ଦେଶ

୧୦ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ଅଶୋଧିତ ତେଲ ଦର, ପାର୍ବଣରେ ମହଙ୍ଗା ହେବକି ପେଟ୍ରୋଲ,ଡିଜେଲ୍ ? – Ibnodisha

[ad_1]

ନୂଆଦିଲ୍ଲୀ: ବିଶ୍ବବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ୯୨ ଡଲାର ଅତିକ୍ରମ କରିଛି। ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୨.୧୦ ଡଲାର ଥିବା ବେଳେ ଡବ୍ଲୁଟିଆଇ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୮.୯୮ ଡଲାର ରହିଛି । ୨୦୨୩ ଡିସେମ୍ବର ସୁଦ୍ଧା ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରିବାକୁ ସାଉଦି ଆରବ ଓ ରୁଷିଆ ନିଷ୍ପତ୍ତି ନେବା ପରଠାରୁ ଅଶୋଧିତ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଯଦି ଅଶୋଧିତ ତୈଳ ଦରରେ ଏହି ବୃଦ୍ଧି ଜାରି ରହେ ତେବେ ଆଗାମୀ ପର୍ବପର୍ବାଣୀ ଋତୁରେ ମୁଦ୍ରାସ୍ଫୀତିର ଜୋରଦାର ଝଟକା ଲାଗିପାରେ ।

ଯଦି ଅଶୋଧିତ ତୈଳ ଦର ବୃଦ୍ଧି ଜାରି ରହେ ତେବେ ପାର୍ବଣ ଋତୁରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ହେବାର ସମ୍ଭାବନା ରହିଛି । ତେବେ ଆଗକୁ ବିଧାନସଭା ନିର୍ବାଚନ ଓ ଲୋକସଭା ନିର୍ବାଚନ ଥିବାରୁ ସରକାର ଏହି ସମ୍ଭାବ୍ୟ ଦରବୃଦ୍ଧିକୁ ଅଟକାଇପାରନ୍ତି । କିନ୍ତୁ ବିମାନ ଇନ୍ଧନ ବା ଏଟିଏଫ ଦର ବୃଦ୍ଧି ହୋଇପାରେ । ମହଙ୍ଗା ବିମାନ ଇନ୍ଧନ ଯୋଗୁଁ ବିମାନ ଯାତ୍ରା ମହଙ୍ଗା ହୋଇପାରେ, ଯାହାକି ପାର୍ବଣ ଋତୁରେ ବୁଲିବାକୁ ଯୋଜନା କରିଥିବା ଲୋକମାନଙ୍କ ପକେଟ ଉପରେ ଚାପ ପଡ଼ିପାରେ ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button