ମନୋରଞ୍ଜନ

ଶାହରୁଖଙ୍କ ଏହି କାମକୁ ନେଇ ଲୋକେ ଅସନ୍ତୋଷ, ପ୍ରଦର୍ଶନ କରିବା ପାଇଁ ପହଞ୍ଚିଥିଲେ ମନ୍ନତ – Ibnodisha

[ad_1]

ନୂଆଦିଲ୍ଲୀ: ବଲିଉଡର ବାଦଶାହା ଶାହରୁଖ ଖାନଙ୍କୁ ବଡ଼ ପରଦାରେ ଦେଖିବା ପାଇଁ ତାଙ୍କ ଫ୍ୟାନ୍ସମାନେ ଉତ୍ସାହର ସହ ଅପେକ୍ଷା କରି ରହିଥାଆନ୍ତି। ସିନେମା ‘ଯବାନ’ ସହିତ ଶାହରୁଖ ପୁଣିଥରେ ବଡ଼ପରଦାରେ ଜଲୱା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି।

ଗତ ଶନିବାର କିଛିଲୋକ ତାଙ୍କ ଘର ‘ମନ୍ନତ’ ସାମ୍ନାରେ  ପ୍ରଦର୍ଶନ ପାଇଁ ଏକାଠି ହୋଇଥିଲେ। ପ୍ରଦର୍ଶନକାରୀଙ୍କୁ ଶାହରୁଖଙ୍କ ଘର ସାମ୍ନାରେ ପ୍ରଦର୍ଶନ କରୁଥିବା ଦେଖି ମୁମ୍ବାଇ ପୁଲିସ ତାଙ୍କୁ ଅଟକାଇ ଦେଇଥିଲା। ତେବେ ଶାହରୁଖଙ୍କ ଘର ସାମ୍ନାରେ କାହିଁକି ପ୍ରଦର୍ଶନକାରୀ ପହଞ୍ଚିଥିଲେ, ତାହାକୁ ନେଇ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ କୁହାଯାଉଛି କି କିଛିଲୋକ ଶାହରୁଖଙ୍କ ଅନଲାଇନ ଗୋମିଂ ଆପ୍ସ ଓ ଜୁଆ ଆପ ପ୍ରମୋଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।  ଲୋକେ କହିଛନ୍ତି, ଏଭଳି ଜିନିଷର ପ୍ରଚାର କରିବା ଦ୍ବାରା ‌ଯୁବପିଢ଼ିଙ୍କ ଉପରେ ଖରପ ପ୍ରଭାବ ପଡ଼ୁଛି।

ତେଣୁ ଏହି ଘଟଣାକୁ ବିରୋଧ ‌କରି ଲୋକେ ଶାହରୁଖଙ୍କ ଘର ସାମ୍ନାରେ ବିରୋଧ ପ୍ରଦର୍ଶନ କରିବାକୁ ପହଞ୍ଚିଥିଲେ। ଏହି କାରଣରୁ ଶାହରୁଖ ଘର ‘ମନ୍ନତ’ ବାହାରେ ମୁମ୍ବାଇ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି।

ଶନିବାର ଏକ ଘରୋଇ ସଙ୍ଗଠନ ଅନଚଟ ୟୁଥ ଫାଉଣ୍ଡେସନ ଶାହରୁଖଙ୍କ ବିରୋଧରେ ଅନଲାଇନ ଜୁଆକୁ ପ୍ରଚାର କରିବା କାରଣ ହେତୁ ବିରୋଧ ପ୍ରଦର୍ଶନ ପାଇଁ ଘୋଷଣା କରିଥି‌ଲେ।

କୃଷ୍ଣାଚନ୍ଦ୍ର ଅଦଲ କହିଛନ୍ତି, ଶାହରୁଖଙ୍କ ଭଳି ବଡ଼ ଷ୍ଟାରମାନେ କ’ଣ କରୁଛନ୍ତି କ’ଣ କହୁଛନ୍ତି ସେସବୁକୁ ପିଲାମାନେ ଧ୍ୟାନର ସହ ଶୁଣନ୍ତି। ଏଭଳି ପରିସ୍ଥିତିରେ ଶାହରୁଖ ଯଦି ଏମିତି ଆପର ପ୍ରଚାର କରିବେ ଯୁବପିଢ଼ିଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। କାରଣ ଯଦି ଯୁବପିଢ଼ି ଜୁଆ ଖେଳନ୍ତି  ତେବେ ପୁଲିସ ତାଙ୍କୁ ଗିରଫ କରେ । ତେଣୁ ବଡ଼ ଷ୍ଟାରମାନେ ଜୁଆ ଆପର ପ୍ରଚାର ପ୍ରସାର କରିବା ପୂର୍ବରୁ ଥରେ ଭାବିବା ଦରକାର।

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button