ମନୋରଞ୍ଜନ

ନିଜ ରିଅଲ ଲାଇଫ ରେ ପତ୍ନୀ ଙ୍କୁ ରାଣୀ ପରି ରଖନ୍ତି TV ଇଣ୍ଡଷ୍ଟ୍ରି ର ଏହି 4 ଜଣ ଫେମସ ଅଭିନେତା, ପତ୍ନୀ ଙ୍କ ପାଇଁ କିଛି ବି କରି ପାରନ୍ତି ଏମାନେ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବିବାହ ଏମିତି ଏକ ବନ୍ଧନ ଅଟେ ଯାହା ଦ୍ୱାରା ଦୁଇଟି ଅଚିହ୍ନା ମନୁଷ୍ୟ ପରସ୍ପର ର ବହୁତ ପାଖକୁ ଆସି ପାରନ୍ତି।ସଂସାରରେ ବିବାହ ବନ୍ଧନ ଠାରୁ ବଡ଼ ଆଉ କୌଣସି ସମ୍ପର୍କ ନାହିଁ।ବିବାହ ବନ୍ଧନ ଭଗବାନ ଙ୍କ ଦ୍ଵାରା ହେଉଥିବା ଏକ ବନ୍ଧନ ଅଟେ।ଯେଉଁଥିରେ ଜଣେ ପୁଅ ଓ ଜଣେ ଝିଅ ଏକାଠି ହୋଇଥାନ୍ତି।ଏହି ବନ୍ଧନ ଏତେ ସହଜରେ ଭାଙ୍ଗି ଯାଏ ନାହିଁ।ଏହି ବନ୍ଧନ ଦ୍ଵାରା ପତି ପତ୍ନୀ ଯୁଗ ଯୁଗ ପାଇଁ ଏକାଠି ହୋଇଥାନ୍ତି।ସବୁ ଝିଅ ଚାହିଁଥାନ୍ତି ତାଙ୍କ ପତି ତାଙ୍କୁ ରାଣୀ ପରି ରଖୁ ଏବଂ କୌଣସି ପ୍ରକାର କଷ୍ଟ ନ ଦେଉ।ତେବେ ବନ୍ଧୁଗଣ ଟି.ଭି ଇଣ୍ଡଷ୍ଟ୍ରୀ ର ଏପରି କିଛି ଅଭିନେତା ଅଛନ୍ତି ଯେଉଁ ମାନେ ପରଦା ଉପରେ ବହୁତ ଦମଦାର ଅଭିନୟ କରିବା ସହିତ ଅସଲ ଜୀବନରେ ମଧ୍ୟ ଜଣେ ଆଦର୍ଶ ସ୍ୱାମୀ ହୋଇପାରିଛନ୍ତି।

ଏହି ଅଭିନେତା ମାନେ ପରଦା ଉପରେ ନିଜ ପତ୍ନୀ କୁ ବହୁତ ଭଲ ପାଇଥାନ୍ତି।ପରଦା ଉପରେ ନିଜ ପତ୍ନୀଙ୍କ ସହିତ ବହୁତ ରୋମାନ୍ସ କରିଥାନ୍ତି।ନିଜ ପତ୍ନୀ ର ବହୁତ ଯତ୍ନ ନେଇଥାନ୍ତି।ଅସଲ ଜୀବନ ରେ ମଧ୍ୟ ଏମାନେ ନିଜ ପତ୍ନୀଙ୍କୁ ରାଣୀ ଭଳି ରଖିଥାନ୍ତି।ତାଙ୍କର ବହୁତ ଯତ୍ନ ମଧ୍ୟ ନେଇଥାନ୍ତି।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଟି.ଭି ଇଣ୍ଡଷ୍ଟ୍ରୀ ର କେତେକ ପ୍ରସିଦ୍ଧ ଅଭିନେତା ଙ୍କ ବିଷୟରେ ଯେଉଁମାନେ ନିଜ ପତ୍ନୀକୁ ରାଣୀ ପରି ରଖିଥାନ୍ତି।

୧.ସୋଏବ ଖାନ-ସୋହେବ ଜଣେ ପ୍ରସିଦ୍ଧ ଅଭିନେତା ଅଟନ୍ତି।ସେ “ଜିତ ଗୟି ତୋ ପିୟା ମୋରେ” ଓ “ଇସ୍କ ମେ ମରଜାବା” ଭଳି ଧାରାବାହିକରେ ଅଭିନୟ କରି ବହୁତ ପ୍ରସିଦ୍ଧି ଲାଭ କରିଛନ୍ତି।ସେ ବହୁତ ଉଚ୍ଚକୋଟୀର ଅଭିନେତା ଅଟନ୍ତି।ନିଜ ଅସଲ ଜୀବନ ରେ ସେ ସାଥି କଳାକାର ଦୀପିକା କକ୍କର ଙ୍କୁ ବିବାହ କରିଛନ୍ତି।ଏମାନେ ୨୦୧୮ ମସିହା ରେ ବିବାହ କରିଥିଲେ।

ସେ ନିଜ ପତ୍ନୀ କୁ ବହୁତ ଭଲ ପାଉଥିଲେ ଏବେ ମଧ୍ୟ ସେ ନିଜ ପତ୍ନୀଙ୍କୁ ବହୁତ ଭଲ ପାଉଛନ୍ତି।ସେ ନିଜ ପତ୍ନୀଙ୍କ ର ବହୁତ ଯତ୍ନ ନେଇଥାନ୍ତି।ସେ ତାଙ୍କୁ ପୁରା ରାଣୀ ପରି ରଖିଥାନ୍ତି।ସେ ତାଙ୍କର ସମସ୍ତ ଭାବନା କୁ ବୁଝିକରି କାମ କରିଥାନ୍ତି।ଦୁଇ ଜଣ ପରସ୍ପର କୁ ବହୁତ ଭଲ ପାଆନ୍ତି।

