ଆଇପିଏଲ ପୂର୍ବରୁ ଫେରିଲେ କିଙ୍ଗ କୋହଲି – Ibnodisha

[ad_1]
ବାଙ୍ଗାଲୋର: ବିରାଟ କୋହଲି ଆଇପିଏଲରେ ଖେଳିବେ କି ନାହିଁ ପ୍ରଶଂସକଙ୍କ ମଧ୍ୟରେ ସଂଶୟ ସୃଷ୍ଟି ହୋଇଥିଲା । ଏବେ ସେ ଖୁବ ଶୀଘ୍ର ବାଙ୍ଗାଲୋର କ୍ୟାମ୍ପରେ ଯୋଗ ଦେବେ ବୋଲି ଜଣାପଡିଛି । ଯାହାକି ପ୍ରଶଂସକଙ୍କ ମନରେ ଆନନ୍ଦର ଲହରୀ ଖେଳାଇ ଦେଇଛି । କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଦ୍ୱିତୀୟ ଥର ପାଇଁ ମାଆ ହୋଇଛି । ପୁଅ ଅକାୟଙ୍କୁ ନେଇ କୋହଲି ବେଶ ଖୁସି ଅଛନ୍ତି । କୋହଲି ଏଥିପାଇଁ ଇଂଲଣ୍ଡ ଯାଇଥିଲେ । ସେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଖେଳି ପାରି ନ ଥିଲେ । କୋହଲି ଏବେ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି ଏବଂ ଖୁବ ଶୀଘ୍ର ଟିମ କ୍ୟାମ୍ପରେ ଯୋଗ ଦେବେ । ବିମାନବନ୍ଦରରେ ବିରାଟ କୋହଲିଙ୍କୁ ଦେଖିବାକୁ ମିଳିଥିଲା। ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇଭେଣ୍ଟରେ ମଧ୍ୟ ଭାଗ ନେବେ ବୋଲି କୁହାଯାଉଛି। ଏହାପୂର୍ବରୁ ଜଣାଯାଇଥିଲା ଯେ ଆରସିବିର ‘ଅନବକ୍ସ’ ଇଭେଣ୍ଟ ପୂର୍ବରୁ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ବେଙ୍ଗାଲୁରୁରେ ତାଙ୍କ ସାଥୀମାନଙ୍କ ସହ ଯୋଗ ଦେଇପାରନ୍ତି। ମାର୍ଚ୍ଚ ୧୯ ରେ ବେଙ୍ଗାଲୁରୁରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଆରସିବିର ପ୍ରି-ସିଜନ୍ କ୍ୟାମ୍ପ ମଧ୍ୟ ଆରମ୍ଭ ହୋଇଛି ଏବଂ ବିରାଟଙ୍କ ବ୍ୟତୀତ ପ୍ରାୟ ସମସ୍ତ ଖେଳାଳି ଏଥିରେ ଯୋଗ ଦେଇଛନ୍ତି।
[ad_2]