ଦେଶ

ଜୋର୍ଡାନ ଆକ୍ରମଣର ପ୍ରତିଶୋଧ ନେଲା ଆମେରିକା – Ibnodisha

[ad_1]

ବାଗଦାଦ : ଆମେରିକାର ସେନା ଶୁକ୍ରବାର ଜୋର୍ଡାନର ଏକ ସାମରିକ ବେସ ଉପରେ ଡ୍ରୋନ ଆକ୍ରମଣର ଜବାବରେ ସିରିଆ ଏବଂ ଇରାକରେ ଇରାନ ସମର୍ôଥତ ମିଲିସିଆଙ୍କ ଶିବିର ଉପରେ ବୋମା ପକାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ସିରିଆରେ ଆମେରିକାର ଏୟାର ଷ୍ଟ୍ରାଇକରେ ୬ଜଣ ମିଲିସିଆ ଯୋଦ୍ଧାଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ତିନିଜଣ ଅଣ-ସିରିଆ ବାସିନ୍ଦା ଥିଲେ । ଇରାକର ରିଭୋଲ୍ୟୁସନାରୀ ଗାର୍ଡ ଏବଂ ସେମାନଙ୍କ ସମର୍ôଥତ ମିଲିସିଆ ସହ ଜଡିତ ଇରାକ ଏବଂ ସିରିଆର ୮୫ ରୁ ଅଧିକ ଟାର୍ଗେଟ ବିରୋଧରେ ଆମେରିକା ଶୁକ୍ରବାର ପ୍ରତିଶୋଧ ପରାୟଣ ହୋଇଛି । ଆମେରିକାର ସାମରିକ ବିମାନ ଆକ୍ରମଣରେ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର, ରକେଟ, ମିଶାଇଲ ଏବଂ ଡ୍ରୋନ ଷ୍ଟୋରେଜ ସୁବିଧା ତଥା ଲଜିଷ୍ଟିକ୍ସ ଏବଂ ଗୁଳି ଯୋଗାଣ ଶୃଙ୍ଖଳା ସୁବିଧାକୁୁ ଟାର୍ଗେଟ କରାଯାଇଥିବା ବିବୃତ୍ତିରେ କୁହାଯାଇଛି ।

ଆମେରିକାର ସେନାମାନେ ୧୨୫ରୁ ଅଧିକ ଯୁଦ୍ଧ ସାମଗ୍ରୀ ସହିତ ୮୫ ରୁ ଅଧିକ ଶିବିର ଉପରେ ଆକ୍ରମଣ କରିଥିଲେ । ଏଥି ସହିତ ସିରିଆର ସରକାରୀ ଗଣମାଧ୍ୟମ କହିଛି ଯେ ସିରିଆର ମରୁଭୂମି ଅଞ୍ଚଳରେ ଏବଂ ଇରାକ ସୀମା ନିକଟରେ ଥିବା ଟାର୍ଗେଟରେ ଆମେରିକାର ଆକ୍ରମଣରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି । ଗତ ସପ୍ତାହରେ ଜୋର୍ଡାନର ଏକ ସାମରିକ ବେସ ଉପରେ ଡ୍ରୋନ ଆକ୍ରମଣରେ ଆମେରିକାର ତିନିଜଣ ସେନାଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୪୦ ଜଣ ଆହତ ହୋଇଥିଲେ । ଏହା ପରେ ରାଷ୍ଟ୍ରପତି ଜୋ ବାଇଡେନ ଇରାନ ସମର୍ôଥତ ଗୋଷ୍ଠୀ ବିରୁଦ୍ଧରେ ପ୍ରତିଶୋଧ ନେବାକୁ କହିଥିଲେ । ନିକଟରେ ବାଇଡେନ ଏହି ପ୍ରତିଶୋଧ ଆକ୍ରମଣକୁ ଅନୁମୋଦନ କରିଥିଲେ । ଏହା ପରେ ଆମେରିକୀୟମାନେ ଶୁକ୍ରବାର ପ୍ରଥମ ଆକ୍ରମଣ ଆରମ୍ଭ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button