ରାଜ୍ୟ

ମାମଲା ରୁଜୁ ହେଉ ହେଉ ଅଭିଯୁକ୍ତଙ୍କୁ ଆମେ ଧରୁଛୁ: ପୁଲିସ କମିଶନର

ଭୁବନେଶ୍ୱର: ଅଶାନ୍ତ ଭୁବନେଶ୍ୱରକୁ ନେଇ ପୁଲିସ କମିଶନର ଏସ୍ ଦେବଦତ୍ତ ସିଂହ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏତେ ଜନସଂଖ୍ୟାରେ କିଛି କିଛି କେସ୍ ହୁଏ, ଆମେ ତୁରନ୍ତ ଏହାକୁ ନେଇ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ମାମଲା ରୁଜୁ ହେଉ ହେଉ ଅଭିଯୁକ୍ତଙ୍କୁ ଆମେ ଧରୁଛୁ। ପୁଲିସ ମଣିଷର ରୋଗ ପ୍ରତିରୋଧ ଶକ୍ତି ଭଳି କାର୍ଯ୍ୟ କରୁଛି।

ଅଜାଣତରେ ସବୁବେଳେ ଆକ୍ଟିଭ ରହି ସୁରକ୍ଷା ଦେଉଛି କମିଶନରେଟ ପୁଲିସ।

ସାଇବର କ୍ରାଇମ୍ ପ୍ରତି ଲୋକେ ସଚେତନ ରୁହନ୍ତୁ। ମୋବାଇଲରେ କେହି ଟଙ୍କା ମାଗିଲେ ୩୦ ମିନିଟ ଟାଇମ୍ ନିଅନ୍ତୁ, ସମ୍ପର୍କୀୟଙ୍କୁ ପଚାରନ୍ତୁ ତାପରେ ନିଷ୍ପତ୍ତି ନିଅନ୍ତୁ। ଏହାଫଳରେ ୫୦ ପ୍ରତିଶତ ସାଇବର କ୍ରାଇମ୍ କମିଯିବ।

ସେ ଆହୁରି କହିଛନ୍ତି, ଆମେ ଆମର ଦିନକୁ ଦିନ ଦକ୍ଷତା ବିକାଶ କରାଉଛୁ, ସାଇବର କ୍ରାଇମ୍ ପ୍ରତି ଲୋକେ ସଚେତନ ରୁହନ୍ତୁ। ମୋବାଇଲରେ କେହି ଟଙ୍କା ମାଗିଲେ ୩୦ ମିନିଟ ଟାଇମ୍ ନିଅନ୍ତୁ, ସମ୍ପର୍କୀୟଙ୍କୁ ପଚାରନ୍ତୁ ତାପରେ ନିଷ୍ପତ୍ତି ନିଅନ୍ତୁ। ଏହାଫଳରେ ୫୦ ପ୍ରତିଶତ ସାଇବର କ୍ରାଇମ୍ କମିଯିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button