ଖେଳ

ଆଜି ରାତିରୁ ବିକ୍ରି ହେବ ବିଶ୍ୱକପର ସେମି ଓ ଫାଇନାଲ ଟିକେଟ୍ – Ibnodisha

[ad_1]

ନୂଆଦିଲ୍ଲୀ: ଆଇସିସି ବିଶ୍ବକପ ୨୦୨୩ । ଆଜି ରାତିରୁ ସେମିଫାଇନାଲ ଏବଂ ଫାଇନାଲ ସମେତ ବିଶ୍ୱକପ ନକ୍ ଆଉଟ୍ ଖେଳ ପାଇଁ ଏକ ଅନ୍ତିମ ସେଟ୍ ଟିକେଟ୍ ବିକ୍ରି ହେବ। ପ୍ରଥମ ସେମିଫାଇନାଲ ନଭେମ୍ବର ୧୫ ରେ ମୁମ୍ବାଇରେ ଏବଂ ଦ୍ୱିତୀୟ ନଭେମ୍ବର ୧୬ ରେ କୋଲକାତାରେ ଖେଳାଯିବ। ଫାଇନାଲ ନଭେମ୍ବର ୧୯ ରେ ଅହମ୍ମଦାବାଦରେ ଅନୁଷ୍ଠିତ ହେବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ସେମି ଓ ଫାଇନାଲ ମ୍ୟାଚ ପାଇଁ ଟିକେଟ୍ ଆଜି ଅଫିସିଆଲ୍ ୱେବସାଇଟରେ ରାତି ୮ଟାରୁ ବିକ୍ରି ହେବ । ‘ticket.cricketworldcup.com’ ୱେବସାଇଟକୁ ଯାଇ କ୍ରିକେଟ ପ୍ରେମୀ ଟିକେଟ କିଣିପରିବେ।

ଭାରତ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଚତୁର୍ଥ ସ୍ଥାନ ପାଇଁ ଯୁଦ୍ଧ ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଟକ୍କର ହେବ। ଯେଉଁମାନେ ଆଠଟି ଖେଳରୁ ଚାରିଟି ବିଜୟ ହାସଲ କରିଛନ୍ତି। ଆଜି ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ରହିଛି। ନ୍ୟୁଜିଲ୍ୟାଣ୍ଡ ଜଦି ଆଜିର ମ୍ୟାଚ ଜିତି ନିଏ ତେବେ ଚତୁର୍ଥ ସ୍ଥାନ ପାଇଁ ସେମିରେ ପ୍ରେବଶ କରିବାର ପ୍ରମୁଖ ଦାବିଦର ରହିବ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button