ଦେଶ

ହମାସର ବର୍ବରତା: ଇସ୍ରାଏଲ ଯୁବତୀଙ୍କୁ ଅପହରଣ କରି ଦେଉଛି ନିର୍ଯାତନା, ବଳାତ୍କାରକୁ କରିଛି ଯୁଦ୍ଧାସ୍ତ୍ର – Ibnodisha

[ad_1]

ନୂଆଦିଲ୍ଲୀ : ଇସ୍ରାଏଲ-ଗାଜା ଯୁଦ୍ଧ ଆଜିକୁ ୩ ଦିନ ବିତିଗଲାଣି । ହେଲେ ଯୁଦ୍ଧ ପରିସ୍ଥିତିରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନି । ରକେଟ ଆକ୍ରମଣ ପୂର୍ବ ପରି ଜାରି ରହିଛି । ସେପଟେ ଇସ୍ରାଏଲ ବି ଜବାବି ଆକ୍ରମଣ ଜାରି ରଖିଛି । କୁହାଯାଉଛି ଇସ୍ରାଏଲରେ ବର୍ତ୍ତମାନ ସୁଦ୍ଧ ୬୦୦ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି । ଆଜି ଇସ୍ରାଏଲର ଏକ ହୋଟେଲ ଉପରେ ରକେଟ ମାଡ ହୋଇଛି । ଫଳରେ ସେଠାରେ ରହୁଥିବା ଲୋକମାନେ ଜୀବନ ବିକଳରେ ବାହାରକୁ ପଳାଇ ଆସିଲେ । ଗୋଟିଏ ପଟେ ଇସ୍ରାଏଲ ସେନା ଆକାଶ ମାର୍ଗରୁ ହମାସର ସେନା ଆଡ୍ଡା ଉପରେ ବୋମାବର୍ଷା କରୁଛି । ସେହିପରି ହମାସ ପକ୍ଷରୁ ରକେଟ ବର୍ଷା ମଧ୍ୟ ହେଉଛି । ଇସ୍ରାଏଲର ଆଇରନ ଡୋମ ଅନେକ ରକେଟକୁ ଆକାଶ ମାର୍ଗରେ ନଷ୍ଟ କରି ଦେଇଛି । ତଥାପି ଇସ୍ରାଏଲ-ପାଲେଷ୍ଟାଇନ ଯୁ୍ଦ୍ଧରେ ଶହଶହ ଘର ଧୂଳସାତ ହୋଇଗଲାଣି । ଉଭୟ ଦେଶରୁ ପ୍ରାୟ ୧୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି । ଇସ୍ରାଏଲର ଏକା ୭୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି । ଏମାନଙ୍କ ମଧ୍ୟରୁ ୫୭ ଜଣ ସେନା ଥିବା ଜଣାଯାଇଛି । ପାଲେଷ୍ଟାଇନର ୪୦୦ରୁ ଅଧିକ ଆତଙ୍କୀଙ୍କୁ ମାରି ନିପାତ କରିଥିବା ଇସ୍ରାଏଲ ପକ୍ଷରୁ ଦାବି କରାଯାଇଛି । ଜାତିସଂଘରେ ଇସ୍ରାଏଲର ପ୍ରତିନିଧି କହିଛନ୍ତି, ହମାସର ଆତଙ୍କୀମାନେ ଘରେ ଜବରଦସ୍ତ ପଶି ଲୋକଙ୍କୁ ଗୁଳି କରି ଦେଉଛନ୍ତି । ସେତିକି ନୁହେଁ, ହମାସ ଆତଙ୍କୀମାନେ ଇସ୍ରାଏଲର ଅନେକ ମହିଳାଙ୍କୁ ଘରୁ ଉଠାଇ ନେଇଛନ୍ତି । ଏହି ମହିଳାଙ୍କ ଫଟୋ ଜାରି କରିଛି ଇସ୍ରାଏଲ । ହମାସର ସେନା ଯୁବତୀଙ୍କୁ ଅପହରଣ କରି ନେଇ ବଳାତ୍କାର କରୁଥିବା ଅଭିଯୋଗ ହୋଇଛି । ହମାସ ସେନା ବଳାତ୍କାରକୁ ଯୁଦ୍ଧାସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button