୨.ରଜତ ଟୋକାସ-ଧାରାବାହିକ “ଯୋଦ୍ଧା ଆକବର” ରେ ଆକବର ଙ୍କ ଚରିତ୍ର ରେ ଅଭିନୟ କରିଥିବା ରଜତ ଏବେ ଘରେ ଘରେ ପରିଚିତ।ନିଜର ଚମତ୍କାର ଅଭିନୟ ପାଇଁ ସେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛନ୍ତି।ସେ ବହୁତ ଛୋଟ ବେଳରୁ ହିଁ ସଫଳତା ହାସଲ କରଥିଲେ।

ତାଙ୍କ ଅସଲ ଜୀବନ ବିଷୟରେ କଥା ହେବା ତ ସେ ୨୦୧୫ ମସିହାରେ ସୃଷ୍ଟି ନାୟର ଙ୍କୁ ନିଜ ଜୀବନ ସାଥି ଭାବେ ଗ୍ରହଣ କରିଥିଲେ।ସୃଷ୍ଟି ଜଣେ ଥିଏଟର କଳାକାର ଅଟନ୍ତି।ତାଙ୍କର ମିଳନ ମଧ୍ୟ ଏକ ଥିଏଟର ରୁ ହିଁ ହେଇଥିଲା।ସେବେଠୁ ନେଇ ଆଜି ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଇ ଆସୁଛନ୍ତି।ଦୁହିଁଙ୍କ ଯୋଡି କୁ ତାଙ୍କ ପ୍ରଶଂସକ ମାନେ ମଧ୍ୟ ବହୁତ ପସନ୍ଦ କରିଥାନ୍ତି।ରଜତ ନିଜ ପତ୍ନୀ ଙ୍କ ର ବହୁତ ଯତ୍ନ ନେଇଥାନ୍ତି।ସେ ନିଜ ପତ୍ନୀ ଙ୍କୁ ଜୀବନ ଠାରୁ ବି ବେଶି ଭଲ ପାଇଥାନ୍ତି।ତାଙ୍କର ସବୁ ଇଛା କୁ ପୂରଣ କରିଥାନ୍ତି।ତାଙ୍କୁ ବାସ୍ତବରେ ଏକ ରାଣୀ ପରି ରଖିଥାନ୍ତି।

୩. ମୋହିତ ସହଗଲ

ଟିଭି ସିରିଏଲ ମିଲେ ଜବ ହମ ତୁମ ରୁ ନିଜ କ୍ଯାରିୟର ଆରମ୍ଭ କରିଥିବା ଅଭିନେତା ମୋହିତ ସହଗଲ ତାଙ୍କର କୋ ଷ୍ଟାର ସନାୟା ଇରାନୀ ଙ୍କ ସହିତ 2016 ରେ ବିବାହ କରିଥିଲେ । ଆଜି ମଧ୍ୟ ଏମାନଙ୍କ ମଧ୍ୟରେ ଢେର ସାରା ଭଲ ପାଇବା ରହିଛି । ମୋହିତ ସନାୟାଙ୍କୁ ବହୁତ ହିଁ ଭଲ ପାଆନ୍ତି ଓ ତାଙ୍କର ସମ୍ମାନ କରନ୍ତି । ଏହି କାରଣରୁ ସନାୟା ଇରାନୀ ଆଜି ଏକ ଆଲିସାନ ଜୀବନ ବଞ୍ଚୁଛନ୍ତି ।

୪.ସବୀର ଆହୁଲବାଲିଆ-ସବୀର ପ୍ରସିଦ୍ଧ ଧାରାବାହିକ “କୁମକୁମ ଭାଗ୍ୟ”ରେ ଅଭିଷେକ ଚରିତ୍ରରେ ଦମଦାର ଅଭିନୟ କରି ଘରେ ଘରେ ପରିଚିତ ହୋଇପାରିଥିଲେ।ସେ ଟି.ଭି ଇଣ୍ଡଷ୍ଟ୍ରୀ ର ବହୁତ ଜଣା ଶୁଣା ଅଭିନେତା ଙ୍କ ମଧ୍ୟରେ ଗଣା ଯାଇଥାନ୍ତି।ସେ ୨୦୧୧ ମସିହାରେ କାଞ୍ଚି କଲ ଙ୍କୁ ବିବାହ କରିଥିଲେ।

ସେମାନେ ବହୁତ ଦିନ ସମ୍ପର୍କରେ ରହିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ସେ ନିଜ ପତ୍ନୀ କୁ ବହୁତ ଖୁସି ରେ ରଖିଥାନ୍ତି।ତାଙ୍କ ପତ୍ନୀ ମଧ୍ୟ ଜଣେ ବହୁତ ଜଣାଶୁଣା ଅଭିନେତ୍ରୀ ଅଟନ୍ତି।ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଆନ୍ତି।କାଞ୍ଚି ଙ୍କ ମୁଖର ହସ ଜଣାଇ ଦିଏ ଯେ ତାଙ୍କ ପତି ତାଙ୍କୁ ରାଣୀ ପରି ରଖିଛନ୍ତି।ଦୁହେଁ ବହୁତ ହସ ଖୁସି ରେ ଜୀବନ ଅତିବାହିତ କରୁଅଛନ୍ତି।ସବୀର ନିଜ ପତ୍ନୀକୁ ବହୁତ ଭଲ ପାଇବା ସହିତ ରାଣୀ ଭଳି ରଖିଥାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button