ଦେଶ

ଟନେଲରେ ଫସିଛି ୪୧ ଶ୍ରମିକଙ୍କ ଜୀବନ: ଉଦ୍ଧାର ପାଇଁ ଚାଲିଛି ଅହରହ ଉଦ୍ୟମ – Ibnodisha

[ad_1]

ନୂଆଦିଲ୍ଲୀ : ଉତ୍ତରକାଶୀରେ ନନଷ୍ଚପ୍ ରେସକ୍ୟୁ ଅପରେସନ୍। ଆଠ ଦିନ ହେଲା ଫସି ରହିଛନ୍ତି ୪୧ ଶ୍ରମିକ । ଉଦ୍ଧାର ପାଇଁ ଚାଲିଛି ଅହରହ ଉଦ୍ୟମ। ଶ୍ରମିକ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ସ୍ବତନ୍ତ୍ର କୌଶଳ ଆପଣାଉଛନ୍ତି ବିଶେଷଜ୍ଞ ଦଳ। ପାହାଡ଼ ଉପରୁ ଭର୍ଟିକାଲ ଡ୍ରିଲ କରିବାକୁ ଯୋଜନା କରାଯାଉଛି। ସୁଡ଼ଙ୍ଗ କରି ଉଦ୍ଧାର କରିବା ପାଇଁ କୌଶଳ କରାଯିବ।

ହେଭି ଅଗର ମେସିନ ସାହାଯ୍ୟରେ ମାଟି ଖୋଳା ଯାଉଛି । ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ବାୟୁସେନାର ଏୟାରକ୍ରାଫ୍ଟ ଯୋଗେ ମେସିନ ଅଣାଯାଉଛି । ରାତିଦିନ ଅବିଶ୍ରାନ୍ତ ଭାବେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ରେସ୍କ୍ୟୁ ଟିମ୍ । ମାତ୍ର ପ୍ରାଣମୂର୍ଚ୍ଛା ପ୍ରଚେଷ୍ଟା ସତ୍ତ୍ବେ ଅଦ୍ୟାବିଧି କିଛି ସୁଫଳ ମିଳିପାରିନି । ଶ୍ରମିକମାନଙ୍କୁ ପାଇପ ଯୋଗେ ଖାଦ୍ୟ, ପାନୀୟ ଓ ଅମ୍ଲଜାନ ଯୋଗାଇ ଦିଆଯାଉଛି। ନଭେମ୍ବର ୧୨ ତାରିଖରେ ନିର୍ମାଣାଧୀନ ସିଲ୍କୟାରା ଟନେଲର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ଏପଟେ ଦିନ ବଢିବା ସହିତ ଆଶଙ୍କା ବଢୁଛି। ସୁଡଙ୍ଗ ବାହାରେ ପରିବାରଲୋକେ ଅପେକ୍ଷା କରି ରହିଛନ୍ତି।

ଉତ୍ତରକାଶୀର ସିଲକିୟାରା ସୁଡଙ୍ଗ ଦୁର୍ଘଟଣା ଉପରେ ସାରା ଦେଶର ନଜର ରହିଛି । ୮୫୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ଟନେଲ ଲମ୍ବ ପ୍ରାୟ ସାଢେ ୪ କିଲୋମିଟର । ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଧାମକୁ ଯୋଡିବାକୁ ଥିବା ଏହି ସିଲକିୟରା ସୁଡଙ୍ଗ ଭୁଶୁଡି ଏବେ ଶ୍ରମିକଙ୍କ ପାଇଁ ମୃତ୍ୟୁର ଫାସ ସାଜିଛି । ତେବେ ଆଶା କରାଯାଉଛି ମୃତ୍ୟୁ ହାରିବ ଓ ଜୀବନ ଜିତିବ, ଆଉ ଶ୍ରମିକମାନେ ସୁରକ୍ଷିତ ଉଦ୍ଧାର ହେବେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button