ଦେଶ

ଲଦାଖରୁ ବଡ଼ ଦୁର୍ଘଟଣା ; ନଦୀରେ ଭାସିଗଲା ସେନା ଟ୍ୟାଙ୍କ ୫ ଜଣ ଯବାନ ସହିଦ

ଲଦାଖରୁ ଏକ ବଡ ଖବର ଆସିଛି । ଏକ ସାମରିକ ଅଭ୍ୟାସ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଦୀରେ ଭାସିଗଲା ସେନା ଟ୍ୟାଙ୍କ। ନଦୀରେ ଅଧିକ ପାଣି ଆସିବାରୁ ସେନା ଟ୍ୟାଙ୍କ ଭାସି ଯାଇଥିବା ଜଣାପଡ଼ିଛି। ଲଦାଖରେ ସେନାର ଟ୍ୟାଙ୍କ ଅଭ୍ୟାସ ବେଳେ ଭାସିଯାଇଛି। ନଦୀ ପାର ବେଳେ ହଠାତ୍ ଜଳସ୍ତର ବଢିଯିବାରୁ ଦୌଲତ ବାଗ୍ ଓଲ୍ଡି ଅଞ୍ଚଳରେ ଟ୍ୟାଙ୍କଟି ଭାସିଯାଇଥିବା ଜଣାପଡ଼ିଛି।

ସେନା ଅଧିକାରୀ କହିଛନ୍ତି ଯେ ଏହି ଦୁର୍ଘଟଣା ସକାଳ ତିନିଟାରେ LAC ନିକଟରେ ନଦୀ ପାର ହେଉଥିବା ବେଳେ ଘଟିଥିଲା। ଏହି ଦୁର୍ଘଟଣାରେ ୫ ଜଣ ଯବାନ ସହିଦ ହୋଇଥିଲେ। ସୂଚନାନୁସାରେ, ଅବଶିଷ୍ଟ ସନ୍ଧାନ ଚାଲିଥିବାବେଳେ ଜଣେ ଯବାନଙ୍କ ମୃତଦେହ ମିଳିଛି।

ସେନା ଅଧିକାରୀ କହିଛନ୍ତି ଯେ ନଦୀ ପାର ହେବାବେଳେ ହଠାତ୍ ଜଳ ସ୍ତର ବଢ଼ିଯାଇଥିଲା।

ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଘଟଣା ସମୟରେ ଟ୍ୟାଙ୍କରେ JCO ସମେତ ପାଞ୍ଚଜଣ ଯବାନ ଥିଲେ। ଅନ୍ୟ ଯବାନ ଙ୍କୁ ଖୋଜା ଚାଲିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button