ପୂର୍ବଶତ୍ରୁତାରୁ ବୋମା ମାଡ଼ – Ibnodisha

[ad_1]
ଖଣ୍ଡପଡା : ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଳକ ଅଧୀନ କୁମ୍ଭାରପଡା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ହରିଜନ ସାହିରେ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟକି ଦୁଇ ହରିଜନ ଗୋଷ୍ଠୀ ଙ୍କ ମଧ୍ୟରେ ଦୀର୍ଘଦିନ ଧରି ରାଜନୈତିକ ଏବଂ ପାରିବାରିକ ବିଶୃଙ୍ଖଳା ଲାଗି ରହିଥିବା ବେଳେ ଦୀପାବଳି ଛୁଟି ପାଳନ କରିବା ପାଇଁ ବାହାରେ ରହୁଥିବା ସାହିର ଯୁବକ ମାନେ ଗାଁ ଆସିଥିବା ବେଳେ ଗତକାଲି ରାତିରେ ମଦ୍ୟପାନ କରି ଉଭୟ ଗୋଷ୍ଠୀ ପକ୍ଷରୁ କମେଣ୍ଟ ମରାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଯାହାଫଳରେ ପ୍ରଥମେ ଉଭୟଙ୍କ ମଧ୍ୟରେ ଠେଙ୍ଗା ଦ୍ୱାରା ପିଟାପିଟି ହୋଇ ଲହୂଲୁହାଣ ହୋଇଥିଲେ।ଏହାପରେ ଗ୍ରାମର ଅନ୍ୟ ଏକ ସାହିର ଦୁଇଜଣ ଯୁବକ ଆସି ଗୋଟିଏ ପକ୍ଷ କୁ ସାଥ ଦେଇ ଦୁଇଟି ହାତ ତିଆରି ବୋମା ମାଡ଼ କରିବା ଦ୍ୱାରା ଅନେକ ମହିଳା ଓ ପୁରୁଷ ଗୁରୁତର ହୋଇଥିବା ଜଣାପଡିଛି। ତେବେ ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଖଣ୍ଡପଡା ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ସ୍ୱାଇଁ ସଦଳବଳେ ଯାଇ ସେଠାରେ ପହଞ୍ଚିବା ପରେ ପରିସ୍ଥିତି କୁ ନିୟନ୍ତ୍ରଣ କରିବା ସହ ଆହତ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ଗଣିଆ ମେଡ଼ିକାଲକୁ ପଠାଇ ଥିବା ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗଣିଆ ଡାକ୍ତରଖାନାରେ ୧୧ଜଣ ଚିକିତ୍ସିତ ହେଉଥିବା ବେଳେ ୨ ଜଣ ଗୁରୁତରଙ୍କୁ ଭୁବନେଶ୍ୱର ପଠାଯାଇଛି। ବର୍ତ୍ତମାନ ସୁଦ୍ଧା ଉଭୟ ପକ୍ଷରୁ ପୁଲିସ ନିକଟରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ସ୍ୱାଇଁ କହିଛନ୍ତି।
The post ପୂର୍ବଶତ୍ରୁତାରୁ ବୋମା ମାଡ଼ appeared first on ONA KHABAR.
[ad_2]