ମନୋରଞ୍ଜନ

୪ଦିନରେ ୫୦୦କୋଟି ପାର୍ ! ବକ୍ସ ଅଫିସରେ କମାଲ କରୁଛି ‘ଯବାନ’ – Ibnodisha

[ad_1]

ମୁମ୍ବାଇ: ଗୁରୁବାର ରିଲିଜ୍ ହୋଇଥିଲା ଫିଲ୍ମ ‘ଯବାନ’। ରିଲିଜ୍ ହେଉ ହେଉ ଫିଲ୍ମର ଯାଦୁ ଦର୍ଶକଙ୍କ ଉପରେ ପଡ଼ିିଥିବା ଦେଖିବାକୁ ମିଳିଛି। ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ପ୍ରଥମ ଦିନରେ ବିଶ୍ୱରେ ୧୨୦ କୋଟିରୁ ଅଧିକ ବେପାର କରିବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିଲେ । ଯଦି ଏହିଭଳି ଦର୍ଶକଙ୍କ ଭଲପାଇବା ମିଳିଲା ତେବେ ଫିଲ୍ମଟି ଖୁବଶୀଘ୍ର ୧୦୦୦କୋଟି କ୍ଲବରେ ସାମିଲ ହେବ ବୋଲି କୁହାଯାଉଥିଲା। ଏବେ ଫିଲ୍ମର ଆୟ ଦେଖି ବିଶେଷଜ୍ଞଙ୍କ ଆକଳନ ସତ ବୋଲି ପ୍ରମାଣ ହୋଇଛି।

କୁହାଯାଉଛି ଯେ, ରିଲିଜର ୪ଦିନ ମଧ୍ୟରେ ହିଁ ଶାହରୁଖଙ୍କ ଫିଲ୍ମ ୫୦୦କୋଟିରୁ ଅଧିକ ଟଙ୍କା ଆୟ କରିସାରିଛି। ୧୦୦କୋଟି କ୍ଲବରେ ସାମିଲ ହେବା ପାଇଁ କିଛି ଫିଲ୍ମକୁ ୧୫ଦିନରୁ ଅଧିକ ସମୟ ଲାଗୁଥିବା ବେଳେ ଶାହରୁଖଙ୍କ ଫିଲ୍ମ ୪ଦିନରେ ୫୦୦କୋଟିରୁ ଅଧିକ ଟଙ୍କା ଆୟ କରିବାଟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଆୟ ସହିତ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି ‘ଯବାନ’ ।

ମିଳିଥିବା ସୂଚନା ମୁତାବକ, ‘ଯବାନ’ ଚତୁର୍ଥ ଦିନରେ ୮୦କୋଟିରୁ ଅଧିକ ଟଙ୍କା ଆୟ କରିବା ପରେ ଫିଲ୍ମର ଆୟ ୫୦୦କୋଟି ପାର କରିଛି। ତେବେ ବିଶ୍ବ ବକ୍ସ ଅଫିସର ଆୟକୁ ମିଶାଇ ‘ଯବାନ’ ୫୦୦କୋଟି ପାର୍ କରିଥିବା ଜଣାଯାଇଛି। କେବଳ ଭାରତରେ ଫିଲ୍ମଟି ଏପର୍ଯ୍ୟନ୍ତ ୨୮୫କୋଟି ଟଙ୍କା ଆୟ କରିଥିବା କୁହାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button