ଏକାକୀ ପର୍ଣ୍ଣ ଭିଡିଓ ଦେଖିବା ଅପରାଧ ନୁହେଁ: କେରଳ ହାଇକୋର୍ଟ – Ibnodisha

[ad_1]
ଥିରୁଅନନ୍ତପୁରମ: ପର୍ଣ୍ଣୋଗ୍ରାଫିକୁ ନେଇ କେରଳ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କାହାକୁ ନଦେଖାଇ ବ୍ୟକ୍ତିଗତଭାବେ ଅଶ୍ଳୀଳ(କ୍ଟ୍ରକ୍ଟକ୍ସଦ୍ଭ)ଭିଡିଓ ଦେଖିବା ଅପରାଧ ନୁହେଁ ବୋଲି କେରଳ ଉଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି । ଏନେଇ କୌଣସି ଆଇନ ନଥିବା କହିଛନ୍ତି କୋର୍ଟ । ଜଣେ ବ୍ୟକ୍ତିର ବ୍ୟକ୍ତିଗତ ଇଚ୍ଛାରେ ବାଧା ସୃଷ୍ଟି କରିବା ଅନୁଚିତ । ୨୦୧୬ ମସିହାରେ ଅଲୁଭା ପ୍ୟାଲେସ ନିକଟରେ ଜଣେ ୩୩ ବର୍ଷୀୟ ବ୍ୟକ୍ତି ରାସ୍ତା ଉପରେ ଏହିଭଳି ଭିଡିଓ ଦେଖୁଥିବା ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିଲା ।
ବିଚ୍ ରାସ୍ତାରେ ପର୍ଣ୍ଣ ଭିଡିଓ ଦେଖୁଥିବା ବ୍ୟକ୍ତିଙ୍କୁ ପୋଲିସ ତୁରନ୍ତ ଗିରଫ କରିଥିବାବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ସେହି ବ୍ୟକ୍ତିଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲେ କୋର୍ଟ । “ସମ୍ବିଧାନର ଧାରା ୨୯୨ ମୁତାବକ ଯଦି କୌଣସି ବ୍ୟକ୍ତି ସାମାଜିକ ଗଣମାଧ୍ୟମ କିମ୍ବା ସର୍ବସମ୍ମୁଖରେ ଏଭଳି ଅଶ୍ଳୀଳ ଭିଡିଓ କିମ୍ବା ଫଟୋ ଦେଖୁଥାଆନ୍ତି ତେବେ ଏହା ଏକ ଅପରାଧ” ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । କିନ୍ତୁ ବ୍ୟକ୍ତିଗତ ଭାବରେ ନିଜ ଇଚ୍ଛା ମୁତାବକ ଏଭଳି ଭିଡିଓ କିମ୍ବା ଫଟୋ ଦେଖୁଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ ବୋଲି ଶୁଣାଣି କରି କହିଛନ୍ତି ମାମଲାର ବିଚାର କରୁଥିବା ଜଷ୍ଟିସ କୁହ୍ନି କ୍ରିଷ୍ଣନ୍ ।
ତେବେ ଜଷ୍ଟିସ କୁହ୍ନି କ୍ରିଷ୍ଣନ୍ ଏନେଇ ପିଲାମାନଙ୍କ ପିତାମାତାଙ୍କୁ ମଧ୍ୟ ସତର୍କ କରାଇଛନ୍ତି । ସେ କହିଛନ୍ତି, “ବର୍ତ୍ତମାନର ଯୁଗରେ ମୋବାଇଲର ଅତ୍ୟଧିକ ବ୍ୟବହାର ଯୋଗୁ ପିଲମାନେ ଅବାଟକୁ ଯାଉଛନ୍ତି । ତେଣୁ ଛୋଟ ପିଲାମାନଙ୍କ କ୍ଷେତ୍ରରେ ମୋବାଇଲର ବ୍ୟବହାର କମ କରାଇବା ପ୍ରତି ସେମାନଙ୍କ ପିତାମାତା ଦାୟିତ୍ୱବାନ ହେବା ଉଚିତ । ଆମେ ପିଲାମାନଙ୍କୁ ମୋବାଇଲ ଗେମ୍ ପରିବର୍ତ୍ତେ କ୍ରିକେଟ ଖେଳ ପ୍ରତି ଉତ୍ସାହିତ କରିବା । ସେହିପରି ସ୍ୱିଗି, ଜୋମାଟୋ ବଦଳରେ ସେମାନଙ୍କ ମାଆମାନେ ଘରେ ରୋଷେଇ କରି ପିଲାଙ୍କୁ ଖୁଆଇବା ଉଚିତ । ଏହିପରିଭାବେ ଅନାବଶ୍ୟକ ସ୍ଥଳରେ ମୋବାଇଲର ବ୍ୟବହାର କମ୍ କରି ପାରିଲେ ସମାଜରେ ପିଲାଙ୍କୁ ଭଲ ମଣିଷ କରି ଗଢି ତୋଳି ହେବ ।
[ad_2]




