ଦେଶ

ଫ୍ଲାଟ୍‌ର ଆଲ୍‌ମିରାରୁ ୨୬ ବର୍ଷୀୟ ଯୁବତୀଙ୍କ ମୃତଦେହ ଉଦ୍ଧାର – Ibnodisha

[ad_1]

ନୂଆଦିଲ୍ଲୀ: ଆଲମିରାରୁ ବାହାରିଲା ମୃତଦେହ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେଶର ରାଜଧାନୀ ଦିଲ୍ଲୀରେ । ଏହି ଘଟଣା ପରେ ପୁଣି ଦିଲ୍ଲୀ ଏବେ ଚର୍ଚ୍ଚାରେ ରହିଛି । ସାଉଥ୍ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଗୁରୁବାର ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଏକ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍‌ର ଆଲ୍‌ମିରାରୁ ଜଣେ ୨୬ ବର୍ଷୀୟ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଯୁବତୀଙ୍କ ବାପା ବୁଧବାର ଝିଅ ନିଖୋଜ ଥିବା ନେଇ ପୋଲିସ ଆଗରେ ନେହୁରା ହୋଇଥିଲେ । ଆଉ କାନ୍ଦି କାନ୍ଦି କହିଥିଲେ ‘କିଛି ଦିନ ହେବ ମୋ ଝିଅର ପତ୍ତା ମିଳୁନି । କଲ୍ କଲେ ଫୋନ୍ ଲାଗୁନି ।’ ତେବେ ଏହି ଘଟଣା ପରେ ବୁଧବାର ରାତି ପ୍ରାୟ ସାଢ଼େ ଦଶଟା ବେଳେ ଜଣେ ଅଜଣା ବ୍ୟକ୍ତି ପୋଲିସକୁ କଲ କରିଥିଲେ । ଆଉ କହିଲେ ସେହି ଝିଅକୁ ହତ୍ୟା କରାଯାଇଛି । ଏହି ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳକୁ ଏକ ଟିମ୍ ପଠାଇଥିଲା ।

ସେହି ଆପାର୍ଟମେଣ୍ଟ ଭିତରେ ପ୍ରବେଶ କରିବା ପରେ ପୋଲିସ ଏକ ରୁମର ଆଲମିରା ଭିତରେ ଯୁବତୀଙ୍କ ଶବ ଦେଖିବାକୁ ପାଇଥିଲା । କ୍ରାଇମ୍ ସିନ୍‌ରେ ଏକ ସ୍ୱତନ୍ତ୍ର ଟିମ୍ ପହଞ୍ଚି ଘଟଣାର ତଦନ୍ତ କରିଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଏନେଇ ଖବର ସରବରାହ ସଂସ୍ଥା ପିଟିଆଇ ପକ୍ଷରୁ ସୂଚନା ମିଳିଛି । ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ଝିଅର ଲିଭ୍ ଇନ୍ ପାର୍ଟନର ଭିପଲ ଟେଲର ହିଁ ତାଙ୍କୁ ହତ୍ୟା କରିଛି । ତାଙ୍କ ଘର ଗୁଜରାଟର ସୁରଟରେ । ସେ ପୋଲିସ ନିଟକରେ ଆହୁରି କହିଛନ୍ତି ଯେ, ଲିଭ୍ ଇନ୍ ପାର୍ଟନର ସହ ଗତ ଦେଢ଼ ବର୍ଷ ହେବ ତାଙ୍କ ଝିଅ ସେହି ଫ୍ଲାଟ୍‌ରେ ଭଡ଼ାରେ ରହୁଥିଲା । ଶେଷ ଥର ପାଇଁ ଯେତେବେଳେ ତାଙ୍କ ଝିଅ ତାଙ୍କୁ କଲ କରିଥିଲା, ସେତେବେଳେ ସେ କହୁଥିଲା, ଭିପଲ ଟେଲର ତାଙ୍କୁ ମାଡ଼ ମାରିଛି । ଆଉ ହତ୍ୟା କରିବ ବୋଲି ଧମକ ବି ଦେଇଛି । ମୃତ ଯୁବତୀଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ଏହି ଘଟଣାରେ ପୋଲିସ ଭିପଲ ଟେଲର ନାଁରେ ଏକ ହତ୍ୟା ମାମଲା ରୁଜୁ କରିଛି । ଯିଏ କି ଏବେ ଫେରାର ରହିଛି । ତେବେ ତାକୁ ଧରିବା ପାଇଁ ପୋଲିସ ବିଭନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି । ସିସିଟିଭି ଯାଞ୍ଚ କରାଯାଉଛି । ଖୁବ୍‌?ଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button