ଦେଶ

ଗାଜାରେ ଜୀବନ ସହ ଲଢୁଛନ୍ତି ଶିଶୁ ଓ ଗର୍ଭବତୀ – Ibnodisha

[ad_1]

ବ୍ୟୁରୋ: ଇସ୍ରାଏଲ ଗାଜାରେ ଜାରି ରଖିଥିବା ସାମରିକ ଅଭିଯାନ ଆଜି ୧୬ତମ ଦିନରେ ପହଞ୍ଚିଛି । ସମୟ ଯେତିକି ବଢୁଛି, ଗାଜାରେ ପାଲେଷ୍ଟାନୀୟଙ୍କ ଦୁର୍ଦ୍ଦଶା ମଧ୍ୟ ସେତିକି ବଢିବାରେ ଲାଗିଛି । ଏବେ ସୁଦ୍ଧା ଇସ୍ରାଏଲ ଆକ୍ରମଣରେ ଗାଜାରେ ପ୍ରାୟ ସାଢେ ୪ ହଜାର ଲୋକଙ୍କ ପ୍ରାଣହାନୀ ଘଟି ସାରିଲାଣି । ତଥାପି ଯୁଦ୍ଧ ବନ୍ଦ ଘୋଷଣା ପରିବର୍ତ୍ତେ ଟେଲ-ଆଭିଭ ଗାଜାରେ ପରବର୍ତ୍ତୀ ପର୍ଯ୍ୟାୟ ଆକ୍ରମଣର ଯୋଜନା କରୁଛି । ତେବେ ଗାଜାରେ ଏବେ ମାନବୀୟ ସଙ୍କଟ ଆହୁରି ଉତ୍କଟ ହେବାରେ ଲାଗିଛି । ଇନ୍ଧନ ଓ ଚିକିତ୍ସା ସାମଗ୍ରୀର ଘୋର ଅଭାବ ରହିଛି । ଏହି ବିପଦରେ ସର୍ବାଧିକ ପ୍ରଭାବିତ ହେଉଛନ୍ତି, ଗର୍ଭବତୀ ଓ ଶିଶୁ ।

ଗତ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ବାୟୁସେନା ସିରିୟାର ଦୁଇ ବିମାନ ବନ୍ଦର ସହ ପାଲେଷ୍ଟାଇନର ୱେଷ୍ଟବ୍ୟାଙ୍କରେ ଆକ୍ରମଣ କରିଛି । ଏହି ଅପରେସନରେ ଅତିକମରେ ୫୦ରୁ ଅଧିକ ଜୀବନ ଯାଇଥିବା ସୂଚନା ମିଳିଛି । ଇସ୍ରାଏଲର ସାମରିକ ମୁଖପାତ୍ର କହିଛନ୍ତି, ଇସ୍ରାଏଲ ଏହି ଆକ୍ରମଣ ଜାରି ରଖିବ । ହାମାସ ପରିଚାଳିତ ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଏପର୍ଯ୍ୟନ୍ତ ଗାଜାରେ ମୃତ୍ୟୁସଂଖ୍ୟା ୪,୩୮୫ ରେ ପହଞ୍ଚିଥିବା ବେଳେ ୧୩,୫୬୧ ଜଣ ଆହତ ହୋଇଛନ୍ତି । ଅନ୍ୟପଟେ ଏହି ସଂଘର୍ଷରେ ପାଲେଷ୍ଟାଇନର ପଡୋଶୀ ଦେଶ ଲେବନନର ଇସଲାମିକ ଆତଙ୍କୀ ସଂଗଠନ ‘ହିଜବୁଲ’ ମଧ୍ୟ ଇସ୍ରାଏଲ ସେନାକୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ମିଳିବା ପରେ ସ୍ଥାନୀୟ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସଂଗଠନକୁ ଏଥିରୁ କ୍ଷାନ୍ତ ରହିବାକୁ ଚେତାବନୀ ଦେଇଛନ୍ତି । ଯଦି ‘ହିଜବୁଲ’ ଇସ୍ରାଏଲ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ଇସ୍ରାଏଲ ଲେବନନ ସୀମାରେ ମଧ୍ୟ ଆକ୍ରମଣ କରିବାର ଆଶଙ୍କା ବଢିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button