ରାଜ୍ୟ

ନଗଡାରେ ସଂଚେତନା ବହୁ ଦୂରରେ; ସଂକଟରେ ନଗଡ଼ା ଶିଶୁ – Ibnodisha

[ad_1]

ଯାଜପୁର: ବହୁବିଶ୍ୱ ଚର୍ଚିତ ନଗଡା ରେ ଜନ ସଚେତନତା ବହୁ ଦୂରରେ l ସରକାରଙ୍କ ଜନ ସଚେତନତା ଫେଲ ମାରିଚି l ନଗଡାର ଯୁଆଙ୍ଗ ଅନ୍ଧ ବିଶ୍ଵlସ. ଯୋଗୁ ଡାକ୍ତର ଖାନାକୁ ଯିବାକୁ ଅଙ୍ଗମ l ଚେର ମୂଳ ଝାଡା ପୁଙ୍ଖାରେ ବିଶ୍ୱାସ ଯୋଗୁ ଲୋକମାନେ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି l ଏବ ବି ବାଲ୍ୟ ବିବାହ ପ୍ରଥା ଲାଗି ରହିଛି l  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ଆଦର୍ଶ ନଗଡ଼ା ଗାଁରୁ ସାଢ଼େ ୭ ବର୍ଷ ଧରି ଅପପୁଷ୍ଟିର ଜଡ଼ ଜଟିବାର ନାଁ ଧରୁନି। ଏବେ ତଳନଗଡ଼ାର ଗାଲେ ଓ ମଙ୍ଗୁଳୁ ପ୍ରଧାନ ଦମ୍ପତିଙ୍କ ସପ୍ତମ ସନ୍ତାନ ଅନୁସୟା(୫୦ ଦିନ) ନଗଡ଼ାର ଦୁର୍ବଳତମ ଶିଶୁ ଭାବେ ଚିହ୍ନଟ ହୋଇଛି। ଅନୁସୟାର ଓଜନ ଏବେ ମାତ୍ର ୧ କିଲୋ ୭ଶହ ଗ୍ରାମ୍। ଜନ୍ମ ବେଳେ ତା’ ଓଜନ ୨ କିଲୋ ୪ ଶହ ଗ୍ରାମ୍‌ ଥିଲା ବୋଲି ଆଶାକର୍ମୀ ଜୟନ୍ତୀ ମହାନ୍ତ।

ଓଜନ ଓ ବାହୁମାପ ଆଧାର‌ରେ ଅନୁସୟା ସାମ୍‌(ସିଭିଅର ଆକ୍ୟୁଟ୍‌ ମାଲନ୍ୟୁଟ୍ରିସନ) ଶ୍ରେଣୀଭୁକ୍ତ। ସାଙ୍ଘାତିକ କୁପୋଷଣ ଅବସ୍ଥାରେ ଥିବା ରୁଗ୍‌ଣ ଶିଶୁ ଅନୁସୟାର ଓଜନ ଦିନକୁ ଦିନ କମିବାରେ ଲାଗିଥିଲେ ହେଁ ସେ ଏଯାବତ୍ ମେଡିକାଲ୍ ମାଟି ମାଡ଼ିନି। ନିଜ ଘରେ ଅସ୍ବାସ୍ଥ୍ୟକର ପରିବେଶରେ ଜନ୍ମ ନେଇଥିବା ଏହି ଶିଶୁର ସ୍ବାସ୍ଥ୍ୟାବସ୍ଥା ସଂକଟରେ ଥିବା ଜାଣି ତାକୁ ସୁକିନ୍ଦା ପୁଷ୍ଟି ସାଧନ କେନ୍ଦ୍ର(ଏନ୍‌ଆର୍‌ସି) ଅଣାଯିବା ଉଦ୍ୟମରେ ୧୦ ଦିନ ଧରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍ୟମ ଓ ବୁଝ‌ାସୁଝା ଜାରି ରହିଥିଲେ ମଧ୍ୟ ଏହି ଅବୁଝା ଜୁଆଙ୍ଗ ଦମ୍ପତି ଡାକ୍ତରୀ ପରାମର୍ଶ ମାନିବାକୁ ନାରାଜ୍‌। ଗତକାଲି ସକାଳ ଆମ୍ବୁଲାନ୍ସ ଧରି ଏହି ଶିଶୁକୁ ଉଦ୍ଧାର ପାଇଁ ତାଙ୍କ ଘରେ ପହଞ୍ଚିଥିଲେ ମଧ୍ୟ ମେଡିକାଲ ଟିମ୍‌। ନାରାଜ୍ ଥିବା ମଙ୍ଗୁଳୁ ତାଙ୍କୁ କଟୁରି ଧରି ଗୋଡ଼ାଇଥିଲା ବୋଲି ଅଭିଯୋଗ କରନ୍ତି ଆଶାକର୍ମୀ ଜୟନ୍ତୀ ମହାନ୍ତ। ଏଣୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ) ଡାକ୍ତର ଶିବାଶିଷ ମହାରଣାଙ୍କ ନିର୍ଦ୍ଦେଶରେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦଙ୍କ ପକ୍ଷରୁ ପୁଲିସ ସହାୟତା ଲୋଡ଼ା ଯାଇଥିଲା। ଆର୍‌ବିଏସ୍‌ଏକେ ଚିକିତ୍ସାଧିକାରୀ ଡାକ୍ତର ଶୁଭାଶିଷ ଜେନା ଓ ସାଧାରଣ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଦୀପକ କୁମାର ବାରିକ, ସ୍ବାସ୍ଥ୍ୟ ପରିଦର୍ଶକ ବିଷ୍ଣୁ ନାଏକ, ଆଶାକର୍ମୀ ଜୟନ୍ତୀ ସଦଳବଳ ରାତି ସାଢ଼େ ୯ଟା ସମୟରେ କାଳିଆପାଣି ପହଞ୍ଚିଥିଲେ।

