ଦେଶ

ସାପ ମୁହଁରେ ପାଟି ଲଗାଇ ଜୀବନଦାନ! – Ibnodisha

[ad_1]

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜଣେ କନେଷ୍ଟବଳ ଏକ ମରଣାପନ୍ନ ବିଷଧର ସାପ ମୁହଁରେ ପାଟି ଲଗାଇ ତାହାକୁ ବଞ୍ଚାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଦୁଃସାହସିକ କାର‌୍ୟ୍ୟର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି। ମଧ୍ୟପ୍ରଦେଶର ନର୍ମଦାପୁରମ୍‌ରେ ଉତ୍ତୋଳିତ ହୋଇଥିବା ଏହି ଭିଡିଓରେ ଏକ ସାପ ଜନବସତିର ଏକ ପାଣିପାଇପ୍‌ରେ ପଶିଯାଇଥିବା ଦେଖାଯାଇଛି। ସ୍ଥାନୀୟ ଲୋକେ ତାହାକୁ ସେଥିରୁ କାଢ଼ିବା ପାଇଁ ପାଇପ୍‌ରେ କୀଟନାଶକ ମିଶା ପାଣି ଢାଳିଥିଲେ। ସାପଟି ସିନା ପାଇପ୍‌ରୁ ବାହାରିଗଲା, ମାତ୍ର ତାହା ଅଚେତ ହୋଇ ପଡ଼ିରହିଲା। ଏହାପରେ ସେମାନେ ଅତୁଲ ଶର୍ମା ନାମକ ଜଣେ କନେଷ୍ଟବଳଙ୍କୁ ଖବର ଦେଇଥିଲେ ଯିଏ କି ଜଣେ ଆତ୍ମଘୋଷିତ ସର୍ପ ବିଶେଷଜ୍ଞ ଭାବରେ ପରିଚିତ। ଅତୁଲ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଅନୁଧ୍ୟାନ କରିଥିଲେ।
ସାପ ଉପରେ କୀଟନାଶକ ପାଣି ଢଳାଯାଇଥିବା ଶୁଣି ସେ ପ୍ରଥମେ ସାଦା ପାଣିରେ ତାହାକୁ ଧୋଇ ଦେଇଥିଲେ। ନିସ୍ତେଜ ହୋଇ ପଡ଼ିଥିବା ସାପଟିର ନିଃଶ୍ବାସପ୍ରଶ୍ବାସ ପ୍ରାୟ ବନ୍ଦ ହୋଇଯାଇଥିବା ଅତୁଲ ଜାଣିବାକୁ ପାଇଥିଲେ। ତେଣୁ ସେ ସାପ ପାଟିରେ ନିଜ ପାଟି ରଖି ଫୁଙ୍କିବା ଓ ଶୋଷିବା ସହ ତାହାର ଛାତିକୁ ଚାପିବା ଆରମ୍ଭ କରିଥିଲେ ଯାହାକୁ ଚିକିତ୍ସା ବିଜ୍ଞାନରେ ‘ସିପିଆର୍‌’ କହନ୍ତି। ଏହା ପରେ ସାପଟି ଘୁଷୁରିବା ଆରମ୍ଭ କରିଥିଲା। ଉପସ୍ଥିତ ଲୋକେ ଅତୁଲଙ୍କର ଏହି ଦୁଃସାହସିକ ପଦକ୍ଷେପର ପ୍ରଶଂସା କରିଥିଲେ। ଉଲ୍ଲେଖଯୋଗ୍ୟ, ବିଗତ ୧୫ ବର୍ଷ ଭିତରେ ଅତୁଲ ଏପରି ୫୦୦ ସରିକି ସାପକୁ ବଞ୍ଚାଇଥିବା କହିଛନ୍ତି। ତେବେ ସାପ ଧରିବା କି ତାହାର ଯତ୍ନ ନେବା ପାଇଁ ସେ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ନେଇନାହାନ୍ତି। କେବଳ ଡିସ୍କଭରି ଚ୍ୟାନେଲ୍‌କୁ ଦେଖି ଦେଖି ସେ ଏହି ଜ୍ଞାନ ଆହରଣ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button