ଦେଶ

ଟନେଲରେ ଶ୍ରମିକ ଫଶିଥିବା ଘଟଣା, ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି – Ibnodisha

[ad_1]

ଉତ୍ତରକାଶୀ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ଟନେଲରେ ଫଶି ରହିଥିବା ୪୧ ଶ୍ରମିକଙ୍କ ସମ୍ପର୍କରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ଚାଲିଥିବା ଉଦ୍ଧାର ଓ ରିଲିଫ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ । କେନ୍ଦ୍ର ପକ୍ଷରୁ ଆବଶ୍ୟକୀୟ ଉପକରଣ ଯୋଗାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନଭେମ୍ବର ୧୨ରୁ ଟନେଲରେ ଫଶି ରହିଛନ୍ତି ୪୧ ଶ୍ରମିକ । ଉତ୍ତରାଖଣ୍ଡର ଉତ୍ତରକାଶୀରେ ଯମୁନୋତ୍ରି ରାଜପଥରେ ନିର୍ମାଣାଧୀନ ଟନେଲରେ ଫସିଛନ୍ତି ୪୦ ଶ୍ରମିକ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଟନେଲରେ ଫସିଛନ୍ତି ୫ ଓଡ଼ିଆ । ହେଲେ ଆସିଛି ଖୁସି ଖବର । ଟନେଲରେ ଫସିଥିବା ୫ ଜଣ ଓଡ଼ିଆଙ୍କ ମଧ୍ୟରୁ ଜଣେ ଓଡ଼ିଆ ଶ୍ରମିକଙ୍କ ପ୍ରଥମ ମେସେଜ୍ ଆସିଛି । ପରିବାର ଲୋକଙ୍କ ମୟୂରଭଂଜର ଧୀରେନ୍ ନାଏକ ଟନେଲ୍ ଭିତରୁ କଥା ହୋଇଛନ୍ତି । ଦୁର୍ଘଟଣାରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ସେନାର ସହାୟତା ନିଆଯାଉଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟରେ ନରୱେ ଏବଂ ଥାଇଲ୍ୟାଣ୍ଡର ସ୍ୱତନ୍ତ୍ର ଦଳର ସହାୟତା ମଧ୍ୟ ନିଆଯାଉଛି । ସିଲକ୍ୟାରା ସୁଡଙ୍ଗରୁ ମାଟି ହଟାବାକୁ ଚେଷ୍ଚା କରାଯାଉଛି । ୪୦ ଶ୍ରମିକ ସୁଡଙ୍ଗ ମଧ୍ୟରେ ଫସି ରହିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଉଧ୍ୟାର କରିବାକୁ ବାୟୁସେନା ଓ ଏନଡିଆରଏଫ୍ ଟିମ୍ ଲାଗିପଡିଛନ୍ତି । ଭୂସ୍ଖଳନ ପାଇଁ ଶ୍ରମିକମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ଉଦ୍ଧାରକାରୀ ଦଳ ସତର୍କ ରହି କାର୍ଯ୍ୟ କରୁଛି ଯେଉଁଥି ପାଇଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । ଅପରେସନକୁ ସଫଳ ଓ ତ୍ୱରାନ୍ୱିତ କରିବା ପାଇଁ ହାଇ ପାୱାର ଆମେରିକାନ୍ ଅଗର୍ ମେସିନ୍ ସୁଡଙ୍ଗ ଭିତରେ ଫିଟ୍ କରାଯାଇଛି । ସୂଚନା ମୁତାବକ, ଉଦ୍ଧାର କାର୍ଯ୍ୟରେ NDRF, SDRF, ITBP, BRO ଯବାନ ସାମିଲ ହୋଇଛନ୍ତି । ଯୁଦ୍ଧକାଳୀନ ପଦକ୍ଷେପ ନେଇ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ କରୁଛି । ଏହା ଚାରଧାମ ରୋଡ୍ ପ୍ରୋଜେକ୍ଟ ଅଧିନରେ ନିର୍ମାଣ ଚାଲିଛି । ଟନେଲ ନିର୍ମାଣ ହେଲେ ଉତ୍ତରକାଶୀରୁ ଯମୁନେତ୍ରୀ ଧାମର ଦୂରତା ୨୬ କିଲୋମିଟର କମ ରହିବ । ଟନେଲରେ ଝାଡଖଣ୍ଡ, ୟୁପି, ବିହାର, ଓଡ଼ିଶା ଏବଂ ଅନ୍ୟାନ୍ୟ ରାଜ୍ୟର ଶ୍ରମିକମାନେ ଫସି ରହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button