ଦେଶ

ସ୍ତ୍ରୀ ସହ ଶାରିରୀକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ : ଦିଲ୍ଲୀ ହାଇକୋର୍ଟ – Ibnodisha

[ad_1]

ନୂଆଦିଲ୍ଲୀ: ସ୍ତ୍ରୀ ସହ ଶାରିରୀକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ । ଦିଲ୍ଲୀ ହାଇକୋର୍ଟ ୧୫ ବର୍ଷୀୟା ସ୍ତ୍ରୀକୁ ଦୁଷ୍କର୍ମ ମାମଲାରେ ଜଣେ ମୁସଲିମ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଏହା କହିଛନ୍ତି ଏବଂ ଏ ସମ୍ପର୍କିତ ଆବେଦନକୁ ଖାରଜ କରିଦେଇଛନ୍ତି । ଏହି ମାମଲାରେ ହାଇକୋର୍ଟ ଟ୍ରାଏଲ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି । ଜଷ୍ଟିସ ସୁରେଶ କୁମାର କୈତ ଓ ନୀନା ବଂଶଲ କୃଷ୍ଣାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ପୀଡିତାଙ୍କ ସହ ଅଭିଯୁକ୍ତଙ୍କ ସମ୍ପର୍କକୁ ଦୁଷ୍କର୍ମ କୁହାଯାଇ ପାରିବ ନାହିଁ । କାରଣ ମୁସଲିମ ପର୍ସନାଲ ଲ’ ଅନୁସାରେ ୧୫ ବର୍ଷରୁ ଅଧିକ ବୟସର ମୁସଲିମ ଝିଅ ନିଜ ଇଚ୍ଛା ଅନୁସାରେ ବିବାହ କରିବାକୁ ସକ୍ଷମ । ନିଜ ପସନ୍ଦର ବ୍ୟକ୍ତିଙ୍କୁ ବିବାହ କରିବା ଓ ଶାରିରୀକ ସମ୍ବନ୍ଧ ରଖିବା ଅପରାଧ ନୁହେଁ । ପୁଣି ପୀଡିତା ଜଣେ ମୁସଲିମ ଏବଂ ସେମାନେ ବିବାହ ପରେ ଯୌନ ସମ୍ପର୍କ ସ୍ଥାପନ କରିଥିଲେ । ପୀଡିତା ୨୦୧୪ରେ ଅଭିଯୁକ୍ତ ସହ ବିବାହ କରିଥିଲେ ଓ ଶାରିରୀକ ସମ୍ପର୍କ ରଖିଥିଲେ । ତେଣୁ ଅଦାଲତ ୧୫ ବର୍ଷୀୟା ସ୍ତ୍ରୀକୁ ଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏହାପୂର୍ବରୁ ୨୦୧୬ ନଭେମ୍ବର ୧୫ରେ ଅଭିଯୁକ୍ତ ସେସନ କୋର୍ଟରୁ ମଧ୍ୟ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ ।

ସୂଚନା ମୁତାବକ, ନାବାଳିକାର ମାଆଙ୍କ ଅଭିଯୋଗକ୍ରମେ ଦିଲ୍ଲୀ ପୋଲିସ ଏଫଆଇଆର ରୁଜୁ କରିଥିଲା । ଏଥିରେ କୁହାଯାଇଥିଲା ଯେ, ୨୦୧୪ ଅକ୍ଟୋବର ଓ ନଭେମ୍ବରରେ ନାବାଳିକା ଘରେ ଏକାକୀ ଥିବାବେଳେ ଅଭିଯୁକ୍ତ, ଯିଏକି ପୀଡିତାଙ୍କ ଭଉଣୀର ସ୍ୱାମୀ ଥିଲା ସେ ତାଙ୍କ ପାଖକୁ ଆସିଥିଲା। ଘରେ କେହି ନଥିବାର ସୁଯୋଗରେ ନାବାଳିକା ସହ ଦୁଷ୍କର୍ମ କରିଥିଲା । ପରେ ମେଡିକାଲ ଯାଞ୍ଚରୁ ନାବାଳିକା ଗର୍ଭବତୀ ଥିବା ଜଣାପଡିଥିଲା । ଯେମିତି ଏହି ମାମଲା ଟ୍ରାଏଲ କୋର୍ଟ ସାମ୍ନାକୁ ଆସିଲା, ପୀଡିତା କହିଥିଲେ ଯେ ସେ ୨୦୧୪ ଡିସେମ୍ବରରେ ଅଭିଯୁକ୍ତକୁ ବିବାହ କରିଥିଲେ । ହେଲେ ତାଙ୍କର ବାପାମାଆ ଏହି ବିବାହ ସମ୍ପର୍କରେ କିଛି ଜାଣିନଥିଲେ । ଏହାପରେ ନାବାଳିକା ନିଜ ମାଆ, ଅଭିଯୁକ୍ତ ସ୍ୱାମୀ ଓ ଭଉଣୀ ସହ ଦିଲ୍ଲୀ ଆସିଥିଲେ ଏବଂ ଅନେକ ଥର ଅଭିଯୁକ୍ତ(ସ୍ୱାମୀ) ସହ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ । ମାମଲାର ଏହି ସମସ୍ତ ତଥ୍ୟକୁ ବିଚାର କରି ହାଇକୋର୍ଟ ଅଭିଯୁକ୍ତ ବିରୋଧରେ ଦାଖଲ ଆବେଦନ ଖାରଜ କରିଦେଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ୧୮ ବର୍ଷରୁ କମ୍ ମୁସଲିମ ଝିଅଙ୍କ ବିବାହ ସମ୍ପର୍କିତ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ଅଛି । ପଞ୍ଜାବ ଓ ହରିୟାଣା ହାଇକୋର୍ଟ ୨୦୨୨ ଜୁନ ୧୩ରେ ନିର୍ଦ୍ଦେଶ ଦେଇଥିଲେ କି ମୁସଲିମ ପର୍ସନାଲ ଲ’ ଅନୁସାରେ ୧୫ ବର୍ଷରୁ ଅଧିକ ବୟସର ମୁସଲିମ ଝିଅ ନିଜ ପସନ୍ଦର ପୁରୁଷଙ୍କ ସହ ବିବାହ କରିପାରିବେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button