ଦେଶ

ବାକି ଦମ୍ପତିଙ୍କ ପରି କଳିଝଗଡ଼ା ଲାଗନ୍ତି ଦୀପିକା- ରଣବୀର – Ibnodisha

[ad_1]

ନୂଆଦିଲ୍ଲୀ: ସିନେ ନିର୍ମାତା କରଣ ଜୋହରଙ୍କ ସୋ’ ‘କଫି ଉଇଥ୍ କରଣ’ରେ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ତାଙ୍କ ଅଭିନେତା ସ୍ବାମୀ ରଣବୀର ସିଂହ ପ୍ରଥମ ଦମ୍ପତି, ଯିଏକି ନିଜ ସଂପର୍କ ବିଷୟରେ ଖୁଲମଖୁଲା କିଛି କଥା କହିଛନ୍ତି। ଆପଣ ତ ଜାଣିଥିବେ ଯେ କିଛି ମାସ ହେବ ରଣବୀର ଓ ଦୀପିକାଙ୍କ ବୈବାହିକ ଜୀବନ ଭଲ ଚାଲିନାହିଁ ବୋଲି ଖବର ଶୁଣିବାକୁ ମିଳୁଛି। କରଣଙ୍କ ଟକ୍ ସୋ’ରେ ନିଜ ସଂପର୍କକୁ ନେଇ ଗୁଡ଼ାଏ କଥା କହିଛନ୍ତି ଦୀପିକ‌ା। କରଣଙ୍କ ପ୍ରଶ୍ନ ଥିଲା, ‘ଫିଲ୍ମ ଇଣ୍ଡ‌ଷ୍ଟ୍ରିରେ ଆପଣ ଅନେକ ଆକର୍ଷଣୀୟ ଲୋକଙ୍କ ସହ କାମ କରନ୍ତି। ଏପରିସ୍ଥିତିରେ ସେକ୍ସୁଆଲି ଓ ଭାବପ୍ରବଣ ଭାବେ ନିଜ ସାଥୀଙ୍କ ପ୍ରତି ବିଶ୍ବସ୍ତ ରହିବା କେତେ କଷ୍ଟ?’
‘‘ରଣବୀର ଓ ମୋ ଲାଳନପାଳନରେ ବହୁତ ପାର୍ଥକ୍ୟ ଅଛି। ସେ ଏକ ଭିନ୍ନ ଲାଳନପଳନ ପାଇଛନ୍ତି ଓ ମୁଁ ବି ଭିନ୍ନ ଭାବେ ବଢ଼ିଛି। ବିବାହର ମାନେ ହେଉଛି ଦୁଇଟି ଭିନ୍ନ ଲୋକ ଗୋଟାଏ ବନ୍ଧନରେ ବାନ୍ଧି ହେବା। ଏମିତି ନୁହେଁ ଯେ ଆମର ଝଗଡ଼ା ହୁଏନି, ଯୁକ୍ତିତର୍କ ହୁଏନି। ହେଲେ ଆମେ ମିଶିମିଶି ତାହାକୁ ସମାଧାନ କରୁ ଓ ପ୍ରତ୍ୟେକ ଝଗଡ଼ାରୁ କିଛି ଶିଖୁ।’’
ସେ ଆହୁରି ବି କହିଛନ୍ତି ଯେ ସେମାନଙ୍କ ବିବାହରେ ବି ବାକି ଦମ୍ପତିଙ୍କ ପରି ଅନେକ କଠିନ ସମୟ ଆସିଛି। ଦୀପିକା କହିଛନ୍ତି, ‘‘ଯଦି ଆପଣ ଭାବୁଛନ୍ତି ଯେ ବାହାଘର ପ‌ରେ ଆପଣଙ୍କ ସ୍ବାମୀ ଆସି ବେବି, ତମ କଫି ପ୍ରସ୍ତୁତ ବୋଲି କହିବ‌େ ତ ଆପଣ ଭୁଲ୍ ଭାବୁଛନ୍ତି। ବିବାହରେ ଏପରି ହୁଏନାହିଁ। ବାହାଘର ଏକ କାମ। ଏହି କାମ କରିବା ଦ୍ବାରା ହିଁ ନିଜ ବିବାହକୁ ସୁନ୍ଦର ବନାଯାଇପାରେ।’

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button