ଦେଶ

ଜେଲରେ ଇମ୍ରାନ ଖାଁଙ୍କୁ ଜେଲା, ଗୋପନ ସରକାରୀ କାଗଜପତ୍ର ହଜିଥିବା କଥାକୁ କଲେ ସ୍ବୀକାର – Ibnodisha

[ad_1]

ଇସଲାମାବାଦ: ପାକିସ୍ତାନର ଶୀର୍ଷ ତଦନ୍ତକାରୀ ଏଜେନ୍ସି  ଏଫଆଇଏ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ୍ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାଁଙ୍କୁ ଅଫିସିଆଲ ସିକ୍ରେଟ୍ ଆକ୍ଟ ଅଧୀନରେ ଗୋପନୀୟ ଦସ୍ତାବିଜର ଅପବ୍ୟବହାର ଅଭିଯୋଗରେ ପଚରାଉଚରା କରିଛି। ୭୦ ବର୍ଷୀୟ ଖାଁ ଏକ ଦୁର୍ନୀତି ମାମଲାରେ ଅଦାଲତ ଦ୍ୱାରା ଦଣ୍ଡିତ ହେବା ପରେ ବର୍ତ୍ତମାନ ୩ ବର୍ଷ ଜେଲ୍ ଦଣ୍ଡ ଭୋଗୁଛନ୍ତି।

ଗାଏବ ହୋଇଥିବା ଦସ୍ତାବିଜ ସେହି ଦସ୍ତାବିଜ ଥିଲା ଯାହାକୁ ଇମ୍ରାନ ଦୀର୍ଘ ଦିନ ଧରି ଆମେରିକା ସମର୍ଥିତ ଷଡ଼ଯନ୍ତ୍ରର ପ୍ରମାଣ ବୋଲି ଦର୍ଶାଇଥିଲେ। ୨୦୨୨ ଏପ୍ରିଲରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ଦିନ ପୂର୍ବରୁ ଇମ୍ରାନ୍ ଏକ ରାଲିରେ ଏକ ଦସ୍ତାବିଜ ଦେଖାଇ କହିଥିଲେ ଯେ ଏହା ଏକ ବିଦେଶୀ ଷଡ଼ଯନ୍ତ୍ରର ପ୍ରମାଣ। ଏହାକୁ ନେଇ ଇମ୍ରାନଙ୍କ ବିରୋଧରେ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଅଧିନରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ଏହି ମାମଲାରେ ହିଁ ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫଆଇଏ)ର ଆତଙ୍କବାଦ ନିରୋଧୀ ଶାଖା (ସିଟିଡବ୍ଲ୍ୟୁ) ଶନିବାର ଜେଲରେ ଥିବା ଇମ୍ରାନଙ୍କୁ ଜେରା କରିଥିଲା ।

ଏଫ୍ଆଇଏ ସୂତ୍ରରୁ ପ୍ରକାଶ ଯେ ଏଫଆଇଏ ଉପନିର୍ଦ୍ଦେଶକ ଆୟାଜ୍ ଖାଁଙ୍କ ନେତୃତ୍ୱରେ ଏକ ୬ ଜଣିଆ ଯୁଗ୍ମ ତଦନ୍ତକାରୀ ଦଳ ଆଟକ୍ ଜେଲ୍ ର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟରେ ଇମ୍ରାନଙ୍କୁ ଏକ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲେ। ପଚରାଉଚରା ବେଳେ ଇମ୍ରାନ୍ ସ୍ୱୀକାର କରିଛନ୍ତି ଯେ କାଗଜପତ୍ର ହଜିଯାଇଛି ଏବଂ ସେ ଏହାକୁ କେଉଁଠାରେ ରଖିଥିଲେ ତାହା ସେ ମନେ ରଖିନାହାନ୍ତି ବୋଲି କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button