ଦେଶ
ବାପା ହେଲେ ରାହୁଲ ତିଓ୍ଵାତିଆ – Ibnodisha

[ad_1]
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖୁସି ଖବର । ଯଶପ୍ରୀତ ବୁମ୍ରାଙ୍କ ପରେ ବାପା ହୋଇଛନ୍ତି ଖେଳାଳି ରାହୁଲ ତିୱାତିଆ । ମଙ୍ଗଳବାର ତିୱାତିଆଙ୍କ ପତ୍ନୀ ରିଦ୍ଧି ପନ୍ନୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ବୁମ୍ରା ଓ ତାଙ୍କ ପତ୍ନୀ ସଂଜନା ଦୁଇ ଦିନ ତଳେ ପୁତ୍ର ଅଙ୍ଗଦକୁ ଜନ୍ମ ଦେଇଥିଲେ।
ତିୱାତିଆ ନିଜ ଇନଷ୍ଟାଗ୍ରାମ ପେଜରେ ନବଜାତକ ଝିଅର ଦୁଇ ପାଦର ଫଟୋ ଛାଡ଼ି ଏହି ଖୁସି ଖବର ଦେଇଛନ୍ତି। ସେ ଲେଖିଛନ୍ତି ଯେ ‘ଆଜି, ଆମେ ଦୁଇରୁ ତିନି ହେଲୁ। ସେ ଆଜି ଏଠାରେ। ବହୁତ ସୁନ୍ଦର।’
ତିୱାତିଆ ଖୁସି ଖବର ସେୟାର କରିବା ପରେ ତାଙ୍କୁ ୟୁଝବେନ୍ଦ୍ର ଚହଲ, ଋଷଭ ପନ୍ତ, ଅକ୍ଷର ପଟେଲଙ୍କ ସହିତ ଅନ୍ୟ ଖେଳାଳି ଶୁଭେଚ୍ଛା ଜଣାପଇଛନ୍ତି ।
[ad_2]




