ଦେଶ

ମା’ ସାଜିଲା ରାକ୍ଷସୀ; ପୁଅକୁ ତଣ୍ଟି ଚିପି କଲା ହତ୍ୟା – Ibnodisha

[ad_1]

ଝାଡ଼ଖଣ୍ଡ : ମା’ ସାଜିଲା ରାକ୍ଷସୀ। ଜନ୍ମ କଲା ପୁଅକୁ ଭୁଲିଗଲା ମା’। ଫୋନ୍‌ରେ କଥା ହେବା ବେଳେ କାନ୍ଦିବାରୁ ପୁଅକୁ ତଣ୍ଟି ଚିପି କଲା ହତ୍ୟା। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଝାଡ଼ଖଣ୍ଡରେ। ଏହି ମାମଲାରେ ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି। ଝାଡଖଣ୍ଡ ଗିରିଡି ଜିଲ୍ଲାର ଅଫସାନା ଖାତୁନ। ଗୁରୁବାର ଦିନ ସ୍ୱାମୀ ନିଜାମୁଦ୍ଦିନଙ୍କ ସହ କୌଣସି କଥାକୁ ନେଇ ତାଙ୍କର ଝଗଡ଼ା ହୋଇଥିଲା। ଏହାପରେ ସେ ନିଜର ୨ ବର୍ଷର ସାନ ପୁଅକୁ ସାଙ୍ଗରେ ନେଇ ଏକ ରୁମ୍‌ ଭିତରେ ପଶି ଭିତରୁ କବାଟ ଦେଇ ଦେଇଥିଲେ। ଘର ଭିତରେ ଥାଇ କାହା ସହିତ ଫୋନ୍‌ରେ କଥାବର୍ତ୍ତା କରୁଥିବା ବେଳେ ପୁଅ କାନ୍ଦିଥିଲା। ତା’ କାନ୍ଦ ବନ୍ଦ କରିବାକୁ ଯାଇ ସେ ତା’ର ତଣ୍ଟି ଚିପି ତାକୁ ହତ୍ୟା କରିଥିବା ଅଫସାନାଙ୍କ ଶ୍ୱଶୁର ରୋଜନ ଅନସାରୀ ଥାନାରେ ଅଭିଯୋଗ କରିଛନ୍ତି।

The post ମା’ ସାଜିଲା ରାକ୍ଷସୀ; ପୁଅକୁ ତଣ୍ଟି ଚିପି କଲା ହତ୍ୟା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button