ଖେଳ

ଏସୀୟ କ୍ରୀଡାରେ ନୂଆ ରେକର୍ଡ କଲା ଭାରତ, ତୀରନ୍ଦାଜୀରେ ଭାରତକୁ ସ୍ୱର୍ଣ୍ଣ  – Ibnodisha

[ad_1]

ନୂଆଦିଲ୍ଲୀ:ତୀରନ୍ଦାଜୀରେ ଭାରତକୁ ସ୍ୱର୍ଣ୍ଣ । ୭୧ ପଦକ ସହ ଏସୀୟ କ୍ରୀଡାରେ ନୂଆ ରେକର୍ଡ କଲା ଭାରତ । ସ୍ୱର୍ଣ୍ଣ ପଦକ ସହ ଏସୀୟ କ୍ରୀଡାର ୧୧ତମ ଦିନ ଆରମ୍ଭ କରିଛି ଭାରତ । ତୀରନ୍ଦାଜୀରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଜ୍ୟୋତି ସୁରେଖା ଓ ଓଜାସ ଦେଓତାଲେ । ତୀରନ୍ଦାଜୀର ମିକ୍ସଡ ଟିମ୍ ଇଭେଣ୍ଟରେ ଏହି ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ୧୬ଟି ସ୍ୱର୍ଣ୍ଣ ସହ ଭାରତର ମୋଟ ପଦକ ସଂଖ୍ୟା ୭୧ରେ ପହଞ୍ଚିଛି । ବୁଧବାର ଭାରତକୁ ୩୫ କିଲୋମିଟର ରେସ୍ ୱାର୍କରେ ମଧ୍ୟ ବ୍ରୋଞ୍ଜ ପଦକ ମିଳିଛି । ୭୧ ପଦକ ସହ ଭାରତ ନୂଆ ରେକର୍ଡ କରିଛି । ଏହାପୂର୍ବରୁ ଜାକର୍ତ୍ତାରେ ହୋଇଥିବା ଏସୀୟ କ୍ରୀଡାରେ ଭାରତ ୭୦ଟି ପଦକ ଜିତିଥିଲା । କିନ୍ତୁ ଚଳିତ ଏସୀୟ କ୍ରୀଡାରେ ଏହି ରେକର୍ଡ ଭାଙ୍ଗିଛି ଭାରତ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button