ଦେଶ

ଥରିଲା ଗୁଜରାଟ, ମ୍ୟାଚ ବେଳେ ଛନକା ପଶାଇଲା ଭୂକମ୍ପ ଝଟକା – Ibnodisha

[ad_1]

ଅହମଦାବାଦ : ମ୍ୟାଚ ପୂର୍ବରୁ ଥରିଲା ଗୁଜରାଟ । ଗୁଜୁରାଟର ଅହମ୍ମଦାବାଦରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ଦୁଇ ପାରମ୍ପରିକ ପ୍ରତିଦ୍ଵନ୍ଦୀଙ୍କ ମଧ୍ୟରେ ମ୍ୟାଚ ଖେଳାଯିବ । ଏହା ପୂର୍ବରୁ  ଗୁଜୁରାଟର କୁଚରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହା ତୀବ୍ରତା ୨.୬ ରେକର୍ଡ କରାଯାଇଛି । ସୂଚନାନୁସାରେ, ବିଳମ୍ବିତ ରାତିରେ କୁଚର ଖାୱଡ଼ାରୁ ୧୭ କିଲୋମିଟର ଦୂରରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୬ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ଲୋକେ ଭୟରେ ଘର ବାହାରକୁ ଚାଲି ଆସିଛନ୍ତି । ତେବେ ଭୂମିକମ୍ପର ତୀବ୍ରତା କମ୍‌ ଥିବାରୁ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଅର୍ଥାତ୍ ୧ ସେପ୍ଟେମ୍ବର ୨୦୨୩ ରେ ଗୁଜୁରାଟର ଦୁଧାଇଠାରୁ ୧୫ କିଲୋମିଟର ଦୂରରେ ରାତି ପ୍ରାୟ ୮:୫୪ ରେ ୪.୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା । ଏଥି ସହିତ ଦୁଧାଇରେ ମଧ୍ୟ ୩.୩ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button