ଦେଶ

ଆଜି ଶେଷ ହେବ ଇସ୍ରାଏଲ-ହମାସ୍‌ ଯୁଦ୍ଧବିରତି: ଗାଜାରେ ନେତାନ୍ୟାହୁ, ହମାସ୍‌ର ମୂଳପୋଛ କରିବାକୁ ଘୋଷଣା – Ibnodisha

[ad_1]

‌ତେଲ ଅଭିଭ : ଇସ୍ରାଏଲ-ହମାସ ଯୁଦ୍ଧବିରତି ଆସନ୍ତାକାଲି ଶେଷ ହେବାକୁ ଯାଉଥିବାରୁ ପୁଣି ବଡ଼ ଆକ୍ରମଣ ଆଶଙ୍କାରେ ନାଗରିକମାନେ ଆତଙ୍କିତ ହୋଇ ରହିଛନ୍ତି। ବନ୍ଧକ ବିନିମୟ ଚୁକ୍ତିର ତୃତୀୟ ବ୍ୟାଚ୍‌ରେ ହମାସ୍‌ ୧୪ ଜଣ ଇସ୍ରାଏଲୀ ବନ୍ଧକ ଏବଂ ୩ ଜଣ ବିଦେଶୀ ବନ୍ଧକଙ୍କୁ ଆଜି ରାତିରେ ମୁକ୍ତ କରିଛି। ସେମାନଙ୍କ ମଧ୍ୟରେ ଜଣେ ୪ ବର୍ଷର ଆମେରିକୀୟ ଶିଶୁ ରହିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସ୍ପଷ୍ଟ କରିଛନ୍ତି। ଏହା ବଦଳରେ ଇସ୍ରାଏଲ ୩୯ ଜଣ ପାଲେଷ୍ଟିନୀୟ କଏଦୀଙ୍କୁ ମୁକ୍ତ କରିବା ପ୍ରକ୍ରିୟା ଚୂଡ଼ାନ୍ତ କରିଛି। ଯୁଦ୍ଧବିରତି ସମୟସୀମା ବଢ଼ାଇ ଅଧିକ ବନ୍ଧକଙ୍କୁ ମୁକ୍ତ କରାଯିବକୁ ଆଜି କତର ପ୍ରସ୍ତାବ ରଖିଛି। ଅନ୍ୟପକ୍ଷରେ ଆରବ ରାଷ୍ଟ୍ରଗୁଡ଼ିକ ସମେତ ବିଭିନ୍ନ ଇସ୍‌ଲାମିକ ସଂଗଠନ ଯୁଦ୍ଧବିରତି ସମୟସୀମା ବଢ଼ାଇବାକୁ ଦାବି କରିଛନ୍ତି। ଗତରାତିରେ ଦ୍ବିତୀୟ ବ୍ୟାଚ୍‌ରେ ୧୭ ଜଣ ବନ୍ଧକଙ୍କୁ ହମାସ୍ ମୁକ୍ତ କରିଥିଲା। ସେମାନଙ୍କ ମଧ୍ୟରେ ୧୩ ଜଣ ଇସ୍ରାଏଲୀ ଏବଂ ୪ ଜଣ ଥାଇ ନାଗରିକ ଥିଲେ। ଅସ୍ଥାୟୀ ଯୁଦ୍ଧବିରତିରେ କିଛି ସମୟ ବିଳମ୍ବ ହେବା ପରେ କତର ଓ ଇଜିପ୍ଟର ହସ୍ତକ୍ଷେପ ଦ୍ୱାରା ଗାଜାକୁ ମାନବିକ ସହାୟତା (ଯୁଦ୍ଧବିରତିର ଏକ ଅଂଶ) ମିଳିବା ସହ ହମାସ ଏହି ବନ୍ଧକଙ୍କୁ ମୁକ୍ତ କରିଛି। ୪ ଦିନ ମଧ୍ୟରେ ଇସ୍ରାଏଲ ୧୫୦ ପାଲେଷ୍ଟିନୀୟ କଏଦୀ ଏବଂ ହମାସ ୫୦ ଜଣ ବନ୍ଧକଙ୍କୁ ମୁକ୍ତ କରିବ। ଗତରାତିରେ ହମାସ ଦ୍ୱାରା ମୁକ୍ତ କରାଯାଇଥିବା ଇସ୍ରାଏଲ ନାଗରିକଙ୍କ ମଧ୍ୟରେ ୬ ଜଣ ମହିଳା ଏବଂ ୭ ଜଣ ଶିଶୁ ଓ କିଶୋର ଥିଲେ। ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗାଜାରେ ପ୍ରବେଶ କରି ଇସ୍ରାଏଲ ସୈନିକଙ୍କୁ ଭେଟିଛନ୍ତି। ଶ୍ରମିକଙ୍କ ମ‌ନୋବଳ ବଢ଼ାଇ ନେତାନ୍ୟାହୁ କହିଛନ୍ତି, କୌଣସି ଶକ୍ତି ହମାସ୍‌ର ମୂଳପୋଛକୁ ରୋକିପାରିବନି।

୬ ପାଲେଷ୍ଟାଇନ ନାଗରିକଙ୍କୁ ହତ୍ୟା
ନୂଆଦିଲ୍ଲୀ: ୱେଷ୍ଟ୍‌ ବ୍ୟାଙ୍କରେ ୬ ଜଣ ପାଲେଷ୍ଟିନୀୟଙ୍କୁ ଇସ୍ରାଏଲ ସେନା ହତ୍ୟା କରିଛି। ଶନିବାର ଏହି ହତ୍ୟା କରାଯାଇଥିବା ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ୨୫ ବର୍ଷୀୟ ଡାକ୍ତର ଅଛନ୍ତି। ଜେନିନ୍‌ ନିକଟ କ୍ବାବାଟିୟାରେ ଡାକ୍ତରଙ୍କୁ ତାଙ୍କ ଘର ବାହାରେ ହତ୍ୟା କରାଯାଇଛି। ଅନ୍ୟ ଜଣେ ବ୍ୟକ୍ତିଙ୍କୁ ରାମାଲ୍ଲାହର ଏଲ-ବିରେହରେ ହତ୍ୟା କରାଯାଇଛି। ଏଥିସହିତ ଅନ୍ୟ ୪ ଜଣଙ୍କୁ ଜେନିନ୍‌ଠାରେ ଇସ୍ରାଏଲୀ ସେନା ଗୁଳିକରି ହତ୍ୟା କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button