ମନୋରଞ୍ଜନ

ରଣବୀର-ଆଲିଆଙ୍କ ବିବାହ ପୋଷାକ ସହ କିଆରା-ସିଦ୍ଧାର୍ଥଙ୍କ ‘ଏଣ୍ଟ୍ରି ଡ୍ୟାନ୍ସ’ କପି କଲେ ରାଘନୀତି – Ibnodisha

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢ଼ାଙ୍କ ବିବାହ ଉଦୟପୁରର ‘ଲୀଲା ପ୍ୟାଲେସ’ ହୋଟେଲରେ ରାଜକୀୟ ଶୈଳୀରେ ହୋଇଥିଲା। ବିବାହ ସମୟରେ କିଭଳି ରାଘବ ମଣ୍ଡପକୁ ପ୍ରବେଶ କରିଥିଲେ ଏବଂ ଏହା ଦେଖି ପରିଣୀତିଙ୍କୁ କିଭଳି ପ୍ରତିକ୍ରିୟା ଥିଲା, ତାହାର ଏକ ଭିଡିଓ ପରୀ ନିଜ ଇନଷ୍ଟାରେ ସେୟାର କରିଛନ୍ତି। ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ରାଘନୀତି, ରଣବୀର-ଆଲିଆଙ୍କ ବିବାହ ପୋଷାକ ସହ କିଆରା-ସିଦ୍ଧାର୍ଥଙ୍କ ‘ଏଣ୍ଟ୍ରି ଡ୍ୟାନ୍ସ’ କପି କରିଥିବା କୁହାଯାଉଛି।

ସୂଚନା ମୁତାବକ, ପରୀ ଯେଉଁ ଭିଡିଓ ଇନଷ୍ଟା‌ରେ ସେୟାର କରିଛନ୍ତି ସେଥିରେ ଦେଖାଯାଇଛି ଯେ ରାଘବ, ପରୀଙ୍କୁ ଦେଖି ତାଙ୍କୁ ସୁନ୍ଦର ଦେଖାଯାଉଛ ବୋଲି କହିବା ସହ ନିଜ ଆଡକୁ ହାତ ଠାରି ଡାକୁଛନ୍ତି। ଏହା ପରେ ପରୀ ତାଙ୍କ ହାତରେ ହାତ ରଖି ମଣ୍ଡପ ଉପରକୁ ଆସୁଛନ୍ତି।

ସିଦ୍ଧାର୍ଥ-କିଆରାଙ୍କ ବିବାହ ସମୟରେ ସିଦ୍ଧ‌ାର୍ଥ ମଧ୍ୟ ଏଭଳି କରିଥିଲେ। ଏବେ ପରୀ ଭିଡିଓ ସେୟାର କରିବା ପରେ ରାଘନୀତି ବଲିଉଡର ୨ଟି ଲୋକପ୍ରିୟ ଦମ୍ପତିଙ୍କୁ କପି କରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button