ଦେଶ

୧୯୭୬ ମସିହା ପରଠାରୁ ପ୍ରଥମ ଥର ହେବ ବାଚସ୍ପତି ନିର୍ବାଚନ: ମୁହାଁମୁହିଁ ହେବେ ଓମ୍‌ ବିର୍ଲା ଓ କେ ସୁରେଶ

ନୂଆଦିଲ୍ଲୀ: ଆଜି ଶାସକ ଦଳ ଏନ୍‌ଡିଏ ପ୍ରାର୍ଥୀ ଓମ ବିର୍ଲା ଓ ବିରୋଧୀ ଦଳର କେ ସୁରେଶ ଲୋକସଭାର ବାଚସ୍ପତି ଭାବରେ ନିର୍ବାଚନ ଲଢ଼ିବେ। ୧୯୭୬ ମସିହା ପରଠାରୁ ଏହା ହେବ ପ୍ରଥମ ବାଚସ୍ପତି ନିର୍ବାଚନ। ଆଜି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓମ୍‌ ବିର୍ଲାଙ୍କୁ ପୁଣି ଥରେ ବାଚସ୍ପତି କରିବାକୁ ପ୍ରସ୍ତାବ ଦେବେ। ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂହ ତ‌ାଙ୍କର ଏହି ପ୍ରସ୍ତାବକୁ ସମର୍ଥନ କରିବେ।

ସୂତ୍ରରୁ ଜାଣିବାକୁ ମିଳିଛି ଯେ ସରକାର ଉପ ବାଚସ୍ପତି ବଦ ବିରୋଧୀ ଇଣ୍ଡିଆ ବ୍ଲକ୍‌କୁ ଦେବାକୁ ରାଜି ନହେବାରୁ କଂ‌ଗ୍ରେସ ୮ ଥର ଧରି ସାଂସଦ ବନିଥିବା କେ ସୁରେଶଙ୍କୁ ନିଜର ବାଚସ୍ପତି ପ୍ରାର୍ଥୀ ଭାବେ ବାଛିଛି। ଶାସକ ଦଳ ପୁଣି ଥରେ ଓମ ବିର୍ଲାଙ୍କୁ ବାଚସ୍ପତି ପଦ ପାଇଁ ବାଛିବା ପରେ ବିରୋଧୀ ଉପ ବାଚସ୍ପତି ପଦ ପାଇଁ ଦାବି କରିଥିଲେ। ମାତ୍ର ଶାସକ ଦଳ ଉପ ବାଚସ୍ପତି ପଦ ପାଇଁ କୌଣସି ନିଶ୍ଚିତତା ପ୍ରଦର୍ଶନ ନକରିବାରୁ ବିରୋଧୀ ପକ୍ଷରୁ ବାଚସ୍ପତି ଆସନ ପାଇଁ ପ୍ରାର୍ଥୀ ବଛାଯାଇଛି।

ଓମ୍‌ ବିଲା ୪୧,୦୦୦ ଭୋଟ୍‌ ମାର୍ଜିନରେ କୋଟା ଲୋକସଭା ଆସନ ଜିତିଛନ୍ତି। ସେହିପରି କେ ସୁରେଶ ଅଷ୍ଟମ ଥର ଲାଗି ସାଂସଦ ବନିଛନ୍ତି। ସେ ପୂର୍ବରୁ ୟୁପିଏ ସରକାରର ଦ୍ବିତୀୟ ପାଳିରେ କେନ୍ଦ୍ର ମନ୍ତ୍ରୀ ରହି ସାରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button