ଭାରତରେ ହେବାକୁ ଥିବା ବାଣିଜ୍ୟ ମିସନ୍ ସ୍ଥଗିତ ରଖିଲା କାନାଡା – Ibnodisha

[ad_1]

ନୂଆଦିଲ୍ଲୀ: ଅକ୍ଟୋବର ମାସରେ ଭାରତରେ ଆୟୋଜନ କରାଯିବାକୁ ଥିବା ବାଣିଜ୍ୟ ମିସନ୍କୁ ସ୍ଥଗିତ ରଖାଯାଇଥିବା କଥା କାନାଡା ବାଣିଜ୍ୟମନ୍ତ୍ରୀଙ୍କ ମୁଖପାତ୍ର କହିଛନ୍ତି।
କୌଣସି କାରଣ ନ ଦର୍ଶାଇ କାନାଡାର ବାଣିଜ୍ୟମନ୍ତ୍ରୀ ମେରି ଏନ୍ଜିଙ୍କ ମୁଖପାତ୍ରୀ ସାଣ୍ଟି କୋସେଣ୍ଟିନୋ କହିଛନ୍ତି: ଏଥର ଆମେ ଭାରତକୁ ଯିବାକୁ ଥିବା ଆଗାମୀ ବାଣିଜ୍ୟ ମିସନ୍କୁ ସ୍ଥଗିତ ରଖୁଛୁ।
ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରାରମ୍ଭରେ କାନାଡା ଭାରତ ସହିତ ହେବାକୁ ଥିବା ବାଣିଜ୍ୟ ରାଜିନାମା ଆଲୋଚନା ବି ବନ୍ଦ କରିଥିଲା।
ନୂଆଦିଲ୍ଲୀରେ ଆୟୋଜିତ ‘ଜି୨୦’ ଶିଖର ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁଙ୍କ ମଧ୍ୟରେ ଆଲୋଚନା ହେବାର ଅଳ୍ପ ଦିନ ପରେ କାନାଡା ଏଭଳି ଘୋଷଣା କରିଛି।
ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ରୁଡୁଙ୍କ ନିକଟରେ କାନାଡାରେ ଚାଲିଥିବା ଭାରତ ବିରୋଧୀ ଉଗ୍ରବାଦୀ କାର୍ଯ୍ୟକଳାପ, ଭାରତୀୟ କୂଟନୀତିଜ୍ଞ ଉପରେ ଆକ୍ରମଣ ଓ ଭାରତୀୟ ସମ୍ପ୍ରଦାୟଙ୍କୁ ଦିଆଯାଉଥିବା ଧମକ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଭାରତ-କାନାଡା ସମ୍ପର୍କର ଅଗ୍ରଗତି ନିମନ୍ତେ ପାରସ୍ପରିକ ସମ୍ମାନ ଓ ବିଶ୍ବାସର ଭିତ୍ତିରେ ଉନ୍ନତି ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ବାରୋପ କରିଥିଲେ।
[ad_2]




