ଦେଶ

ଘାଟିକୁ ଖସିଲା ବସ; ୮ ମୃତ, ୩୫ ଆହତ – Ibnodisha

[ad_1]

ଚେନ୍ନାଇ: ତାମିଲନାଡୁ ମାରପଲମ ନିକଟରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାଯାଇଛି । ଏଥିରେ ୮ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୩୫ ଜଣ ଯାତ୍ରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନୀଳଗିରି ଜିଲ୍ଲାର କୁନୁର ନିକଟରେ ଏକ ପର୍ଯ୍ୟଟକ ବସ୍ ଘାଟିରେ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ପୁଲିସ ସୂଚନା ଅନୁଯାଇ, ଦୁଇ ଡ୍ରାଇଭରଙ୍କ ସମେତ ବସରେ ୫୯ ଜଣ ଯାତ୍ରୀ ଥିଲେ। ହେୟାରପିନ ବୁଲାଣି ରାସ୍ତାରେ ଯାତ୍ରା କରୁଥିବା ସମୟରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସ୍ ହଠାତ୍ ଘାଟିରୁ ତଳକୁ ଖସିପଡ଼ିଥିଲା। ଏହି ଖବର ପାଇ ସ୍ଥାନୀୟ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଓ ୫ ଜଣ ପୁରୁଷ ଅଛନ୍ତି । ତାମିଲନାଡୁ ମୁଖ୍ୟ ମନ୍ତ୍ରୀ ଏମ କେ ଷ୍ଟାଲିନ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିବା ସହ ସମବେଦନା ଜଣାଇଛନ୍ତି । ତଦନ୍ତ ଜାରି ରହିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button