ରାଜ୍ୟ

ହୀରାକୁଦ ନଦୀବନ୍ଧ: କାମ କରୁନି ମୋଟର ପମ୍ପ – Ibnodisha

[ad_1]

ବୁର୍ଲା : ପୂର୍ଣ୍ଣଗର୍ଭା ହୋଇଛି ହୀରାକୁଦ ନଦୀବନ୍ଧ । ଏସିଆର ଏହି ସର୍ବବୃହତ ମାଟିବନ୍ଧ ତାର ସର୍ବୋଚ୍ଚ ଜଳଧାରଣ କ୍ଷମତାକୁ ପହଞ୍ଚି ଯାଇଛି। ତେବେ ଏହି ନଦୀବନ୍ଧର ସୁରକ୍ଷା ଦୃଷ୍ଟିକୋଣରୁ ଅନ୍ୟତମ ସମ୍ବେଦନଶୀଳ ସ୍ଥାନ ଫାଉଣ୍ଡେସେନ ଗ୍ୟାଲେରୀ ସ୍ଥିତି ଦୟନୀୟ। ଏଠାରେ ରହିିଥିବା ରନ୍ଧ୍ର ଦିନକୁ ଦିନ ବୁଜି ହୋଇ ପଡୁଥିବାରୁ ଜଳ ନିଷ୍କାସନ ଠିକ୍‌ ଭାବେ ହୋଇ ପାରୁନାହିଁ। ଫଳରେ ବନ୍ଧ ଉପରେ ଚାପ ଆଶଙ୍କା ରହିିଛି। ସେହିପରି ଗ୍ୟାଲେରୀ ମଧ୍ୟରେ ଜଳପ୍ରବାହ ଦେଖିବାକୁ ମିଳୁଥିବାବେଳେ ଏଠାରେ ରହିଥିବା ମୋଟର ପମ୍ପଗୁଡିକ ଠିକ୍‌ ଭାବେ କାମ କରୁ ନାହିଁ। ବହୁ ମୋଟର ପମ୍ପ ଡାଇରେକ୍ଟ ହୋଇଯାଇଥିବାରୁ ଏହା କେତେବେଳେ ମଧ୍ୟ ବିପଦ ସୃଷ୍ଟି କରିବ ବୋଲି କର୍ମଚାରୀମହଲରେ ଆଶଙ୍କା ବ୍ୟକ୍ତ କରାଯାଇଛି।

ଏନେଇ ଗତ କିଛିଦିନ ତଳେ ଶ୍ରମିକ ଅଶାନ୍ତି ଦେଖା ଦେଇଥିବାବେଳେ ସେମାନେ ଏନେଇ ବନ୍ଧ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିିଥିବା ଜଣାପଡିଛି। ଫାଉଣ୍ଡେସନ ଗ୍ୟାଲେରୀର ତୁରନ୍ତ ରକ୍ଷଣାବେକ୍ଷଣ କରାଯିବାକୁ କର୍ମଚାରୀ ଦାବି କରିଛନ୍ତି। ବୁର୍ଲା ମୁଖ୍ୟବନ୍ଧ ବିଭାଗ ସ୍ଥାୟୀ ଶ୍ରମିକଙ୍କ ସଂଖ୍ୟା ପ୍ରାୟ ୧୨ ଶହରୁ ଖସିଆସି ୨୦ରେ ପହଞ୍ଚିଲାଣି। ବନ୍ଧ ରକ୍ଷଣାବେକ୍ଷଣରେ ବେପରୁଆ ନୀତି ୭ ଦଶକର ଏହି ବନ୍ଧର ଅବସ୍ଥାକୁ ଚିନ୍ତାଜନକ ସ୍ଥିତିରେ ପହଞ୍ଚାଇ ଦେଇଥିବା କୁହାଯାଉଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button