ରାଜ୍ୟ

ହାଇକୋର୍ଟରେ ଡଙ୍ଗାବୁଡ଼ି ମାମଲା; କ୍ଷତିପୂରଣ ଯୋଜନା ପ୍ରସ୍ତୁତ ପାଇଁ ସରକାରଙ୍କ ଆବେଦନ – Ibnodisha

[ad_1]

କଟକ: ରାଜ୍ୟରେ ବିଭିନ୍ନ ସମୟରେ ଘଟିଥିବା ଡଙ୍ଗାବୁଡ଼ି ମାମଲାରେ ରାଜ୍ୟ ସରକାର କ୍ଷତିପୂରଣ ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିଛନ୍ତି । ଡଙ୍ଗାବୁଡ଼ି ଘଟଣାରେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା ଦିଗରେ ନୂଆ ଯୋଜନା ତିଆରି ହେବ । ଏହି ଯୋଜନା ପ୍ରସ୍ତୁତ ପାଇଁ ରାଜ୍ୟ ସରକାର ୩ ମାସ ସମୟ ଦେବାକୁ ଆବେଦନ କରିଛନ୍ତି । ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ଏମ.ଏସ୍‌. ରମଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ସରକାରଙ୍କ ଉପରୋକ୍ତ ଆବେଦନ ଉପରେ କୌଣସି ନିର୍ଦ୍ଦେଶ ଦେଇନାହାନ୍ତି ।

ଅପରପକ୍ଷେ ରାଜ୍ୟରେ ନଦୀ, ହ୍ରଦ ଓ ଜଳଭଣ୍ଡାର ଆଦିରେ ଡଙ୍ଗା ଚଳାଚଳ ପାଇଁ କୌଣସି ନିୟମାବଳୀ ଅଛି କି ନାହିଁ, ଯଦି ଅଛି ତାହା କଡ଼ାକଡ଼ି ପାଳନ କରାଯାଉଛି କି ନାହିଁ ସେନେଇ ସତ୍ୟପାଠ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତି ଶୁଣାଣି ନିମନ୍ତେ ଆସନ୍ତା ୧୪ ତାରିଖକୁ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ମେ ମାସ ୧ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ବୋଟ୍ ରୁଲସ୍ ୨୦୦୪ ସଂକ୍ରାନ୍ତୀୟ ସତ୍ୟପାଠ ହାଇକୋର୍ଟରେ ଦାଖଲ ହୋଇଥିଲା ।

ଏଥିରେ ଦୁର୍ଘଟଣାଜନିତ କ୍ଷତିପୂରଣ ପ୍ରସଙ୍ଗରେ କୌଣସି ଉଲ୍ଲେଖ ନାହିଁ ବୋଲି ଗତ ନଭେମ୍ବର ୨ ତାରିଖ ଶୁଣାଣିରେ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, କୋରାପୁଟ ଜିଲା କୋଲାବ ନଦୀର ଶାଖା ପାତାଳି ନଦୀରେ ୨୦୧୪ ମେ ୨୪ ତାରିଖରେ ଏକ ଡଙ୍ଗାବୁଡ଼ି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଇନଜୀବୀ ପ୍ରବୀର ଦାସ ଏନେଇ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ ।

ଡଙ୍ଗାରେ ଯାତ୍ରା କରୁଥିବା ଯାତ୍ରୀଙ୍କ ନିରାପତ୍ତା ପାଇଁ ଡଙ୍ଗାର ପଞ୍ଜିକରଣ, ଜୀବନ ରକ୍ଷାକାରୀ ସରଞ୍ଜାମ ମହଜୁଦ ଆଦି ବ୍ୟବସ୍ଥା ଗ୍ରହଣ କରାଯିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ନିମନ୍ତେ ଆବେଦନରେ ଦର୍ଶାଯାଇଥିଲା । ୨୦୧୪ ଫେବୃୟାରୀ ମାସରେ ଆଉ ଏକ ଡଙ୍ଗାବୁଡ଼ି ଦୁର୍ଘଟଣା ହୀରାକୁଦରେ ହୋଇଥିଲା । ଏଥିରେ ୩୧ ଜଣଙ୍କ ପ୍ରାଣହାନି ହୋଇଥିଲା । ଏହି ଘଟଣାରେ ହାଇକୋର୍ଟ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ରାଜ୍ୟ ସରକାରଙ୍କୁ ପକ୍ଷଭୁକ୍ତ କରିଥିଲେ ।

ଏହି ଦୁଇଟି ମାମଲାର ଏକତ୍ର ଶୁଣାଣି ଚାଲିଥିବା ବେଳେ ରାଜ୍ୟର ଅନ୍ୟ ଏକ ସ୍ଥାନରେ ୨୦୧୩ରେ ଘଟିଥିବା ଏକ ଡଙ୍ଗାବୁଡ଼ି ମାମଲାର ଶୁଣାଣି ପୃଥକ ଭାବେ ହେଉଥିଲା । ୩ଟି ଡଙ୍ଗାବୁଡ଼ି ମାମଲାରେ ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ଫେବୃୟାରୀ ୧୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button