ଖେଳ

T20 World Cup Final: ଇତିହାସ ରଚିବ ନା ପୁଣି କରିବ ନିରାଶ..

ବଢୁଛି କ୍ରିକେଟ ପ୍ରେମୀଙ୍କ ସ୍ପନ୍ଦନ। ଆଜି ହେବାକୁ ଯାଉଛି ବିଗ ଫାଇଟ। ଆଜି ଟି-୨୦ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା। ଟି-୨୦ ବିଶ୍ୱକପର ଫାଇନାଲ ଟ୍ରଫି ପାଇଁ ଆଜି ହେବ ଟକ୍କର। ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ଟାଇଟଲ ଲଢେଇ। ଆଜି ରାତି ୮ଟାରେ ବାର୍ବଡସରେ ହେବ ବିଗ୍‌ ଫାଇଟ୍‌।

ବାର୍ବଡସରେ ହେବାକୁ ଥିବା ମ୍ୟାଚରେ ବର୍ଷା ହେବାର ଯଥେଷ୍ଟ ଆଶଙ୍କା ରହିଛି। ଫାଇନାଲ ମ୍ୟାଚ୍‌କୁ ସାରିବା ପାଇଁ ଦୁଇ ଦିନର ସମୟ ଧାର୍ଯ୍ୟ କରାଯାଇଛି।

ଦକ୍ଷିଣ ଆଫ୍ରିକା କୌଣସି ବିଶ୍ୱକପରେ ପ୍ରଥମଥର ଫାଇନାଲକୁ ଯାଇଥିବା ବେଳେ ଭାରତ ଗୋଟିଏ ଦଶନ୍ଧି ହେଲା ଟ୍ରଫି ପାଇଁ ଅପେକ୍ଷା କରି ରହିଛି।

ଟି୨୦ ବିଶ୍ୱକପରେ ଭାରତ ୪ଟି ଓ ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚରେ ବିଜୟୀ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିବାରୁ ଚାପରେ ରହିବ । ଅପରପକ୍ଷରେ ଟିମଇଣ୍ଡିଆ ଟାଇଟଲ ସୁଯୋଗ ହାତଛଡା କରିବା ଲକ୍ଷ୍ୟରେ ନାହିଁ । ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲ ହାରିବା ପରେ

ସୂଚନା ମୁତାବକ ଭାରତ ଶେଷଥର ପାଇଁ ୨୦୧୧ରେ ଦିନିକିଆ ବିଶ୍ବକପ୍‌ ଟ୍ରଫି ଏବଂ ୨୦୧୩ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ସେହିପରି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପ୍ରଥମ ସଂସ୍କରଣ (୨୦୦୭) ବିଜେତା ଭାରତ ୧୭ବର୍ଷ ପରେ ଏହି ଟ୍ରଫିକୁ ଦ୍ବିତୀୟଥର ଜିତିବାକୁ ସୁଯୋଗ ପାଇଛି।ତେଣୁ ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button