ଦେଶ
ଆୟକର ବିଭାଗକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ; ଭୋଡାଫୋନ୍କୁ ୧୧୨୮ କୋଟି ଫେରାଅ – Ibnodisha

[ad_1]
ମୁମ୍ବାଇ: ଟେଲିକମ୍ ସଂସ୍ଥା ଭୋଡାଫୋନ୍କୁ ୧୧୨୮ କୋଟି ଟଙ୍କା ଫେରସ୍ତ କରିବାକୁ ବମ୍ବେ ହାଇକୋର୍ଟ ଗୁରୁବାର ଆୟକର ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୬-୧୭ ଆସେସ୍ମେଣ୍ଟ ବର୍ଷ ପାଇଁ ଭୋଡାଫୋନ୍ ପକ୍ଷରୁ ଆୟକର ବାବଦରେ ଏହି ଅତିରିକ୍ତ ଅର୍ଥ ପୈଠ କରାଯାଇଥିଲା । ଇତିମଧ୍ୟରେ ୬ ବର୍ଷ ଅତିକ୍ରାନ୍ତ ହୋଇସାରିଥିବାବେଳେ ଚଳିତବର୍ଷ ଅଗଷ୍ଟରେ ଆୟକର ବିଭାଗ ପକ୍ଷରୁ ଆସେସ୍ମେଣ୍ଟ ଅର୍ଡର ଇସ୍ୟୁ କରାଯାଇଥିଲା ।
ତେବେ ପୈଠ କରାଯାଇଥିବା ଅତିରିକ୍ତ ଅର୍ଥ ଫେରସ୍ତ ନ କରିବାକୁ ଭୋଡାଫୋନ୍ ପକ୍ଷରୁ ହାଇକୋର୍ଟରେ ପିଟିସନ୍ ଦାଏର କରାଯାଇଥିଲା । ଜଷ୍ଟିସ କେ.ଆର.ଶ୍ରୀରାମ ଓ ଜଷ୍ଟିସ ନୀଲା ଗୋଖ୍ଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଶୁଣାଇଛନ୍ତି । କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବାରୁ ଆୟକର ବିଭାଗକୁ ହାଇକୋର୍ଟ ଭର୍ତ୍ସନା କରିଛନ୍ତି ।
[ad_2]