IBN ଓଡ଼ିଶା ବ୍ୟୁରୋ

ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କରେ ୨୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଯାହା ଅନୁସାରେ ବ୍ୟାଙ୍କରେ ବମ୍ପର ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଇଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୫ ସେପ୍ଟେମ୍ବର ୨୦୨୪ ରହିଛି ।

ପଦବୀ ବିବଣୀ : ୨ଜରୁରୀ ତାରିଖ : ଆବେଦନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୧୫ ସେପ୍ଟେମ୍ବର ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଖାଲିପଡିଥିବା ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି । ପଦବୀ ଅନୁସାରେ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଅଲଗା ରହିଛି ।

ବୟସ ସୀମା : ଆବେଦନ ପାଇଁ ଇଛୁକ ଥିବା ପ୍ରାର୍ଥୀଙ୍କ ବୟସ ସୀମା ପଦବୀ ଅନୁସାରେ ଅଲଗା ଅଲଗା ରହିଛି । ତେବେ ୨୦ ବର୍ଷରୁ ୪୦ ବର୍ଷ ହୋଇଥିବା ପ୍ରାର୍ଥୀ ଆବେଦନ କରିପାରିବେ । ସଂରକ୍ଷିତ ଶ୍ରେଣୀକୁ ବୟସ ସୀମାରେ ଛାଡ ମିଳିବ ।

ଆବେଦନ ଶୁଳ୍କ : ଅଭିଯାନ ପାଇଁ ଆବେଦନ କରିବାକୁ ଇଛୁକ ଥିବା ସାଧାରଣ/EWS/OBC ପ୍ରାର୍ଥୀ ୮୫୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି/Pwd ପ୍ରାର୍ଥୀ ୧୦୦ ଟଙ୍କା ଦେବାକୁ ହେବ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ସର୍ଟଲିଷ୍ଟଂ ଏବଂ ଇଣ୍ଟରଭିୟୁ ଆଧାରରେ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button