ କରିହେବନାହିଁ । ଏହା ହେଉଛି ଗାଜାର ଅଣ୍ଡରଗ୍ରାଉଣ୍ଡ ଟନେଲର ଏକ ବିଶାଳ ନେଟୱାର୍କ । ଇସ୍ରାଏଲ୍ ବହୁ ପୂର୍ବରୁ ହମାସର ସବୁଠାରୁ ଏହି ବଡ ଶକ୍ତିକୁ ଠଉରେଇ ସରିଛି ଏବଂ ଏହି ଟନେଲଗୁଡିକର ମୁକାବିଲା ପାଇଁ ୧ ବିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରିଛି ।
ଗାଜାରେ କେତେ ଲମ୍ବା ଟନେଲ ଅଛି ?
ଗାଜାରେ ଶହ ଶହ କିଲୋମିଟର ଲମ୍ବା ଅଣ୍ଡରଗ୍ରାଉଣ୍ଡ ଟନେଲର ଏକ ନେଟୱାର୍କ ଅଛି ବୋଲି ଅନୁମାନ କରାଯାଉଛି । ୨୦୨୧ ମସିହାରେ ହୋଇଥିବା ବିବାଦ ପରେ ଇସ୍ରାଏଲ୍ ସେନା ଦାବି କରିଥିଲା ଯେ ଗାଜାରେ ୧୦୦ କିଲୋମିଟର ଲମ୍ୱା ଟନେଲ୍ ନଷ୍ଟ କରିଦେଇଛି, କିନ୍ତୁ ହାମାସ୍ କହିଛନ୍ତି ଯେ କେବଳ ୫ ପ୍ରତିଶତ ଟନେଲ୍ ନଷ୍ଟ ହୋଇଛି ଏବଂ ଆହୁରି ୫୦୦ କିଲୋମିଟର ଲମ୍ୱା ଟନେଲ୍ ଗାଜାରେ ରହିଯାଇଛି । ଯଦି ଏହି ସଂଖ୍ୟା ଆପଣଙ୍କ ପାଇଁ କମ୍ ମନେହୁଏ, ତେବେ ଜାଣନ୍ତୁ ଲଣ୍ଡନ ସହରରେ ବ୍ୟାପିଥିବା ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ମାତ୍ର ୪୦୦ କିଲୋମିଟର ଲମ୍ବା ଅଟେ ଏବଂ ପୁଣି ଏହାର ଅଧିକାଂଶ ଭାଗ ଭୂମି ଉପରେ ଅଛି ।
ନିଜର ଶତ୍ରୁ ଉପରେ ବିଜୟ ପାଇବାକୁ ଇସ୍ରାଏଲ୍ ୨୦୧୪ ରେ ଇସ୍ରାଏଲ୍ ଫାର୍ମ ଏଲବିଟ୍ ସିଷ୍ଟମ୍ ଏବଂ ରାଫେଲ ଆଡଭାନ୍ସ ଡିଫେନ୍ସ ସିଷ୍ଟମ ଦ୍ଵାରା ବିକଶିତ ଏକ ଅତ୍ୟାଧୁନିକ ଟନେଲ-ଚିହ୍ନଟ ପ୍ରଣାଳୀରେ ବିନିଯୋଗ କରିବାକୁ ନିଷ୍ପତ୍ତି ନେଇଛି । ଦୁଇ କଣ୍ଟ୍ରାକ୍ଟର ମିସାଇଲ୍ ପ୍ରତିରକ୍ଷା ପ୍ରଣାଳୀକୁ ମିଳିତ ଭାବରେ ବିକଶିତ କରୁଛନ୍ତି । ଏହି ପ୍ରଣାଳୀ ଆଇରନ୍ ଡୋମ୍ ଭାବରେ ମଧ୍ୟ ଜଣାଶୁଣା ।
ତେଲ ଅଭିଭ ସ୍ଥିତ ଇନଷ୍ଟିଚ୍ୟୁଟ୍ ଫର ନ୍ୟାସନାଲ୍ ଷ୍ଟଡିଜ୍ ଦ୍ୱାରା କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ ଟନେଲ ଚିହ୍ନଟ କରୁଥିବା ସେନସର୍‍ ଗୁଡିକ ଠିକରେ କାର୍ୟ୍ୟ କରିପାରୁନାହିଁ । ଦୋ ଛକିରେ ଏବଂ ଯେଉଁଠି ଟନେଲ ଗୁଡିକ ବଙ୍କେଇ ହେଇଯାଇଛି ସେଠି ସେନସର୍‍ ଠିକରେ କାମ କରିପାରୁନାହିଁ । ଏଗୁଡିକୁ ବିକଶିତ କରିବାପାଇଁ ଅଧିକ ସମୟ ଲାଗିବ ବୋଲି ଜଣେ ଅଧିକାରୀ କହିଛନ୍ତି ।
