ଟିଭି ଦେଖିବାକୁ ଦେବାକୁ ପଡିପାରେ ଅଧିକ ମୂଲ୍ୟ – Ibnodisha
[ad_1]
ନୂଆଦିଲ୍ଲୀ: ଟିଭି ଦେଖିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ । ଆପଣଙ୍କ ମନପସନ୍ଦର ଧାରାବାହିକ ସହ ରିୟାଲିଟି ସୋ ଦେଖିବାକୁ ଟିଭି ଅପରେଟର ସହ ଅଧିକ ଟଙ୍କା ରିଚାର୍ଜ କରିବାକୁ ପଡିବ । କାରଣ ଜି ଏଣ୍ଟରଟେନମେଣ୍ଟ, ଭାୟାକମ୍ ୧୮ ଏବଂ ସୋନି ପିକ୍ଚର୍ସ ନେଟୱାର୍କ ଇଣ୍ଡିଆ ଭଳି ଦେଶର ପ୍ରମୁଖ ପ୍ରସାରଣକାରୀମାନେ ସେମାନଙ୍କ ଟିଭି ଚ୍ୟାନେଲଗୁଡ଼ିକର ମୂଲ୍ୟ ବୃଦ୍ଧି କରି ସାଧାରଣ ଲୋକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି ।
ଏହି ଘୋଷଣା ପରେ, ବର୍ତ୍ତମାନ ଗ୍ରାହକମାନଙ୍କୁ ସେମାନଙ୍କର ପ୍ରିୟ ଚ୍ୟାନେଲ ଦେଖିବା ପାଇଁ ଅଧିକ ଦେୟ ଦେବାକୁ ପଡିବ । ଭାୟାକମ୍ ୧୮ ଏବଂ ନେଟୱାର୍କ ୧୮ ଏହାର ଚ୍ୟାନେଲଗୁଡିକର ମୂଲ୍ୟରେ ୨୦ରୁ ୨୫ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେତେବେଳେ କି ଜି ଏଣ୍ଟରଟେନମେଣ୍ଟ ଚ୍ୟାନେଲଗୁଡିକର ମୂଲ୍ୟ ୯ରୁ ୧୦ପ୍ରତିଶତକୁ ବୃଦ୍ଧି ହେବ । ସୋନି ଚ୍ୟାନେଲ ମଧ୍ୟ ଚ୍ୟାନେଲ ମୂଲ୍ୟ ୯ରୁ ୧୦ପ୍ରତିଶତ ବୃଦ୍ଧି କରିଛି । ଯେତେବେଳେ କି ଡିଜ୍ନି ଷ୍ଟାର ବୃଦ୍ଧି ବିଷୟରେ ସୂଚନା ଦେଇନାହାଁନ୍ତି । ପ୍ରସାରଣକାରୀମାନେ ଏହା ସ୍ପଷ୍ଟ କରିଛନ୍ତି ଯେ ବର୍ଦ୍ଧିତ ହାର ଫେବ୍ରୁଆରି ୧, ୨୦୨୪ରୁ କାର୍ଯ୍ୟକାରୀ ହେବ । ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆର ନିୟମ ଅନୁଯାୟୀ, ପ୍ରସାରଣକାରୀମାନେ ଘୋଷଣା କରିବାର ୩୦ଦିନ ପରେ ହିଁ ନୂତନ ମୂଲ୍ୟ ଲାଗୁ କରିପାରିବେ ।
[ad_2]