ଇସ୍ରୋ ମୁଖ୍ୟ କ୍ୟାନ୍ସର ରେ ପୀଡିତ – Ibnodisha

[ad_1]
ନୂଆଦିଲ୍ଲୀ : ଗୋଟିଏ ପଟେ ସୂର୍ଯ୍ୟ ଯାନ ପ୍ରସ୍ତୁତ ହେଉଥିଲା ଅନ୍ତରୀକ୍ଷ କୁ ଯିବା ପାଇଁ, ଅନ୍ୟ ପଟରେ ଇସ୍ରୋ ମୁଖ୍ୟ ହେଲେ କ୍ୟାନ୍ସର ରେ ପୀଡିତ l ଇସ୍ରୋ ଯେତେବେଳେ ଆଦିତ୍ୟ ଏଲ 1 କୁ ଅନ୍ତରୀକ୍ଷ କୁ ପଠାଇବା ପାଇଁ ପ୍ରସ୍ତୁତ ହେଉଥିଲା, ସେତେବେଳେ ତାର ମୁଖ୍ୟ କ୍ୟାନ୍ସର ଶିକାର ହୋଇଥିବାର ଖବର ସାମ୍ନାକୁ ଆସିଲା l ନିକଟରେ ଇସ୍ରୋ ମୁଖ୍ୟ ଏହାର ଖୁଲାସା କରିଛନ୍ତି, ଇସ୍ରୋ ମୁଖ୍ୟ ଏହି ଖବର ସେହିଦିନ ଦେଇଥିଲେ l ସୂର୍ଯ୍ୟ ଯାନ ଆଦିତ୍ୟ L 1 କୁ ସେପ୍ଟମ୍ବର ମାସ ୨ତାରିଖ ୨୦୨୩ ରେ ଲଞ୍ଚ କରିବା ପାଇଁ ପ୍ରସ୍ତୁତି କରାଯାଇ ଥିଲା l
ଚନ୍ଦ୍ରଜାନ 3 ଲଂଚିଙ୍ଗ ସମୟ ରୁ ହିଁ ଏସ ସୋମନାଥ ଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାକୁ ଲାଗିଥିଲା l ସେହି ସମୟରେ ସ୍କାନିଂ ରେ ତାଙ୍କ ପେଟରେ କିଛି ଥିବାର ଜଣା ପଡିଥିଲା l ଏହି ବିଷୟରେ ଜାଣିବା ମାତ୍ରକେ ସେ ତାମିଲନାଡୁ ର ରାଜଧାନୀ ଚେନାଇ ଅଭିମୁଖେ ବାହାରି ଯାଇଥିଲେ l ଡାକ୍ତରଖାନା ରେ ମାତ୍ର ୪ ଦିନ ରହିବା ପରେ ସେ ନିଜର କର୍ମ ସ୍ଥଳୀରେ ଯୋଗ ଦେଇଥିଲେ l ଏହି ସମୟରେ ତାଙ୍କର ନିୟମିତ ଚିକିତ୍ସା ଜାରି ରହିଥିଲା l ତଥାପି ସେ ନିଜର କାର୍ଯ୍ୟରେ ଉପସ୍ଥିତ ରହିଥିଲେ l ଏହାପରେ ତାଙ୍କର ଅପରେସନ ହୋଇଥିଲା ଏବଂ କେମୋଥେରାପି ମଧ୍ୟ ହୋଇଥିଲା l କିଛିଦିନ ମଧ୍ୟରେ ସେ ସୁସ୍ଥ ହୋଇ ନିଜ କାର୍ଯ୍ୟ ସ୍ଥଳୀ କୁ ଫେରିଥିଲେ l
[ad_2]




