ଖେଳ

‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩: ଟସ୍‌ ଜିଣି ପ୍ରଥମେ ଶ୍ରୀଲଙ୍କା ବିପକ୍ଷରେ ବୋଲିଙ୍ଗ୍‌ କରୁଛି ବାଂଲାଦେଶ – Ibnodisha

[ad_1]

ନୂଆଦିଲ୍ଲୀ : ଆଜି ଦିଲ୍ଲୀର ‘ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌’ରେ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ବାଂଲାଦେଶ ଟିମ୍‌ର ଅଧିନାୟକ ଶକିବ୍‌ ଅଲ୍‌ ହସନ୍‌ ପ୍ରଥମେ ଶ୍ରୀଲଙ୍କା ବିପକ୍ଷରେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଦ୍ୟତମ ସୂଚନା ଅନୁସାରେ, ୧ ଓଭର୍‌ ଖେଳି ୧ ୱିକେଟ୍‌ ହରାଇ ଶ୍ରୀଲଙ୍କା ୫ ରନ୍‌ ସଂଗ୍ରହ କରିଛି। ଶ୍ରୀଲଙ୍କା ପକ୍ଷରୁ ଓପେନିଙ୍ଗ୍‌ ଯୋଡ଼ି ଭାବେ ଖେଳୁଥିଲେ ପତୁମ୍‌ ନିଶଙ୍କ ଓ କୁଶଳ ପେରେରା। ଶରିଫୁଲ୍‌ ଇସ୍‌ଲାମ୍‌ଙ୍କ ବଲ୍‌ରେ ମାତ୍ର ୧ ରନ୍‌ କରିଥିବା ପତୁମ୍‌ ନିଶଙ୍କ କ୍ୟାଚ୍‌ ଆଉଟ୍‌ ହୋଇଯାଇଛନ୍ତି। ଏବେ ତାଙ୍କ ସ୍ଥାନରେ ଖେଳୁଛନ୍ତି କୁଶଳ ମେଣ୍ଡିସ୍‌। ବାଂଲାଦେଶ ପକ୍ଷରୁ ବୋଲିଙ୍ଗ୍‌ କରୁଛନ୍ତି ଶରିଫୁଲ୍‌ ଇସ୍‌ଲାମ୍‌ ଓ ତାସ୍‌କିନ୍‌ ଅହମଦ୍‌।‘ଟସ୍‌’ ଜିଣିବା ପରେ ବାଂଲାଦେଶ ଟିମ୍‌ର ଅଧିନାୟକ ଶକିବ୍‌ ଅଲ୍‌ ହସନ୍‌ କହିଛନ୍ତି, ପଡ଼ିଆ ଭଲ ଦିଶୁଥିବାରୁ ଆମେ ଆଗ ଫିଲ୍‌ଡିଙ୍ଗ୍‌ କରିବୁ। ଅଭ୍ୟାସ ମ୍ୟାଚ୍‌ ଖେଳିବା ବେଳେ ବହୁତ କାକର ପଡ଼ିଥିଲା। ଅନେକ ଆଶା ଥିଲା କିନ୍ତୁ, ଆମେ ପରିପୂରଣ କରିପାରିଲୁ ନାହିଁ। ଆଉ ୨ଟି ମ୍ୟାଚ୍‌ ଖେଳିବୁ। ସେଥିରେ ଭଲ ଖେଳିବୁ ବୋଲି ଆଶା କରୁଛୁ। ଶ୍ରୀଲଙ୍କାର ଅଧିନାୟକ କୁଶଳ ମେଣ୍ଡିସ୍‌ କହିଛନ୍ତି, ୱିକେଟ୍‌ ଭଲ ଥିବା ପରି ଜଣାପଡୁଛି। ପ୍ରଥମେ ବ୍ୟାଟିଙ୍ଗ୍‌ କଲେ କିଛି ଯାଏଆସେ ନାହିଁ। ଏ ପିଚ୍‌ରେ ଭଲ ରନ୍‌ ସଂଗ୍ରହ କରିବା ଲାଗି ଚାହୁଁଛୁ। ମନେହୁଏ ୩୦୦ରୁ ଅଧିକ ହେଲେ ଭଲ ହେବ।

ଆଜି ବାଂଲାଦେଶ ଏକାଦଶରେ ଖେଳୁଛନ୍ତି, ତାନ୍‌ଜିଦ୍‌ ହସନ୍, ଲିଟନ୍‌ ଦାସ, ନାଜମୁଲ୍‌ ହୋସେନ୍‌ ଶାନ୍ତୋ, ମୁଶ୍‌ଫିକର୍‌ ରହିମ୍‌ (ୱିକେଟରକ୍ଷକ), ମହମଦୁଲ୍ଲା, ଶକିବ୍‌ ଅଲ୍‌ ହସନ୍‌ (ଅଧିନାୟକ), ତାଓହିଦ୍‌ ହୃଦୟ, ମେହିଦି ହସନ୍‌ ମିର୍ଜା, ତାଞ୍ଜିମ୍‌ ହସନ୍‌ ସକିବ୍, ତାସ୍‌କିନ୍‌ ଅହମଦ୍‌ ଓ ଶରିଫୁଲ୍‌ ଇସ୍‌ଲାମ୍‌।

ସେହିପରି ଶ୍ରୀଲଙ୍କା ଏକାଦଶରେ ଖେଳୁଛନ୍ତି, ପତୁମ୍‌ ନିଶଙ୍କ, କୁଶଳ ପେରେରା, କୁଶଳ ମେଣ୍ଡିସ୍‌ (ୱିକେଟ୍‌ରକ୍ଷକ/ଅଧିନାୟକ), ସାଦୀରା ସମରବିକ୍ରମ, ଚରିତ ଅସଲଙ୍କା, ଏଞ୍ଜେଲିଓ ମ୍ୟାଥ୍ୟୁସ୍‌, ଧନଞ୍ଜୟ ଡି ସିଲ୍‌ଭା, ମହୀଶ ତୀକ୍ଷଣା, ଦୁଷ୍ମନ୍ତ ଚମୀରା, କସୁନ ରଜିତ ଓ ଦିଲ୍‌ଶାନ୍‌ ମଦୁଶଙ୍କା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button