ଦେଶ

ଅସୁସ୍ଥ ପତ୍ନୀଙ୍କୁ ଆଲିଙ୍ଗନ ବେଳେ କାନ୍ଦିଲେ ମନୀଷ ସିସୋଦିଆ – Ibnodisha

[ad_1]

ନୂଆଦିଲ୍ଲୀ : ପତ୍ନୀଙ୍କୁ ଆଲିଙ୍ଗନ କଲା ବେଳେ ଭାବୁକ ହୋଇପଡ଼ିଲେ ମନୀଷ ସିସୋଦିଆ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶନିବାର ନିଜ ଅସୁସ୍ଥ ପତ୍ନୀ ସୀମାଙ୍କୁ ଭେଟିବା ପାଇଁ ଘରେ ପହଞ୍ଚିଥିଲେ। ଦିଲ୍ଲୀର ଏକ କୋର୍ଟ ଶୁକ୍ରବାର ତାଙ୍କୁ ସୁରକ୍ଷା ବଳୟ ମଧ୍ୟରେ ସକାଳ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ପତ୍ନୀଙ୍କୁ ଭେଟିବାକୁ ଅନୁମତି ଦେଇଥିଲେ। ପୋଲିସ କର୍ମୀଙ୍କ ସହ ସିସୋଦିଆ ସକାଳ ୧୦ଟାରେ ଜେଲ ଭ୍ୟାନରେ ବସି ମଥୁରା ରୋଡ୍‌ସ୍ଥିତ ନିଜ ଘରେ ପହଞ୍ଚିଥିଲେ ଏବଂ ସାକ୍ଷାତ ସମୟ ସରିବା ପରେ ସେ ପୁଣି ଜେଲ ଫେରିଆସିଥିଲେ। ଫେରିବାବେଳେ ସିସୋଦିଆ ପତ୍ନୀଙ୍କୁ ଆଲିଙ୍ଗନ କରି ଭାବପ୍ରବଣ ହୋଇଯାଇଥିଲେ। ବର୍ତ୍ତମାନ ଏହାର ଏକ ଫଟୋ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ସେୟାର କରିଛନ୍ତି। ସେ କ୍ୟାପସନ ଲେଖିଛନ୍ତି, ‘ଏହି ଫଟୋ ବହୁତ ଯନ୍ତ୍ରଣାଦାୟକ’। କେଜ୍ରିୱାଲ ଆହୁରି ଲେଖିଛନ୍ତି ଯେ ଏହି ବ୍ୟକ୍ତିଙ୍କ ସହିତ ଏମିତି ଅନ୍ୟାୟ କରିବା କ’ଣ ଠିକ୍‌? ଯିଏ ଦେଶର ଗରିବ ପିଲାମାନଙ୍କୁ ଆଶା ଦେଇଥିଲେ’। ସେପଟେ ପତ୍ନୀଙ୍କ ସହ ଅଳ୍ପ ସମୟ ଦେଖାରେ ଆପ୍‌ ନେତା ନିଜ ଘରେ ‘ଛୋଟି ଦୀପାବଳି’ରେ ଦୀପ ଜାଳିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ସିସୋଦିଆ ନିଜ ବାସଭବନ ବାହାରେ ଏକାଠି ହୋଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା କରି ନ ଥିଲେ। ଜୁନ୍ ମାସରେ ମଧ୍ୟ ସିସୋଦିଆଙ୍କୁ ଦିଲ୍ଲୀ ହାଇକୋର୍ଟ ପତ୍ନୀଙ୍କୁ ଭେଟିବା ପାଇଁ ଅନୁମତି ଦେଇଥିଲେ। କହି ରଖୁଛୁ, ସୀମା ସିସୋଦିଆ ମଲ୍ଟିପଲ୍‌ ସ୍କେଲେରୋସିସ୍‌ ରୋଗରେ ପୀଡ଼ିତ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button