ଖେଳ

ଅଭିଷେକଙ୍କ ବିସ୍ଫୋରଣ, ମାର୍କରମ୍‌ଙ୍କ ଅର୍ଦ୍ଧଶତକ: ୬ ୱିକେଟ୍‌ରେ ହାରିଲା ଚେନ୍ନାଇ – Ibnodisha

[ad_1]

ହାଇଦ୍ରାବାଦ : ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ପୂର୍ବତନ କ୍ୟାପ୍‌ଟେନ୍ ଆଦେନ୍ ମାର୍କରମ୍‌ଙ୍କ ଅର୍ଦ୍ଧଶତକ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଚଳିତ ଆଇପିଏଲ୍‌ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍‌ସ୍‌କୁ ୬ ୱିକେଟ୍‌ରେ ହରାଇ ଦେଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୫ ୱିକେଟ୍ ବିନିମୟରେ ୧୬୫ ରନ୍ କରିଥିଲା । ୧୬୬ ରନ୍‌ର ବିଜୟ ଲକ୍ଷ୍ୟକୁ ହାଇଦ୍ରାବାଦ ଟିମ୍ ୪ଟି ୱିକେଟ୍ ହରାଇ ୧୮.୧ ଓଭର୍‌ରେ ହାସଲ କରିନେଇଛି । ଶେଷ ଦୁଇ ଓଭର୍‌ରେ ବିଜୟ ପାଇଁ ୬ ରନ୍‌ର ଆବଶ୍ୟକତା ଥିବାବେଳେ ନୀତୀଶ ରେଡ୍ଡୀ ୧୯ତମ ଓଭର୍‌ର ପ୍ରଥମ ବଲ୍‌ରେ ଦୀପକ ଚହର୍‌ଙ୍କୁ ଛକା ମାରି ଟିମ୍‌କୁ ବିଜୟୀ କରାଇଥିଲେ । ଏହା ଚଳିତ ସିଜନ୍‌ରେ ହାଇଦ୍ରାବାଦର ଚାରିଟି ମ୍ୟାଚ୍‌ରୁ ଦ୍ୱିତୀୟ ବିଜୟ ହୋଇଥିବା ବେଳେ ଚେନ୍ନାଇର ଚାରିଟି ମ୍ୟାଚ୍‌ରୁ ଦ୍ୱିତୀୟ ପରାଜୟ । ଏହି ବିଜୟ ଫଳରେ ହାଇଦ୍ରାବାଦ ମୋଟ ୪ ପଏଣ୍ଟ୍ ସହ ପଏଣ୍ଟ୍ ଟେବଲ୍‌ର ସପ୍ତମରୁ ପଞ୍ଚମ ସ୍ଥାନକୁ ଉଠିଛି । ଅନ୍ୟପକ୍ଷରେ ଚେନ୍ନାଇ ତୃତୀୟ ସ୍ଥାନରେ ପୂର୍ବପରି କାଏମ ରହିଛି । ବିସ୍ଫୋରକ ୩୭ ରନ୍‌ର ଇନିଂସ୍ ଖେଳିଥିବା ଅଭିଷେକ ଶର୍ମା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ଲକ୍ଷ୍ୟକୁ ପିଛା କରୁଥିôବା ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଇମ୍ପାକ୍ଟ ପ୍ଲେୟର୍ ଟ୍ରାଭିଡ୍ ହେଡ୍ ଓ ଅଭିଷେକ ଶର୍ମା ଜୋର୍‌ଦାର ଆରମ୍ଭ କରିଥିଲେ । ତେବେ ୧୨ ବଲ୍‌ରେ ୩ ଚୌକା ଓ ୪ ଛକା ସହାୟତାରେ ୩୭ ରନ୍ କରିଥିବା ବେଳେ ଅଭିଷେକଙ୍କୁ ଆଉଟ୍ କରି ଦୀପକ ଚହର୍ ଚେନ୍ନାଇକୁ ପ୍ରଥମ ସଫଳତା ଦେଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ ୪୫ ରନ୍‌ର ଭାଗୀଦାରି ହୋଇଥିଲା । ଏହାପରେ ହେଡ୍‌ଙ୍କ ସହ ମିଶି ଆଦେନ୍ ମାର୍କରମ୍ ଦ୍ୱିତୀୟ ୱିକେଟ୍ ପାଇଁ ୪୨ ବଲ୍‌ରେ ୫୬ ରନ୍‌ର ଭାଗୀଦାରି କରିବା ସହ ଟିମ୍‌ର ସ୍କୋର୍ ୧୦୦ ରନ୍ ପାର କରାଇଥିଲେ । ହେଡ୍ ୩୧ ରନ୍ କରିଥିବା ବେଳେ ମହୀଶ ତୀକ୍ଷ୍‌ଣାଙ୍କ ବଲ୍‌ରେ ରଚିନ୍ ରବୀନ୍ଦ୍ରଙ୍କ ହାତକୁ କ୍ୟାଚ୍ ଦେଇ ଫେରିଥିଲେ । ୩୬ ବଲ୍‌ରୁ ୪ ଚୌକା ଓ ଗୋଟିଏ ଛକା ସହାୟତାରେ ୫୦ ରନ୍‌ର ଅର୍ଦ୍ଧଶକୀୟ ଇନିଂସ୍ ଖେଳିଥିବା ମାର୍କରନ୍‌ଙ୍କୁ ମୋଇନ୍ ଅଲୀ ଏଲ୍‌ବିଡବ୍ଲ୍ୟୁ କରିଥିଲେ । ଏହାପରେ ମୋଇନ୍ ଶାହବାଜ୍ ଅହମଦ(୧୮)ଙ୍କୁ ମଧ୍ୟ ଏଲ୍‌ବିଡବ୍ଲ୍ୟୁ ଆଉଟ୍ କରିଥିଲେ । ଏହାପରେ ହେନ୍‌ରିକ୍ କ୍ଲାସେନ୍ (୧୦) ଓ ନୀତୀଶ ରେଡ୍ଡୀ (୧୪) ଆଉ କୌଣସି ୱିକେଟ୍‌ର ପତନ ଘଟିବାକୁ ନଦେଇ ଟିମ୍‌କୁ ବିଜୟୀ କରାଇଥିଲେ । ଚେନ୍ନାଇ ପକ୍ଷରୁ ମୋଇନ୍ ଅଲୀ ଦୁଇଟି, ଦୀପକ ଚହର ଓ ମହୀଶ ତୀକ୍ଷ୍‌ଣା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଚେନ୍ନାଇ ପକ୍ଷରୁ ଶିଭମ୍ ଦୁବେ ୨୪ ବଲ୍‌ରୁ ଦୁଇ ଚୌକା ଓ ଚାରି ଛକା ସହାୟତାରେ ସର୍ବାଧିକ ୪୫ ରନ୍ କରିଥିଲେ । ଆଜିଙ୍କ୍ୟ ରାହାଣେ ୩୫ ରନ୍‌ର ଯୋଗଦାନ କରିଥିଲେ । ଓପ୍ନର୍ ରଚିନ୍ ରବୀନ୍ଦ୍ର ୧୨ ଓ ଋତୁରାଜ ଗାଏକ୍‌ୱାଡ୍ ୨୬ ରନ୍ କରି ଆଉଟ୍ ହୋଇଥିଲେ । ଡାରିଲ୍ ମିଚେଲ୍ ୧୩ ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୩୧ ରନ୍ କରି ଧୋନି (୧)ଙ୍କ ସହ ଅପରାଜିତ ରହିଥିଲେ । ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର, ଟି ନଟରାଜନ୍‌, କ୍ୟାପ୍‌ଟେନ୍ ପ୍ୟାଟ୍ କମିନ୍ସ, ଶାହବାଜ ଅହମଦ ଏବଂ ଜୟଦେବ ଉନାଦ୍‌କତ୍ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button