ଦେଶ

କୁମ୍ବୀରକୁ କାମୁଡି ବର୍ତ୍ତିଗଲେ ଚାଷୀ – Ibnodisha

[ad_1]

ନୂଆଦିଲ୍ଲୀ: ଗୋଟାଏ ଲୁଣିପାଣି କୁମ୍ଭୀରର ଆଖିପତାକୁ କାମୁଡ଼ି ଅଷ୍ଟ୍ରେଲିଆର ଜଣେ କୃଷକ ନିଜ ଜୀବନ ରକ୍ଷା କରିଥିବା କଥା ‘ବିବିସି’ ରିପୋର୍ଟ କରିଛି।

ଗତମାସରେ ୬୦ ବର୍ଷରୁ ଅଧିକ ବୟସ୍କ ଗୋରୁଚାଷୀ କଲିନ୍‌ ଡିଭେରକ୍ସ ଉତ୍ତରାଞ୍ଚଳରେ ଥିବା ଫିନିସ୍‌ ନଦୀ କୂଳରେ ବାଡ଼ ପୋତିବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି। ପାଣି ଶୁଖି ଆସୁଥିବା ଗୋଟାଏ ଜଳାଶୟ ଭିତରେ ପଶି ଯିବା ବେଳେ ମଝିରେ ମାଛଟିଏ ଭାସୁଥିବା ଦେଖି ଡିଭେରକ୍ସ ଅଟକି ଗଲେ। ଅଜଣା ଆଶଙ୍କାରେ ସେ ପାଣିରୁ ଉଠି ଆସୁଥିବା ବ‌େଳେ ଗୋଟାଏ କୁମ୍ଭୀର ତାଙ୍କ ଡାହାଣ ପାଦକୁ କାମୁଡ଼ି ଧରିଲା।

ଡିଭେରକ୍ସ କହିନ୍ତି, ଖୁବ୍‌ ଜୋର୍‌ରେ କାମୁଡ଼ି ଧରି ସେ ମତେ ଗୋଟାଏ କଣ୍ଢେଇ ହଲାଇବା ପରି ହଲାଇ ପକାଇଲା ଓ ପୁଣି ପାଣି ଭିତରକୁ ଟାଣି ନେଲା।

ଜୀବନ ବିକଳେ ଡିଭେରକ୍ସ ବାମ ଗୋଡ଼ରେ କୁମ୍ଭୀରର ପଞ୍ଜରାହାଡ଼କୁ ଗ‌ୋଇଠା ମାରିଲେ। କିନ୍ତୁ କିଛି ସୁଫଳ ମିଳିଲା ନାହିଁ। ନିରୁପାୟ ହୋଇ ଏଥର ମୁଁ ତାକୁ କାମୁଡ଼ି ପକାଇବାକୁ ‌‌ଚେଷ୍ଟା କଲି। ବଡ଼ ଅକଳିଆରେ ପଡ଼ିଥାଏ। ଯୋଗକୁ ମୋ ପାଟିର ଜାବ ଯାଇ ତା’ ଆଖିପତାରେ ପଡ଼ିଗଲା। ତା’ର ଆଖିପତା ଥିଲା ବହୁତ ମୋଟା। ମୋର ମନେହେଲା ମୁଁ ଖଣ୍ଡେ ଚମଡ଼ାକୁ କାମୁଡ଼ି ଧରିଛି। ସେ ଯାହେଉ ସବୁ ବଳ ଖଟାଇ ଆହୁରି ଜୋରରେ କାମୁଡ଼ିବାରୁ କୁମ୍ଭୀର ମୋତେ ଛାଡ଼ି ଦେଲା।

୩.୨ ମିଟର୍‌ ଲମ୍ବର ଉକ୍ତ କୁମ୍ଭୀର ଜାବରୁ ମୁକ୍ତି ପାଇ ପାଣିରୁ ଉଠି ଦୌଡ଼ିଲି। ସେ ବି ମୋ ପଛେ ପଛେ ପ୍ରାୟ ୪ ମିଟର୍‌ ଗୋଡ଼ାଇ ଆସିଲା। ସମୁଦାୟ ଘଟଣା ମାତ୍ର ୮ ସେକେଣ୍ଡ୍‌ରେ ଘଟିଗଲା ବୋଲି ସେ କହିଛନ୍ତି।

ତା’ପରେ ସେ ରକ୍ତକ୍ଷରଣ ବନ୍ଦ କରିବାକୁ ଖଣ୍ଡେ ତଉଲିଆ ଓ ରଶିରେ କ୍ଷତାକ୍ତ ଗୋଡ଼କୁ ଗୁଡ଼ାଇ ବାନ୍ଧି‌ଲେ। ତାଙ୍କ ସାନଭାଇ ତାଙ୍କୁ ଗାଡ଼ିରେ ନେଇ ପ୍ରାୟ ୧୩୦ କିଲୋମିଟର୍‌ ଦୂରରେ ଥିବା  ରୟାଲ୍‌ ଡାର୍‌ୱିନ୍‌ ହସ୍ପିଟାଲ୍‌କୁ ନେଇଗଲେ। ସେଠାରେ ମାସେ ହେବ ତାଙ୍କର ଚିକିତ୍ସା ଚାଲିଛି।

The post କୁମ୍ବୀରକୁ କାମୁଡି ବର୍ତ୍ତିଗଲେ ଚାଷୀ appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button