ଦେଶ

ୟୁଜିସି ନେଟ୍ ଏବଂ ସି ଏସ୍ ଆଇ ଆର ନେଟ ପାଇଁ ଜାରୀ ହେଲା ନୂଆ ତାରିଖ; ଏହି ଉପାୟରେ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଚଳିତ ଥର ନିଟି ଏବଂ ନେଟକୁ ନେଇ ଅନେକ ବାଦ ବିବାଦ ଦେଖା ଦେଇଥିଲା । ଫଳରେ ଘଟଣାଟି ସୁପ୍ରିମ କୋର୍ଟରେ ପହଞ୍ଚିଥିଲା । ଯାହାକୁ ନେଇ ଜାତୀୟ ପରୀକ୍ଷା ପରିଚାଳନା ସଂସ୍ଥା (ଏନଟିଏ) ପୁଣି ଥରେ ବିଭିନ୍ନ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରିଛି । ତେବେ ୟୁଜିସି-ନେଟ୍‌, ସି ଏସ୍ ଆଇ ଆର ନେଟ୍ ଏବଂ ଏନସିଆଇଟି ପରୀକ୍ଷା ପାଇଁ ଏହି ତାରିଖ ଘୋଷଣା କରାଯାଇଥିବା ଜଣାପଡିଛି । ଏଥିସହିତ ଏହି ପରୀକ୍ଷା ପଦ୍ଧତିରେ ମଧ୍ୟ ପରିବର୍ତ୍ତନ ହୋଇଥିବା ଖବର ରହିଛି । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମହଲେ ଖୁସିର ଲହରୀ ଖେଳିଯାଇଛି ।

ତେବେ ପୂର୍ବରୁ ଏହି (ୟୁଜିସି ନେଟ୍ ) ଅର୍ଥା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଜାତୀୟ ଯେଗ୍ୟତା ପରୀକ୍ଷା ପେନ୍ ପେପରରେ ହେଉଥିଲା ।ଫଳରେ ପ୍ରଶ୍ନପତ୍ର ଲିକ୍ ପ୍ରଶ୍ନ ପତ୍ର ଜାଲ ପରି ଅନେକ ସମସ୍ୟା ଦେଖାଦେଇଥିଲା । ତେଣୁ ଏହାକୁ ଦୃଷ୍ଟିରେ ରଖି ହେବାକୁ ଥିବା ପରୀକ୍ଷା ପଦ୍ଧତିକୁ ପରିବର୍ତ୍ତନ କରାଯାଇଛି । ଆସନ୍ତା ଅଗଷ୍ଟ ୨୧ ରୁ ସେପ୍ଟେମ୍ବର ୪ ମଧ୍ୟରେ ହେବାକୁ ଥିବା ୟୁଜିସି ନେଟ୍ ପେନ୍ ପେପର ହେବା ପରିବର୍ତ୍ତେ କମ୍ପ୍ୟୁଟରରେ ହେବାକୁ ଯାଉଛି । ଯାହାଫଳରେ ଚଳିତ ଥର ହେବାକୁ ଥିବା ପରୀକ୍ଷାରେ କୌଣସି ପ୍ରକାର ତ୍ରୁଟି ହେବ ନାହିଁ ବୋଲି ଆଶା କରାଯାଉଥିବା ଜମାପଡିଛି । ତେବେ ୟୁଜିସି ନେଟ ପରି ସିଏସ୍ଆଇଆର-ନେଟ୍ ପରୀକ୍ଷା ମଧ୍ୟ ଜୁଲାଇ ୨୫ରୁ ଜୁଲାଇ ୨୭ ମଧ୍ୟରେ ଶେଷ ହେବ। ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଏନ୍ଟିଏ ନେଟ୍ ପରୀକ୍ଷା ବାତିଲ କରିବା ପରେ ଏବେ ପରୀକ୍ଷାର ନୂଆ ତାରିଖ ଘୋଷଣା କରାଯାଇଛି।

ଭାରତୀୟ ବିଶ୍ୱବିଦ୍ୟାଳୟ ଏବଂ ଗବେଷଣା ଅନୁଷ୍ଠାନରେ ଫେଲୋସିପ୍ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏହି ଦୁଇଟି ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ଅଟେ । ଏନ୍ଟିଏ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ଜୁଲାଇ ୧୦ରେ ଏନ୍ସିଇଟି ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ସର୍ବଭାରତୀୟ ଆୟୁଷ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା-୨୦୨୪ ଜୁଲାଇ ୬ ତାରିଖରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅନୁଷ୍ଠିତ ହେବ।

ଜୁନିୟର ରିସର୍ଚ୍ଚ ଫେଲୋ, ଆସିଷ୍ଟାଣ୍ଟ ପ୍ରଫେସର ଓ ପିଏଚ୍ଡି ସ୍କଲାର ଚୟନ ପାଇଁ ୟୁଜିସି-ନେଟ୍ ୨୦୨୪ ପରୀକ୍ଷା ଜୁନ୍ ୧୮ ତାରିଖରେ ଏନ୍ଟିଏ ପକ୍ଷରୁ ଦେଶବ୍ୟାପୀ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ତେବେ କେତେକ ଅନିୟମିତତା ସଂପର୍କରେ ରିପୋର୍ଟ ମିଳିବା ପରେ ସରକାର ଏହି ପରୀକ୍ଷାକୁ ସ୍ଥଗିତ ରଖିଥିଲେ। ଏନଟିଏ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ୟୁଜିସି-ନେଟ୍ ପରୀକ୍ଷା ଆୟୋଜନର ଗୋଟିଏ ଦିନ ପରେ ଶିକ୍ଷା ମନ୍ତ୍ରଣାଳୟ ଏହାକୁ ବାତିଲ କରିଥିଲା। ୯ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button