ଥାନା ଅଧିକାରୀ ସୁଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶରେ ଏଏସ୍‌ଆଇ ତ୍ରିଲୋଚନ ସାହୁ, କନଷ୍ଟେବଲ୍‌ ରାଜ କିଶୋର ନାୟକ ଓ ଗୃହରକ୍ଷୀ ମମତା ନାୟକ ମେଡିକାଲ୍‌ ଡାକ୍ତରୀ ଦଳକୁ ସୁରକ୍ଷା ଦେଇ ରାତି ସାଢ଼େ ୧୦ଟା ସମୟରେ ନଗଡ଼ା ପହଞ୍ଚିଥିଲେ। ଡାକ୍ତରୀ ଦଳ ଓ ପୁଲିସ ଏହି ଦମ୍ପତିଙ୍କୁ ଦେଢ଼ଘଣ୍ଟା ଧରି ବୁଝାଇଥିଲେ ମଧ୍ୟ କିଛି ସେମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ବରଂ ବାଧ୍ୟ କଲେ ସେ ତା’ ଛୁଆକୁ ତଣ୍ଟି ଚିପି ମାରିଦେବେ ବୋଲି ଗାଲେ ଧମକ ଦେଇଥିଲେ। ଶେଷରେ ମଧ୍ୟରାତ୍ରରେ ପୁଲିସ ଓ ଡାକ୍ତରୀ ଦଳ ସେଠାରୁ ଫେରି ଆସିବାକୁ ବାଧ୍ୟ ହୋଇଥିବା କହନ୍ତି ଡାକ୍ତର ଜେନା। ଏହି ଦମ୍ପତିଙ୍କର ୭ ସନ୍ତାନ। ୪ର୍ଥ ସନ୍ତାନ ଉଦି(୮), ୫ମ ସନ୍ତାନ ରସମତି(୬) ଓ ୬ଷ୍ଠ ସନ୍ତାନ ରଥିଆ(୪) ପୂର୍ବରୁ ସାମ୍‌ ଶ୍ରେଣୀଭୁକ୍ତ ଥିଲେ। ପୂର୍ବରୁ ଏହି ୩ ଜଣଯାକ ରୋଗଣା ଶିଶୁଙ୍କୁ ମେଡିକାଲ୍ ନେବା ପାଇଁ ପ୍ରଶାସନ ନାକେଦମ୍‌ ହୋଇଥିଲା। ପ୍ରତିଥର ଏହି ଦମ୍ପତି ମେଡିକାଲ୍‌ରୁ ଛୁଆକୁ ଧରି ଲୁଚି ପଳାଇ ଆସିଛନ୍ତି। ନବଜାତକ ରୋଗଣା ଶିଶୁ ସଂପର୍କରେ ମଙ୍ଗୁଳୁଙ୍କୁ ପଚାରିବାରେ ତାଙ୍କ ଝିଅ ପୋଇ ରୋଗରେ ଆକ୍ରାନ୍ତ ‌ହୋଇଥିବା କହନ୍ତି। ଏକୁଲ ଗାଁର ଜଣେ କ୍ବାକ୍‌ ପାଖରୁ ଚେରମୂଳି ଓ ଜଡ଼ିବୁଟି ଆଣି ସେ ଝିଅକୁ ଖୁଆଉଥିବା କହନ୍ତି ମଙ୍ଗୁଳୁ।କେବେ ନଗଡା ମନ ରୁ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଦୂର ହେବ ଆଧୁନିକ ସଭ୍ୟତା ସାମିଲୀ ହେବ ତାହା ପ୍ରଶ୍ନ ବାଚୀ ସୃଷ୍ଟି କରିଛି l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button