ଖେଳ

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ ପାଇଁ ତାରିଖ ଘୋଷଣା, ଲର୍ଡସରେ ଖେଳାଯିବ ମ୍ୟାଚ

ଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ଫାଇନାଲ ମ୍ୟାଚ୍ ପାଇଁ ଭେନ୍ୟୁ ଘୋଷଣା କରିଛି ଆଇସିସି । WTCର ତୃତୀୟ ସଂସ୍କରଣର ଫାଇନାଲ ଇଂଲଣ୍ଡର ଐତିହାସିକ ଲର୍ଡ଼ସରେ ଖେଳାଯିବ । ଫାଇନାଲ ମ୍ୟାଚ୍‌ଟି ଆସନ୍ତା ବର୍ଷ ଜୁନ ୧୧ରୁ ୧୫ ଯାଏ ଚାଲିବ । ଫାଇନାଲ ମ୍ୟାଚ୍‌ ପାଇଁ ଜୁନ୍‌ ୧୬ ତାରିଖକୁ ରିଜର୍ଭ ଭାବେ ରଖାଯାଇଛି ।

ପ୍ରଥମଥର ପାଇଁ ଐତିହାସିକ ଲର୍ଡ଼ସରେ WTC ଫାଇନାଲ ଖେଳ ହେବାକୁ ଯାଉଛି ।

ଆଇସିସି ପକ୍ଷରୁ କୁହାଯାଇଛି ଯେ, ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ୨୦୨୫ ଫାଇନାଲ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯିବ । ଫାଇନାଲ ମ୍ୟାଚରେ ୧୧ରୁ ୧୫ ଜୁନ୍‌ ପର୍ଯ୍ୟନ୍ତ ହେବ । ଫାଇନାଲ ମ୍ୟାଚ ପାଇଁ ଜୁନ୍‌ ୧୬ ତାରିଖକୁ ରିଜର୍ଭ ରଖାଯାଇଛି । ଯଦି ମ୍ୟାଚର ୫ଟି ଦିନ ପର୍ଯ୍ୟନ୍ତ ବର୍ଷା ହୁଏ, ତେବେ ୬ଷ୍ଠ ଦିନରେ ମ୍ୟାଚ ଖେଳାଯିବ । ଟେଷ୍ଟ ମ୍ୟାଚ ପାଇଁ ରିଜର୍ଭ ଡେ ନଥାଏ କିନ୍ତୁ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ପାଇଁ ଫାଇନାଲ ପାଇଁ ରିଜର୍ଭ ଡେ ରଖାଯାଇଛି ।

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଦୁଇଟି ସିଜିନ ଖେଳାଯାଇଛି । ପ୍ରଥମ ସିଜିନ ୨୦୧୯ରୁ ୨୦୨୧ ମଧ୍ୟରେ ଖେଳାଯାଇଥିଲା । ଭାରତ ଏବଂ ନ୍ୟୁଜିଲାଣ୍ଡ ଫାଇନାଲରେ ନିଜର ସ୍ଥାନ ପକ୍କା କରିଥିଲେ । ଭାରତ ଆଉ ଏକ ଆଇସିସି ଟ୍ରଫି ଜିତିବାର ଆଶା କରାଯାଉଥିଲା । କିନ୍ତୁ ମ୍ୟାଚ ନ୍ୟୁଜିଲାଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଜିତିଥିଲା । ୨୦୨୧ରେ ସାଉଥାମ୍ପଟନ ଓ ୨୦୨୩ରେ ଓଭାଲରେ ଫାଇନାଲ ଖେଳାଯାଇଥିଲା । ଉଭୟ ଫାଇନାଲରେ ଭାରତୀୟ ଟିମ ନଜର ଆସିଥିଲା । କିନ୍ତୁ ୨୦୨୧ରେ ଦଳକୁ ନ୍ୟୁଜିଲ୍ୟାଣ୍ଡ ଠାରୁ ଓ ୨୦୨୩ରେ ଦଳ ଅଷ୍ଟ୍ରେଲିଆ ଠାରୁ ଫାଇନାଲରେ ହାରିବାକୁ ପଡ଼ିଥିଲା ।

ଭାରତ ଏବେ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆ, ତୃତୀୟ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡ, ୪ର୍ଥରେ ଇଂଲଣ୍ତ, ୫ମରେ ଶ୍ରୀଲଙ୍କା, ୬ଷ୍ଠରେ ଦକ୍ଷିଣ ଆଫ୍ରିକା ଓ ୭ମରେ ବାଂଲାଦେଶ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button