ଅପରାଧ

ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ପରେ ଛୁରା ମାଡ଼ କଲା ଦୁର୍ବୃତ୍ତ – Ibnodisha

[ad_1]

ନୟାଗଡ଼: ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳର ଜଣେ ମାନସିକ ବିକୃତ ମହିଳାଙ୍କୁ ଜଣେ ଗାଡ଼ି ଚାଳକଙ୍କ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ପରିବାର ଲୋକ।

ସୂଚନା ଅନୁସାରେ ପୀଡ଼ିତା ଜଣଙ୍କ ଗତକାଲି ରାତିରେ ପିଣ୍ଡାରେ ଶୋଇଥିବା ବେଳେ ଏହାଦେଖି ଗାଁର ପାଣ୍ଡା ନାମକ ଜଣେ ନିଶାଗ୍ରସ୍ତ ଯୁବକ ତାଙ୍କୁ ଦୁଷ୍କର୍ମ କରିବା ସହ ଛୁରି ମାରିଥିବା ଅଭିଯୋଗ ହୋଇଛି l ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଜଣକ ପଡିଥିବା ଦେଖି ପରିବାର ଲୋକ ତାଙ୍କୁ ନୟାଗଡ ମେଡିକାଲରେ ଭର୍ତ୍ତି କରିଥିଲେ। ଅନ୍ୟପଟେ ଖବର ପାଇ ଇଟାମାଟି ପୋଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛି।

ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ମହିଳାଙ୍କୁ ପଚାରିବାରୁ ‘ପାଣ୍ଡା’ ଏଭଳି କରିଥିବା କହିଛନ୍ତି। ‘ପାଣ୍ଡା’ ସ୍ଥାନୀୟ ଅଞ୍ଚଳର ଜଣେ ଗାଡ଼ି ଚାଳକ। ସେ ବ୍ରାଉନ ସୁଗାର ଭଳି ନିଶାରେ ବୁଡ଼ି ରହେ ବୋଲି ସ୍ଥାନୀୟ ବାସିନ୍ଦା ଗଣମାଧ୍ୟମକୁ କହିଛନ୍ତି। ତେବେ ଜଣେ ଯୁବକ ନା ଅଧିକ ଲୋକ ଏଥିରେ ସମ୍ପୃକ୍ତ ଅଛନ୍ତି ତାହା ଏବେ ସ୍ପଷ୍ଟ ହୋଇ ପାରିନି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button