ଦେଶ

ଚନ୍ଦ୍ରକୁ ଲୁନା-୨୫ ଉତ୍‌‌କ୍ଷେପଣ କଲା ରୁଷ୍‌: ଚନ୍ଦ୍ରଯାନ-୩ ପୂର୍ବରୁ ଅବତରଣ କରିବ – Ibnodisha

[ad_1]

ଇସ୍ରୋର ଅଭିନନ୍ଦନ

ମସ୍କୋ: ଚନ୍ଦ୍ରପୃଷ୍ଠକୁ ଦୀର୍ଘ ୪୭ ବର୍ଷ ପରେ ରୁଷ୍‌ ଏକ ମହାକାଶ ଯାନ ପ୍ରେରଣ କରିଛି। ଭୋଷ୍ଟୋଚିନି କସମୋଡ୍ରମରୁ ମହାକାଶ ଯାନ ସୋୟୁଜ ୨.୧ ଭି ରକେଟ ଜରିଆରେ ଲୁନା-୨୫କୁ ପଠାଯାଇଛି। ଗତମାସରେ ଭାରତ ଚନ୍ଦ୍ରକୁ ଚନ୍ଦ୍ରଯାନ-୩ ଉତ୍‌କ୍ଷେପଣ କରିସାରିଛି। ଆସନ୍ତା ୨୩ ତାରିଖରେ ଭାରତର ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରିବ ବୋଲି ପୂର୍ବାନୁମାନ କରାଯାଇଛି। କିନ୍ତୁ ରୁଷ୍‌ର ଚନ୍ଦ୍ରଯାନ ଏହାର ଦୁଇ ଦିନ ପୂର୍ବରୁ ଅର୍ଥାତ ଆସନ୍ତା ୨୧ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ଲକ୍ଷ୍ୟ ରଖିଛି। ଏହା ପୂର୍ବରୁ ରୁଷ୍‌ ୧୯୭୬ରେ ଶେଷ ଥର ପାଇଁ ଏହାର ଚନ୍ଦ୍ର ମିସନ କରିଥିଲା।

ଭୋଷ୍ଟୋଚିନି କସମୋଡ୍ରମର ଦୂରତା ମସ୍କୋର ପୂର୍ବ ଦିଗରେ ୫୫୫୦ କିଲୋମିଟର ଦୂରରେ। ମସ୍କୋ ସମୟ ଶୁକ୍ରବାର ୨ଟା ୧୧ ମିନିଟରେ ଏହାକୁ ଉତକ୍ଷେପଣ କରାଯାଇଛି। ଏହି ଯାନରେ ପଠାଯାଇଥିବା ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅଗଷ୍ଟ ୨୧ ତାରିଖରେ ଅବତରଣ କରିବ ବୋଲି ରୁଷ ମହକାଶ ମୁଖ୍ୟ ୟୁରି ବୋରିସୋଭ କହିଛନ୍ତି। ରୁଷ୍‌ର ମହକାଶ ଗବେଷଣା ସଂସ୍ଥା ରସକସମସ ପୂର୍ବରୁ ଉକ୍ତ ଯାନ ଆସନ୍ତା ୨୩ ତାରିଖରେ ଅବତରଣ କରିବ ବୋଲି ପୂର୍ବାନୁମାନ କରିଥିଲା। ଲୁନା-୨୫ର ଆକାର ଏକ ଛୋଟ କାର ଭଳି। ଚନ୍ଦ୍ରର ଦକ୍ଷିଣ ମେରୁରେ ଏହା ପ୍ରାୟ ବର୍ଷେ ପର୍ଯ୍ୟନ୍ତ ସକ୍ରିୟ ରହି କାର୍ଯ୍ୟ କରିବ। ଯଦି ଲୁନା-୨୫ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରିବାରେ ସଫଳ ହୁଏ ତାହେଲେ ଏଭଳି ବିରଳ ସଫଳତା ହାସ‌ଲ କରିବାରେ ଏହା ବିଶ୍ବର ପ୍ରଥମ ଦେଶ ହେବ।

ଇସ୍ରୋର ଅଭିନନ୍ଦନ
ରୁଷ୍ ଆଜି ଚନ୍ଦ୍ରପୃଷ୍ଠକୁ ଲୁନା-୨୫ ଉତ୍‌କ୍ଷେପଣ କରିବା ପରେ ଭାରତର ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଏଥିପାଇଁ ରୁଷ୍‌ର ମହାକାଶ ଗବେଷଣା ସଂସ୍ଥା ରସକସମସକୁ ଅଭିନନ୍ଦନ ଜଣାଇଛି। ଲୁନା-୨୫ର ସଫଳ ଉତକ୍ଷେପଣ ପାଇଁ ଅଭିନନ୍ଦନ। ଆମର ମହାକାଶ ଯାତ୍ରାରେ ଆଉ ଏକ ମିଳନ ସ୍ଥଳ ହେବା ଆମକୁ ଚକିତ କରିଛି। ଭାରତର ଚନ୍ଦ୍ରଯାନ-୩ ଏବଂ ରୁଷ୍‌ର ଲୁନା-୨୫ ଉଭୟ ସେମାନଙ୍କ ଲକ୍ଷ୍ୟ ହାସଲରେ ସଫଳ ହେବା ନେଇ ଇସ୍ରୋ ଶୁଭେଚ୍ଛା ଜଣାଇଛି। ଚନ୍ଦ୍ରରେ ଜଳର ଅନୁସନ୍ଧାନ ସଂପର୍କରେ ଜାଣିବା ପାଇଁ ଉଭୟ ଭାରତ ଏବଂ ରୁଷ ଏହି ଅଭିଯାନ ଆରମ୍ଭ କରିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button