ଅସ୍ତ୍ରଶସ୍ତ୍ର, କମାଣ୍ଡ ସୁବିଧା ଏବଂ ଯୁଦ୍ଧବିମାନ ଲୁଚାଇବା ପାଇଁ ହାମାସ ବର୍ଷ ବର୍ଷ ଧରି ଘଞ୍ଚ ଜନବହୁଳ ଗାଜା ତଳେ ଟନେଲ ବ୍ୟବହାର କରିଆସୁଛି । ସମୟ ଗଡ଼ିବା ସହିତ ଭେଣ୍ଟିଲେସନ୍ ଶାଫ୍ଟ ଏବଂ ବିଦ୍ୟୁତ୍ ସହିତ ଭୂତଳ ପାସେଜ୍ ଗୁଡିକ ମଧ୍ୟ ଅଧିକ ଅତ୍ୟାଧୁନିକ ହେଇପାରିଛି । ବିଶେଷଜ୍ଞମାନେ ବିଶ୍ଵାସ କରନ୍ତି ଯେ କିଛି ଟନେଲ୍ ୩୫ ମିଟର ଗଭୀର ହୋଇପାରେ । ଯେଉଁଥିରେ ରେଳ ଟ୍ରାକ୍ ଏବଂ ଯୋଗାଯୋଗ କକ୍ଷ ମଧ୍ୟ ରହିଛି । ସେଗୁଡ଼ିକର ପ୍ରବେଶ ଦ୍ୱାରଗୁଡ଼ିକ ପ୍ରାୟତ ଆବାସିକ ଅଟ୍ଟାଳିକା କିମ୍ବା ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରେ ରହିଥାଏ । ଯାହାକୁ ସହଜରେ ଠାବ କରାଯାଇପାରେ ନାହିଁ ।
ପ୍ରଥମେ ଏହି ଅଣ୍ଡରଗ୍ରାଉଣ୍ଡ ନେଟୱାର୍କ ମୁଖ୍ୟତ ଇଜିପ୍ଟରୁ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ପାଇଁ ଉଦ୍ଦିଷ୍ଟ ଥିଲା , କିନ୍ତୁ ଆତଙ୍କବାଦୀମାନେ ଏହାକୁ ସୀମାପାର ଆକ୍ରମଣ ପାଇଁ ମଧ୍ୟ ବ୍ୟବହାର କରିଥିଲେ। ଏଥିରେ ୨୦୦୬ ଅପରେସନ୍ ଅନ୍ତର୍ଭୁକ୍ତ ଥିଲା । ଯେଉଁଥିରେ ସେମାନେ ୧୯ ବର୍ଷ ବୟସ୍କ ଇସ୍ରାଏଲ୍ ସୈନିକ ଗିଲାଦ୍ ଶାଲିତଙ୍କୁ ଅପହରଣ କରିଥିଲେ ଅନ୍ୟ ଦୁଇ ଇସ୍ରାଏଲ୍ ସୈନ୍ୟକଙ୍କୁ ହତ୍ୟା କରିଥିଲେ। ଇସ୍ରାଏଲରେ ବନ୍ଦୀ ଥିବା ୧୦୦୦ ରୁ ଅଧିକ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବା ବଦଳରେ ଶାଲିତଙ୍କୁ ପାଞ୍ଚ ବର୍ଷ ପରେ ମୁକ୍ତ କରାଯାଇଥିଲା ।
ବାରମ୍ବାର କରାଯାଉଥିବା ଅଣ୍ଡରଗ୍ରାଉଣ୍ଡ ସୁଡ଼ଙ୍ଗ ଜାଲ ଆକ୍ରମଣରୁ ମୁକ୍ତି ପାଇବା ପାଇଁ ଇସ୍ରାଏଲ୍ ୨୦୧୪ ରେ ଗାଜା ଉପରେ ଭୂମି ଆକ୍ରମଣ କରିଥିଲା । ଏହି ୫୦ ଦିନିଆ ଯୁଦ୍ଧରେ ହମାସ ଆତଙ୍କବାଦୀମାନେ ସୁଡ଼ଙ୍ଗର ସାହାରା ନେଇ ଇସ୍ରାଏଲ୍ ସେନା ଉପରେ ଆକ୍ରମଣ କରିଥିଲେ । ପ୍ରାୟ ଏକ ଦଶନ୍ଧି ପୂର୍ବରୁ ବନ୍ୟା ପରିସ୍ଥିତି ସୃଷ୍ଟି କରି ଟନେଲଗୁଡ଼ିକୁ ନଷ୍ଟ କରିବା ପାଇଁ ଇଜିପ୍ଟ ମଧ୍ୟ ଏକ ସମନ୍ୱିତ ଅଭିଯାନ ଆରମ୍ଭ କରିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button