IBN ଓଡ଼ିଶା ବ୍ୟୁରୋ

ମହିଳାଙ୍କ ସୁରକ୍ଷା ପାଇଁ ଏହି ପ୍ରସ୍ତାବ ଆଣିଲା ୟୁପି ମହିଳା ଆୟୋଗ

କ୍ଷ୍ନୌ: ଉତ୍ତରପ୍ରଦେଶ ରାଜ୍ୟ ମହିଳା ଆୟୋଗ ମହିଳାମାନଙ୍କୁ ‘ବ୍ୟାଡ୍ ଟଚ୍’ ବା ଖରାପ ସ୍ପର୍ଶରୁ ବଞ୍ଚାଇବା ପାଇଁ ଏକ ପ୍ରସ୍ତାବ ଆଣିଛନ୍ତି। ଯାହା ଦ୍ବାରା ମହିଳାମାନେ ପୁରୁଷମାନଙ୍କ ଖରାପ ଦୃଷ୍ଟିରୁ ନିଜକୁ ସୁରକ୍ଷା ଦେଇପାରିବେ। ଏହି ପ୍ରସ୍ତାବ ଅନୁସାରେ, ପୁୁଷ ଟେଲର୍ ମହିଳାଙ୍କ ପୋଷାକ ତିଆରି ପାଇଁ ମାପ ନେବା ବା ପାର୍ଲରରେ ମହିଳାଙ୍କ ସେବା ପାଇଁ ପୁରୁଷ ରହିବା ଅନୁଚିତ।

ଏହି ପ୍ରସ୍ତାବ ଆଣିଛନ୍ତି ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ବବିତା ଚୌହ୍ବାନ। ଯାହାକୁ ଅନ୍ୟ ସଦସ୍ୟମାନେ ସମର୍ଥନ ଦେଇଛନ୍ତି। ଅକ୍ଟୋବର ୨୮ ତାରିଖରେ ହୋଇଥିବା ମହିଳା ଆୟୋଗର ଏକ ବୈଠକରେ କିଛି ଏପରି ପ୍ରସ୍ତାବ ଦିଆଯାଇଥିଲା। ତେବେ ପ୍ରତ୍ୟେକ ଦୋକାନାରେ ସିସିଟିଭି କ୍ୟାମେରା ଲଗାଇବାକୁ ବି ପ୍ରସ୍ତାବରେ କୁହାଯାଇଛି।

ଏହା ଏବେ କେବଳ ଏକ ପ୍ରସ୍ତାବ। ପରବର୍ତ୍ତୀ ସମୟରେ ମହିଳା ଆୟୋଗ ଏହି ପ୍ରସ୍ତାବକୁ ଆଇନ୍ରେ ପରିଣତ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିବ। ମହିଳା ଆୟେଗେଙ୍କ ନିୟମର ପାଳନ କରିବା ଜିଲ୍ଲା ପ୍ରଶାସନର ହେବ।

ଦିନକୁ ଦିନ ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ନିର୍ଯାତନାର ଶିକାର ହେଉଥିବା କାରଣରୁ ଏହାକୁ ରୋକିବା ପାଇଁ ମହିଳା ଆୟୋଗ ଏପରି ଏକ ପ୍ରସ୍ତାବ ଆଣିଥିବା ଜାଣିବାକୁ ମିଳିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button