ଦେଶ

ବିଦେଶ ମାଟିରେ ନୂଆଁଖାଇ ଭେଟଘାଟ୍ – Ibnodisha

[ad_1]

ଦୁବାଇ: ଦୁବାଇରେ ପାଳନ ହୋଇଛି ନୂଆଁଖାଇ ଭେଟଘାଟ । ୟୁଏଇରେ ରହୁଥିବା ନୂଆଁଖାଇ ପରିବାର  ଦୁବାଇର ଆକ୍ୱିଲା ସ୍କୁଲରେ ଗତ ରବିବାର ନୂଆଁଖାଇ ଭେଟଘାଟ -୨୦୨୩ ଉତ୍ସବ ପାଳନ କରିଛନ୍ତି। ଭାରତ ବାହାରେ ଆୟୋଜିତ ହେଉଥିବା ନୁଆଁଖାଇ ଭେଟଘାଟ ମଧ୍ୟରୁ ୟେ ହେଉଛି ସବୁଠାରୁ ବଡ କାର୍ଯ୍ୟକ୍ରମ। ମା’ ସାମଲେଶ୍ୱରୀଙ୍କର ସ୍ୱତନ୍ତ୍ର ଆଳତୀ ଏବଂ ପୂଜା ସହ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ମା’ ସାମଲେଶ୍ବରୀଙ୍କୁ ନୂଆ ଶସ୍ୟ ଅର୍ପଣ କରିବା ପରେ ସଭିଏଁ ପରସ୍ପରକୁ ନୂଆଁଖାଇ ଅଭିନନ୍ଦନ ଜଣାଇଥିଲେ। ଏଥିପାଇଁ ନୂଆ ଧାନ ଝାରସୁଗୁଡାରୁ ଅଣା ଯାଇଥିଲା ।

ନୂଆଁଖାଇ ଭେଟଘାଟ ଉତ୍ସବରେ ପଶ୍ଚିମ ଓଡ଼ିଶାର ଭାଷା, ସଙ୍ଗୀତ, ନୃତ୍ୟ ଏବଂ ହସ୍ତତନ୍ତ ଆଦିକୁ ନେଇ ସମ୍ବଲପୁରୀ ସଂସ୍କୃତିକୁ ପ୍ରଦର୍ଶନ କରାଯାଇଥିଲା। ସମ୍ବଲପୁରୀ ଗୀତ, ନୃତ୍ୟ ଏବଂ ଏକ ଫ୍ୟାଶନ ସୋ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଉପସ୍ଥିତ ଦର୍ଶକ ଏହାକୁ ମନ ଭରି ଉପଭୋଗ କରିବା ସହ ସମ୍ବଲପୁରୀ ଗୀତର ତାଳେ ତାଳେ ଝୁମିଥିଲେ। ଏହି ଅବସରରେ ନବ ଦୁର୍ଗାଙ୍କର ଏକ ସ୍ୱତନ୍ତ୍ର ନୃତ୍ୟ ଦେଖିବାକୁ ମିଳିଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦୁବାଇ ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ସୁନୀଲ କୁମାର ଏବଂ ୟୁଏଇର ବିଶିଷ୍ଟ ଗାୟକ ୟାସିର ହବିବ ଯୋଗ ଦେଇଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button