ପୁଲିସ ପୋଷାକରେ ଘରେ ପଶି ଟଙ୍କା ଆଦାୟ ମାମଲା: ଦୋଷୀକୁ ୨ ବର୍ଷ ଜେଲ୍ – Ibnodisha

[ad_1]

ରାଉରକେଲା: ପୁଲିସ ପୋଷାକରେ ଘରେ ପଶି ଟଙ୍କା ଆଦାୟ କରିବା ଜଣେ ଯୁବକକୁ ମହଙ୍ଗା ପଡ଼ିଛି। ରାଉରକେଲା ପ୍ରଥମ ଶ୍ରେଣୀ ବିଚାରପତି ଉମାକାନ୍ତ ବେହେରା ମାମଲାର ବିଚାର କରି ଦୋଷୀକୁ ଦୁଇ ବର୍ଷ କାରାଦଣ୍ଡ ସହ ୭ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୩ ମାସ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଗିରଫ ଯୁବକ ଜଣକ ହେଲେ ରତିକାନ୍ତ ରଥ। ଟାଙ୍ଗରପାଲି ଥାନା ଅଞ୍ଚଳରେ ଡୋମିନ୍ ସୋରେନ୍ ପରିବାର ସହ ରହନ୍ତି। ଗତ ୨୦୨୩ ଜାନୁଆରି ୨୭ ଅପରାହ୍ନରେ ଡୋମିନ୍ ଘରେ ଏକାକୀ ଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ରତିକାନ୍ତ ପୁଲିସ ପୋଷାକରେ ଡୋମିନ୍ଙ୍କ ଘରକୁ ପଶିଥିଲେ। ଜୋରଜବରଦସ୍ତ ଟଙ୍କା ଦେବାକୁ କହିଥିଲେ। ଟଙ୍କା ନ ଦେଲେ ଜେଲ୍ରେ ପୁରାଇ ଦେବାକୁ ଧମକ ଦେଇଥିଲେ। ପରେ ଆଲୁମିନିୟମ ବାକ୍ସ ଭାଙ୍ଗି ୬ ହଜାର ଟଙ୍କା ନେଇ ଯାଇଥିଲେ। ମହିଳା ଜଣଙ୍କ ପାଟି କରିବାରୁ ରତିକାନ୍ତ ସେଠାରୁ ଫେରାର ହୋଇଯାଇଥିଲା। ଧରାପଡ଼ିଯିବା ଭୟରେ ରତିକାନ୍ତ ଏକ ଗଛମୂଳେ ପୁଲିସ ପୋଷାକକୁ ବଦଳାଉଥିବାବେଳେ ଗ୍ରାମବାସୀଙ୍କ କାବୁ କରି ପୁଲିସକୁ ଜିମା ଦେଇଥିଲେ। ଟାଙ୍ଗରପାଲି ପୁଲିସ ରତିକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟ ସମସ୍ତ ସାକ୍ଷୀଙ୍କ ସାକ୍ଷ୍ୟପ୍ରମାଣ ଭିତ୍ତିକରି ଏହି ରାୟ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ଅକ୍ଷୟ ସାହୁ ମାମଲା ପରିଚାଳନା କରୁଥିଲେ।
[ad_2]