ପୁଟିନ-କିମ୍ ଶିଖର ସମ୍ମିଳନୀ: ଅସ୍ତ୍ର ଚୁକ୍ତି ଉପରେ ସାରା ବିଶ୍ବର ନଜର – Ibnodisha

[ad_1]

ନୂଆଦିଲ୍ଲୀ: ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ ଉନ୍ ଆଜି ରୁଷ୍ର ବସ୍ତୋଚନି କସ୍ମୋଡ୍ରୋମ୍ରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। କିମ୍ ଜଙ୍ଗ ଉନ୍ ରୁଷରେ ପହଞ୍ଚିବାପରେ ତାଙ୍କୁ ପୁଟିନ ସ୍ବାଗତ କରିଥିଲେ ଏବଂ କିମ୍ଙ୍କୁ ସାକ୍ଷାତ କରି ସେ ଖୁବ୍ ଖୁସି ବୋଲି କହିଥିଲେ। ସାଇବେରିଆନ ରକେଟ୍ ଲଞ୍ଚ୍ ଫ୍ୟାସିଲିଟି ନିକଟରେ ଉଭୟ ନେତାଙ୍କ ଶିଖର ସମ୍ମିଳନୀ ହୋଇଥିଲା। ସେମାନଙ୍କ ଆଲୋଚନାରେ ଅର୍ଥନୈତିକ ସହାୟତା, ମାନବୀୟ ପ୍ରସଙ୍ଗ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିଛି ବୋଲି ପୁଟିନ କହିଛନ୍ତି। ୟୁକ୍ରେନରେ ରୁଷ୍ର ଯୁଦ୍ଧକୁ ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ ଉନ୍ ପୂର୍ଣ୍ଣ ସମର୍ଥନ କରିଛନ୍ତି। କିମ୍ ମଧ୍ୟ କହିଛନ୍ତି, ରୁଷ୍ ସହ ଉତ୍ତର କୋରିଆର ସମ୍ପର୍କକୁ ସେ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ୟୁକ୍ରେନ ଯୁଦ୍ଧର ନାଁ ନନେଇ କିମ୍ କହିଛନ୍ତି, ସୁରକ୍ଷା ପାଇଁ ରୁଷ୍ ଆରମ୍ଭ କରିଥିବା ‘ପବିତ୍ର ଯୁଦ୍ଧ’କୁ ତାଙ୍କ ରାଷ୍ଟ୍ର ସମ୍ପୂର୍ଣ୍ଣ ଏବଂ ନିଃସର୍ତ୍ତ ସମର୍ଥନ କରୁଛି। ଉତ୍ତର କୋରିଆ ସବୁ ସମୟରେ ରୁଷ୍ ସହ ଠିଆ ହେବ ବୋଲି ସେ କହିଛନ୍ତି। ରୁଷ୍ ଏହାର ଶତ୍ରୁମାନଙ୍କ ଉପରେ ଏକ ବଡ଼ ବିଜୟ ହାସଲ କରିବ ବୋଲି କିମ୍ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ୟୁକ୍ରେନ ଯୁଦ୍ଧକୁ ଯୁଦ୍ଧ ନକହି କିମ୍ ରୁଷ୍ ଦ୍ବାରା ବ୍ୟବହୃତ ‘ସାମରିକ ଅପରେସନ୍’ ଶବ୍ଦ ବ୍ୟବହାର କରିଛନ୍ତି।
କୁହାଯାଉଛି ଯେ ରୁଷ୍ ୟୁକ୍ରେନ ଯୁଦ୍ଧ ପାଇଁ ଉତ୍ତର କୋରିଆଠାରୁ ଅସ୍ତ୍ର କିଣିବ। ଏନେଇ ଉଭୟ ନେତାଙ୍କ ମଧ୍ୟରେ ଅସ୍ତ୍ର ଚୁକ୍ତି ହୋଇଥାଇପାରେ। କିନ୍ତୁ ଏନେଇ କିଛି ସ୍ପଷ୍ଟ କରାଯାଇନି। ଇତିମଧ୍ୟରେ ଆମେରିକା ଅଧିକାରୀ ଏବଂ ବିଶେଷଜ୍ଞମାନେ ଚେତାବନୀ ଦେଇ କହିଛନ୍ତି ଯେ ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷ୍ ଉତ୍ତର କୋରିଆଠାରୁ ଅସ୍ତ୍ର କିଣିବାପାଇଁ ଆଗ୍ରହୀ ଏବଂ ଏହା ଭୟଙ୍କର ବିପଦ ସୃଷ୍ଟି କରିବ। ରୁଷ୍ ଏବଂ ଉତ୍ତର କୋରିଆ ମଧ୍ୟରେ ଅସ୍ତ୍ର ଚୁକ୍ତି ସଂପନ୍ନ ହୋଇଛି ବୋଲି ଅନେକ ପ୍ରତିରକ୍ଷା ବିଶେଷଜ୍ଞ ମତ ରଖିଛନ୍ତି। ପୁଟିନ-କିମ୍ ସମ୍ମିଳନୀ ନେଇ ୟୁରୋପୀୟ ରାଷ୍ଟ୍ରମାନଙ୍କରେ ଭୟ ସୃଷ୍ଟି ହୋଇଛି।
[ad_2]